ଦନ୍ତା ହାତୀ ଆକ୍ରମଣ

 

ମଣତା ଗ୍ରାମର ମହାନ୍ତ ସାହିର ବିଧବା √ସୀତା ବୋଦ୍ରାଙ୍କର ଘରକୁ ପାଗଳ ଦନ୍ତା ହାତୀ ଦ୍ଵାରା ଆକ୍ରମଣ ହୋଇଛି। ତାର ଆଜବେଷ୍ଟ ଘର ଭାଙ୍ଗିବା,ଭାତ ହାଣ୍ଡି ଭାଙ୍ଗିବା,ଧାନ ଖାଇବା ସହିତ ଦୀର୍ଘ ଦେଢ଼ ଘଣ୍ଟା ସମୟ ଧରି ତାଣ୍ଡବ ରଚିଥିଲା।

ଗ୍ରାମର ଜଣେ ଚାଷୀର କାକୁଡି ବାଡ଼ି ଭାଙ୍ଗି ନଷ୍ଟ କରିବା ସହିତ ଅନ୍ୟ ଜଣେ ପବିତ୍ର ମୋହନ ମହାନ୍ତଙ୍କ ଘରର ଝରକା ମଧ୍ଯ ଭାଙ୍ଗିବା ସହିତ ରୋଷେଇ ସାମଗ୍ରୀ ଭାଙ୍ଗି ନଷ୍ଟ କରି ଦେଇଛି।

ସୂଚନା ଥାଉ କି ପବିତ୍ର ମୋହନ ମହାନ୍ତ,ଲେମ୍ବୁ ମହାନ୍ତ ଓ ଜଗା ବଳିଆ ମହାନ୍ତଙ୍କ ଦ୍ଵାରା ଘଉଡେଇବାରେ ସାହାଯ୍ୟ ଓ ସହଯୋଗ ଫଳରେ ଦନ୍ତା ହାତୀଟି ସେଠାରୁ ପଳେଇ ଯାଇଥିଲା l


ଏଣୁ ଗ୍ରାମବାସୀଗଣ ସରକାରଙ୍କୁ ନିବେଦନ କରିଛନ୍ତି କି ଉକ୍ତ ବିଧବା ମହିଳାଙ୍କୁ ଯଦି ଘର ଯୋଗାଇବା ସହିତ କ୍ଷତି ପୂରଣ ପ୍ରଦାନ କରି ଦେଲେ ଉକ୍ତ ବିଧବା ମହିଳା ଜଣଙ୍କ ଉପକୃତ ହୁଅନ୍ତା ବୋଲି ଗ୍ରାମବାସୀ ଦାବି କରୁଛନ୍ତି।

ପ୍ରକାଶ ଥାଉକି ବିଗତ ସାତଦିନ ହେବ ସେମାନେ ଶୀତ କାକରରେ ଦିନ କାଟୁଛନ୍ତି।
ଘଟଗାଁ ରୁ ମନୋଜ କୁମାର ପାତ୍ରଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *