ମହିଳା ଓ ଶିଶୁ ବିକାଶ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ଜନ୍ମରୁ ତିନି ବର୍ଷର ଶିଶୁ ମାନଙ୍କ ପାଇଁ “ଆମ କୁନି ପିଲା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା ଗୁଡ଼ାରୀ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଅନିତା ପାଣିଗ୍ରାହୀଙ୍କ ତତ୍ୱାବଧାନରେ ମିଶନ ଶକ୍ତିଭବନ କାର୍ଯ୍ୟାଳୟ ସଭାଗୃହରେ ଅଙ୍ଗନାୱାଡି କର୍ମୀ ମାନଙ୍କର ଏକ ଦିବସୀୟ ତାଲିମ୍ “ଆମ କୁନି ପିଲା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନ୍ମରୁ ତିନି ବର୍ଷର ଶିଶୁମାନଙ୍କ ମସ୍ତିଷ୍କର ବିକାଶ, ଆବେଗିକ ବିକାଶ, ଶାରିରୀକ ବିକାଶ, କଥା ଓ ଭାଷାର ବିକାଶ, ସାମାଜିକ ବିକାଶ, ବୌଦ୍ଧ ଶକ୍ତିର ବିକାଶ ଉପରେ ସରକାର ଗୁରୁତ୍ବ ଦେଇଛନ୍ତି । ଶିଶୁମାନେ ତିନି ବର୍ଷରୁ ଛଅ ବର୍ଷ ଯାଏଁ ଅଙ୍ଗନୱାଡି କେନ୍ଦ୍ରରେ ଶିକ୍ଷା ଲାଭ କରିବାର ସୁଯୋଗ ପାଉଥିବା ଜନ୍ମରୁ ତିନିବର୍ଷ ସମୟ ମଧ୍ୟରେ ଶିଶୁଙ୍କର ମସ୍ତିଷ୍କର ବିକାଶ ହୋଇଥାଏ । ତେଣୁ ପ୍ରତି ମାସ ୨ ତାରିଖ ବାତ୍ସଲ୍ୟ ଦିବସରେ ଶିଶୁଙ୍କର ଅଭିଭାବକ ମାନଙ୍କୁ ଅଙ୍ଗନୱାଡ଼ି କେନ୍ଦ୍ରକୁ ଡକାଇ ଶିଶୁର କିପରି ଉତ୍ତମ ରୂପେ ବିକାଶ ହୋଇ ପାରିବ ସେ ବିଷୟରେ ବୁଝାଯିବା ନେଇ ଏହି କାର୍ଯ୍ୟକ୍ରମ।
ଏହାର ମୂଳ ମନ୍ତ୍ର ” ଘରେ ରହୁଥିବା ପିତାମାତା ହିଁ ଶିଶୁର ପ୍ରଥମ ପ୍ରେରଣା”।ଏହାର ପ୍ରକୃତ ଅର୍ଥ ଘରେ ପିତାମାତା ନିଜର ଭାଷା ଓ ଭାବନ୍ତରରେ ଶିଶୁକୁ ବିଭିନ୍ନ ପ୍ରକାରର ଖେଳନା, ଚିତ୍ରପଟ, ପରିବେଶ,ଆଚରଣ ଓ ଉଚ୍ଚାରଣରେ ଶିଶୁକୁ ପ୍ରେରଣା ଦେବେ। ଫଳରେ ଅତିଶୀଘ୍ର ଶିଶୁ ବାହ୍ୟ ଜଗତ ତଥା ସମାଜରେ ଉତ୍ତମ ଜ୍ଞାନର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ଜନ୍ମରୁ ହିଁ ଶିଶୁର ଉତ୍ତମ ବିକାଶ କରିବା ସରକାରଙ୍କ ମୂଖ୍ୟ ଉଦ୍ଦେଶ୍ୟ ।

ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଗୁଡ଼ାରୀ ବ୍ଲକର ଓ ପରିଷଦର ସମସ୍ତ ଅଙ୍ଗନୱାଡି କର୍ମିଙ୍କୁ ଆଜି ସ୍ଥାନୀୟ ମିଶନ ଶକ୍ତି ଭବନ ସଭାଗୃହରେ “ଆମ କୁନି ପିଲା” ଏକ ଦିବସୀୟ ତାଲିମ୍ ” ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମ ଅବସରରେ ତାଲିମ୍ ଦାତା ଭାବେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଅନିତା ପାଣିଗ୍ରାହୀ, ସୁପରଭାଇଜର ପଦ୍ମାବତୀ ଶବର ଓ ଅରୁନ୍ଧତି ଗୋରଡ଼ିଆ, ମିଶନ ଶକ୍ତି ବିପିସି ସୁନୀଲ କୁମାର ମିଶ୍ର ଉପସ୍ଥିତ ରହି ତାଲିମ୍ ପ୍ରଦାନ କରିଥିଲେ।
ରାୟଗଡାରୁ ପ୍ରସାଦ ଲିମାଙ୍କ ରିପୋର୍ଟ…..।
