ଦୁଇ ଡାକ୍ତରଙ୍କ ବଦଳିକୁ ନେଇ ଡାକ୍ତର ଖାନା ପରିସରରେ ଉତ୍ତେଜନା

 

ମଙ୍ଗଳବାର ଦିନ ୧୦ ଘଣ୍ଟା ସମୟରେ ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ସପ୍ତାହେ ତଳେ ଯୋଗଦାନ କରିଥିବା ଦୁଇ ଡାକ୍ତରଙ୍କ ବଦଳିକୁ ନେଇ ଡାକ୍ତର ଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା l ମିଳିଥିବା ସୂଚନା ଅନୁଯାୟୀ ଗତ ସପ୍ତାହେ ତଳେ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଶିଶୁ ରୋଗ ବିଶେଷଜ୍ଞ ଓ ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଯୋଗଦାନ କରିଥିଲେ l ଫଳରେ ବହୁ ଦିନରୁ ଡାକ୍ତର ନିଯୁକ୍ତି ପାଇଁ ଦାବି କରୁଥିବା ସ୍ଥାନୀୟ ଜନ ସାଧାରଣଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇଥିଲା l ମାତ୍ର ଉଭୟ ଡାକ୍ତର ଯୋଗଦାନ କରିବାର ସପ୍ତାହେ ମଧ୍ୟରେ ସିଡ଼ିଏମଓ ଉଭୟଙ୍କୁ ବୌଦ୍ଧ ଡାକ୍ତର ଖାନାକୁ ବଦଳି କରିଥିଲେ l

ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣିବା ପରେ ଡାକ୍ତର ଖାନା ଆସି ବିକଳ୍ପ ବ୍ୟବସ୍ଥା ହୋଇନଥିବା ସତ୍ବେ ଉଭୟ ବିଶେଷଜ୍ଞ ଡାକ୍ତରଙ୍କୁ କାହିଁକି ରିଲିଫ କରାଗଲା ବୋଲି ଡାକ୍ତରଖାନା ଅଧୀକ୍ଷକ ମହେନ୍ଦ୍ର କୁମାର ସଏଙ୍କୁ ପ୍ରଶ୍ନ କରିଥିଲେ l

ବାରମ୍ବାର ବଦଳି ହେଉଥିଲେ ମଧ୍ୟ କିଛି ଦିନ ପରେ ପୁଣି ଏଠାକୁ ବଦଳି ହୋଇ ଆସି ଶ୍ରୀ ସଏ ମନମୁଣ୍ଡା ଡାକ୍ତର ଖାନାରେ ଦୀର୍ଘ ୨୦ ବର୍ଷ ହେଲା ଆସ୍ଥାନ ଜମାଇ ନୂତନ ଭାବରେ ଆସୁଥିବା ଡାକ୍ତରଙ୍କୁ ଉପରିସ୍ଥ ଅଧିକାରୀଙ୍କୁ ଧରି ବଦଳି କରାଉଥିବା ଅଭିଯୋଗ କରିଥିଲେ l ଅଧୀକ୍ଷକଙ୍କ ବଦଳି ଓ ବିଶେଷଜ୍ଞ ଡାକ୍ତର ପଦବୀ ପୁରଣ କରା ନଗଲେ ସ୍ଥାନୀୟ ଲୋକେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି l
ବୌଦ୍ଧ ଜ଼ିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୂଜ ଟାଇମ୍ସ।

Leave a Reply

Your email address will not be published. Required fields are marked *