ଦୀର୍ଘ ମାସ ହେଲା ବୌଦ୍ଧ ଜିଲ୍ଲା ମନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଖାଲି ପଡ଼ିଛି ପ୍ରଧାନ ଶିକ୍ଷକ ପଦବୀ ।

ଦୀର୍ଘ ମାସ ହେଲା ବୌଦ୍ଧ ଜିଲ୍ଲା ମନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଖାଲି ପଡ଼ିଛି ପ୍ରଧାନ ଶିକ୍ଷକ ପଦବୀ । ପ୍ରଧାନ ଶିକ୍ଷକ ନଥିବାରୁ ଛାତ୍ର ଛାତ୍ରୀଙ୍କ ପାଠ ପଢ଼ିବାରେ ବାଧା ସୃଷ୍ଟି ହେଉଥିବା ବେଳେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଛାତ୍ର ଛାତ୍ରୀ । ଏହି ସ୍କୁଲ ରେ ୧୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ପାଠ ପଢୁଥିବା ବେଳେ ଆବଶ୍ୟକତା ଅନୁଯାୟୀ ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ ନଥିବା ବେଳେ ଦୀର୍ଘ ମାସ ହେବ ପ୍ରଧାନ ଶିକ୍ଷକ ପଦବୀ ମଧ୍ୟ ଖାଲି ରହିଛି। ଆଜି ସ୍କୁଲରେ ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ବୈଠକ ଥିବା ବେଳେ ବୈଠକ ହୋହାଲ୍ଲା କରିଥିଲେ ଅଭିଭାବକ ଏଥି ସହିତ ବୈଠକରୁ ଉଠି ପଳାଇ ଆସି ସ୍କୁଲ ସମ୍ମୁଖରେ ପ୍ରତିବାଦ କରିଥିଲେ ଅଭିଭାବକ ମାନେ।

ସ୍କୁଲରେ ପରିଷ୍କାର ପରିଚ୍ଛନ୍ନ ନଥିବା ସହିତ ଅସରାଏ ବର୍ଷା ରେ ସ୍କୁଲ ପରିସରରେ ପାଣି ଜମିଥିବା ଯୋଗୁଁ ଛାତ୍ର ଛାତ୍ରୀଙ୍କ ମନରେ ବିଷଧର ଯିବ ଓ ସାପ ଆସିବାର ଭୟ ମଧ୍ୟ ଦେଖାଦେଇଛି । ପ୍ରଧାନ ଶିକ୍ଷକ ପଦବୀ ଖାଲି ଥିବା ଯୋଗୁଁ ଏଭଳି ଭାବେ ଅବ୍ୟବସ୍ଥା ଘେରରେ ସ୍କୁଲ ଚାଲୁଥିବା ବେଳେ ଛାତ୍ର ଛାତ୍ରୀଙ୍କ ପାଠ ପଢାରେ ମଧ୍ୟ ବାଧା ସୃଷ୍ଟି ହେଉଥିବା ଯୋଗୁଁ ଯଥାଶୀଘ୍ର ଏହି ସ୍କୁଲ ରେ ଗୋଟିଏ ପ୍ରଧାନ ଶିକ୍ଷକ ନିଯୁକ୍ତି କରିବା ପାଇଁ ଦାବି କରିବା ସହିତ ସ୍କୁଲ କୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଅଭିଭାବକ ଦାବି କରିଛନ୍ତି । ଯଦି ଦାବି ପୂରଣ ନ ହୁଏ ତେବେ ଆଗାମୀ ସାତ ଦିନ ମଧ୍ୟରେ ସ୍କୁଲ ଫାଟକରେ ତାଲା ପକାଇ ପ୍ରତିବାଦ କରିବେ ବୋଲି ଅଭିଭାବକ ମାନେ କହିଛନ୍ତି ।

ଏଠାରେ ଦେଖିବାକୁ ବାକି ରହିଲା କେବେ ଏହି ସମସ୍ୟାର ସମାଧାନ କରୁଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ

ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ

Leave a Reply

Your email address will not be published. Required fields are marked *