ତୃତୀୟ ଲିଙ୍ଗ ଏବେ ଭିନକ୍ଷମ

 

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ।
ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି।ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି,ଏହି ଦିବସରେ ଶୁଭେଛା ଜ୍ଞାପନ କରିବା ସହ ଜିଲ୍ଲାରେ ସମସ୍ତ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମୁଖ୍ଯ ସ୍ରୋତରେ ସାମିଲ କରିବାନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆବଶ୍ୟକୀୟ ସମସ୍ତ ସରକାରୀ ସୁବିଧାସୁଯୋଗ ଗୁଡିକୁ ଆପଣେଇବା ନିମନ୍ତେ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଅନୁରୋଧ କରିଛନ୍ତି।ସକାଳ ସାଢେ ଆଠଟା ସମୟରେ ଏକ ସଚେତନତା ପଦଯାତ୍ରା ପୌର ପାଳିକା ସମ୍ମୁଖରୁ ବାହାରି ମହାତ୍ମାଗାନ୍ଧୀ ପାର୍କ ଦେଇ ବିଜୁପଟ୍ଟନାୟକ ପ୍ରେକ୍ଷାଳୟରେ ପହଞ୍ଚିଥିଲା ଏବଂ ଅତିରିକ୍ତ ଜିଲ୍ଳାପାଳ ନବିନ ଚନ୍ଦ୍ର ନାଏକ ଏହାର ଶୁଭାରମ୍ଭ କରିଥିଲେ।ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ଵତୀ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ।ଅତିରିକ୍ତ ଜିଲ୍ଳାପାଳ ନବିନ ଚନ୍ଦ୍ର ନାଏକ,

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ରାୟଗଡ଼ ପୌରପାଳିକା ଅଧ୍ୟକ୍ଷ ପି ମହେଶ ପଟ୍ଟନାୟକ,ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା, ରାୟଗଡ଼ ବ୍ଳକ ଉପାଧ୍ୟକ୍ଷ ହର ପ୍ରସାଦ ହେପୃକା, ରାୟଗଡ ବିଡିଓ ସୁଜିତ କୁମାର ମିଶ୍ର,ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ରୁମା ମହାପାତ୍ର, ରାୟଗଡ ଭିନ୍ନକ୍ଷମ ମହାସଙ୍ଘ ର ସଭାପତି ଓ ସଂପାଦକ ସହ ଓଡିଶା ବିକଳାଙ୍ଗ ମଞ୍ଚ ସଭାପତି ରାକେଶ ହିମିରିକା ପ୍ରମୁଖ ମଞ୍ଚାସୀନ ଥିଲେ।ଉକ୍ତ କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ବକ୍ରୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିବା ସହ ପାଞ୍ଚ ଜଣ ହିତାଧିକାରୀଙ୍କୁ ବ୍ରେଲି ଲିପିର ଏନି ଯନ୍ତ୍ର ଯୋଗାଇଛନ୍ତି। ।

ସାତ ଜଣ ହିତାଧିକାରୀଙ୍କୁ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ଲେଖାଏଁ ବିବାହ ପ୍ରୋତ୍ସାହନ ରାଶି ଏବଂ ଏକଶହ କୋଡ଼ିଏ ଜଣଙ୍କୁ ଭିନ୍ନକ୍ଷମ ଭତ୍ତା ବଣ୍ଟନ କରାଯାଇଥିଲା।ପାଞ୍ଚ ଜଣ ତୃତୀୟଲିଙ୍ଗ,ତିରିଶି ଜଣ ଭିନ୍ନକ୍ଷମ ତଥା ଜ୍ଞାନବର୍ଧିନୀ ସ୍ବତନ୍ତ୍ର ବିଦ୍ୟାଳୟର ଏଗାର ଜଣଙ୍କୁ ସଙ୍ଗୀତ,ନୃତ୍ଯ ଓ ସମାଜସେବା କ୍ଷେତ୍ରରେ ମଞ୍ଚ ରେ ସମ୍ମାନିତ କରାଯାଇଥିଲା।ଜ୍ଞାନବର୍ଧିନୀ, ମାଝୀଗୌରୀ ସିବିଓ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଆଜିର ଉକ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର ପରିଚାଳନା କରିଥିଲେ।ସରକାର ତୃତୀୟ ଲିଙ୍ଗ ବ୍ୟକ୍ତି ମାନଙ୍କୁ ମଧ୍ୟ ଭିନକ୍ଷମ ଭାବେ ଗଣନା କରୁଛନ୍ତି।
ରାୟଗଡାରୁ ଫଟୋ ନ୍ୟୁଜ ଟାଇମ୍ସର ସ୍ୱତନ୍ତ୍ର ପ୍ରତିନିଧି କମଲ ଲୋଚନଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *