ଦୁର୍ବୃତ ଙ୍କ ଆକ୍ରମଣର ଶିକାର ହୋଇ ଗୋଡ ହରାଇଥିବା କେନ୍ଦ୍ରାପଡ଼ା ବ୍ଲକ ନିକିରାଇ ଥାନା ଅନ୍ତର୍ଗତ କୋରୋ ପଞ୍ଚାୟତ, ତନାର ଗ୍ରାମର ଗୌରାଙ୍ଗ ମଲ୍ଲିକ ପରିବାର ସହ ସୋମବାର ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପତ୍ନୀ ଓ ଝିଅ ସହ ଧାରଣା ଦେଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେଉଁମାନେ ମାଡ ମାରିବା ଦ୍ୱାରା ମୋର ବାମ ଗୋଡ କଟାଗଲା ସେମାନେ ଏବେ ଧମକ ଦେଉଛନ୍ତି ଥାନାରୁ ମାମଲା ନ ଉଠାଇଲେ ଆଉ ଏକ ଗୋଡ଼ କାଟିଦେବେ । ତେଣୁ ନ୍ୟାୟ ପାଇବା ସହ ଅପରାଧୀମାନଙ୍କୁ ଗିରଫ କରିବା ପାଇଁ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା କହିଛନ୍ତି । ପ୍ରକାଶ ଥାଉକି ଗତ ମାର୍ଚ୍ଚ ମାସ ୩୧ ତାରିଖରେ କୋରପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଅପରାହ୍ଣ ୪ଟାରେ ପାଟିତୁଣ୍ଡ ହେଉଥିଲା । ପାଟିତୁଣ୍ଡ ଶୁଣି ଗୌରାଙ୍ଗ ସେଠାକୁ ଯାଇଥିଲେ । ଜଗନ୍ନାଥ ବେହେରା, ଜିତେନ୍ଦ୍ର ରାଉତ, ବଳି ବେହେରା, ବୁନୁ ବେହେରା ନିହାର ରଞ୍ଜନ ମହାନ୍ତିଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା । ଏହି ଗଣ୍ଡଗୋଳକୁ ହଟାଇବା ପାଇଁ ଗୌରାଙ୍ଗ ଉଦ୍ୟମ କରିଥିଲେ । ହେଲେ ସେହି ଦିନ ରାତି ୧୧ଟାରେ ଗୌରାଙ୍ଗ ଦୋବନ୍ଧାରୁ ଘରକୁ ଫେରୁଥିବା ବେଳେ ଜଗନ୍ନାଥ ବେହେରା, ଜିତେନ୍ଦ୍ର ରାଉତ, ବଳି ବେହେରା, ବୁନୁ ବେହେରା ନିହାର ରଞ୍ଜନ ମହାନ୍ତି ପ୍ରମୁଖ ଗୌରାଙ୍ଗକୁ କୋଦାଳ ବେ ରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଫଳରେ ଗୌରାଙ୍ଗ ଗୁରୁତର ହୋଇଥିଲେ । ଡାକ୍ତରଖାନାରେ ତାଙ୍କ ବାମ ଗୋଡ଼ କଟାଇଥିଲା । ଏ ନେଇ ଗୌରାଙ୍ଗ ନିକିରାଇ ଥାନାରେ ଏତଲା ଦେଇଥିଲେ । ହେଲେ ପୁଲିସ ସେମାନଙ୍କୁ ଗିରଫ କରି ନଥିଲା । ଅପରାଧୀମାନଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନେ ଗିରଫ ହେଉ ନାହାଁନ୍ତି । ଓଲଟା ଧମକ ଦେଉଛନ୍ତି ମାମଲା ଉଠାଇ ଆଣିବାକୁ । ତେଣୁ ଅପରାଧୀମାନଙ୍କ ଧମକ ପାଇଁ ଆମ ଜୀବନ ଅସୁରକ୍ଷିତ ହୋଇ ଯାଇଛି ବୋଲି ଗୌରାଙ୍ଗଙ୍କ ପତ୍ନୀ ଉଷା ମଲ୍ଲିକ ଗଣମାଧ୍ୟମକୁ କହିଛନ୍ତି । ଏ ସଂକ୍ରାନ୍ତରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଦ୍ଧାକର ସାହୁଙ୍କୁ ପଚାରିବାରୁ ସେ କହିଲେ ମୁଁ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ଅପରାଧୀମାନଙ୍କୁ ଖୁବଶୀଘ୍ର ଗିରଫ କରିବା ପାଇଁ। ପୋଲିସ ର ଏଭଳି କାର୍ଯ୍ୟରେ ଅବହେଳା ପାଇଁ ଶାସକ ଦଳକୁ ଦାୟୀ କରିଛନ୍ତି ବୁଦ୍ଧିଜୀବୀ ମାନେ।
କେନ୍ଦ୍ରାପଡ଼ାରୁ ଲକ୍ଷ୍ମୀକାନ୍ତ ନାୟକଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମସ।
