ଦେଢ଼ ଡେସିମିଲରେ ସ୍କୁଲ ପାଇଁ ମିଳିଛି ଏମ ପି ଏବଂ ଏମ ଏଲ ଏ ଲ୍ୟାଡ଼

ରାଜଗାଙ୍ଗପୁର ରେ ସରକାରୀ କଳର ଅପବ୍ୟବହାର କରିଛନ୍ତି ମୁନିସିପାଲିଟିର ପୂର୍ବତନ କାଉନସିଲର ପ୍ରେମପ୍ରସାଦ ଯାଦବ । ବିବେକାନନ୍ଦ ସ୍କୁଲ ନାମରେ ବ୍ୟବସାୟ ଚଳାଉଛନ୍ତି ବୋଲି ଅଭିଭାବଙ୍କା ଓ ଶିକ୍ଷୟତ୍ରୀ ମାନେ ନିଜନାମ ଗୋପନ ରଖି ଆମ ନ୍ୟୁଜ ଚ୍ୟାନେଲକୁ ଜଣାଇଛନ୍ତି। ଉକ୍ତ ଅଞ୍ଚଳର ୯ ନମ୍ବର ୱାର୍ଡର କାଉନସିଲର ପୂର୍ଣଚନ୍ଦ୍ର ରାଉତ ନିଜ ବାଇଟରେ କହିଛନ୍ତି ଯେ ସେ କିଭଳି ମାତ୍ର ଦେଢ଼ ଡେସିମିଲ ଜାଗାରେ ସ୍କୁଲ ଚଲାଇବା ପାଇଁ ଅନୁମତି ପାଇଲେ। ଏମ.ପି. ଏବଂ ଏମ.ଏଲ.ଏ. ଲ୍ୟାଡ଼ ବ୍ୟବହାର କରିଛନ୍ତି। ଏହା କେବଳ ଏକ ଅପରାଧ ନୁହଁ , ଏହା କୋମଳମତି ଛତ୍ରଛାତ୍ରୀ ମାନଙ୍କ ଭବିଷ୍ୟତକୁ ନେଇ ଖେଳୁଛନ୍ତି। ଯଦି ସ୍କୁଲଟି ଅନିୟମିତତା ଯୋଗୁଁ ବନ୍ଦ ହେଇଯାଏ, ଛତ୍ରଛାତ୍ରୀ ମାନଙ୍କର କ୍ୟାରିୟର ଉପରେ ଏହା ପ୍ରଭାବ ପକାଇବ। ଏହି ବ୍ୟକ୍ତି ନିଜ ସ୍କୁଲରେ ଶିକ୍ଷୟତ୍ରୀ ଭାବେ ଜଣେ ମହିଳାଙ୍କୁ ନିଯୁକ୍ତି ଦେବାପାଇଁ ଡାକିକରି ଅସଦ ଆଚରଣ କରିଥିବା ଅଭିଯୋଗରେ ସେ କୋଟରୁ ଯାମିନୀରେ ଅଛନ୍ତି। ସେ ମଧ୍ୟ ବିହାର ପଦେଶର ନକଲି ସାଟିଫିକେଟ ରାକେଟର ଜଣେ ସଦସ୍ୟ ବୋଲି ସ୍ଥାନୀୟ ବାସିନ୍ଦା ମତ ରଖିଛନ୍ତି। ଆମ ନ୍ୟୁଜ ଚ୍ୟାନେଲକୁ ବର୍ତମାନର ମୁନିସିପାଲିଟି ଚେୟାରମ୍ୟାନଙ୍କ ବିରୁଦ୍ଧରେ କପଳ କଳ୍ପିତ ନ୍ୟୁଜ କରିବା ପାଇଁ ଚାପ ପକାଇଥିଲେ। ଏହାପରେ ସେ ମଧ୍ୟ ଏଭଳି ନକଲେ ତାଙ୍କୁ ମାରିଦେବାର ଧମକ ମଧ୍ୟ ଦେଇଛନ୍ତି। ଏହି ଘଟଣା ଘଟିଛି ରାଜଗାଙ୍ଗପୁର ମୁନିସିପାଲିଟି ଅଫିସ ପରିସରରେ। ସେ ସାମ୍ବାଦିକ ଦେବବ୍ରତ ମିତ୍ରଙ୍କୁ ଧମାକାଉଥିବାର ଭିଜୁଆଲ ଆମେ ପ୍ରସାରଣ କରୁଅଛୁ। ଏଥିପ୍ରତି ପୋଲିସ, ପ୍ରଶାସନ ଦୃଷ୍ଟିଦେଇ ରାଜଗାଙ୍ଗପୁର ସହରର ସ୍ୱାର୍ଥକୁ ଦୃଷ୍ଟିରେ ରଖି ମାମଲା ରୁଜୁକରି ଏହାର ତଦନ୍ତ କରୁବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ରାଜଗାଙ୍ଗପୁରରୁ ଫଟୋ ନ୍ୟୁଜ ଟାଇମସର ରିପୋର୍ଟ।

Leave a Reply

Your email address will not be published. Required fields are marked *