ଦେଶୀ ମଦ ସହ ବ୍ୟାପକ ମହୁଲ ପୋଚ ଜବତ୍

ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ମହୁଲ ପୋଚ ନଷ୍ଟ କରାଯିବା ସହ ଦେଶୀ ମଦ ଜବତ କରାଯାଇଛି l ମନମୁଣ୍ଡା ଅବକାରୀ ଅଧିକାରୀ ଜୟନ୍ତୀ ଆଚାର୍ଯ୍ୟ ଙ୍କ ନେତୃତ୍ଵ ରେ ବିଭାଗର ଏକ ଟିମ୍ ମନମୁଣ୍ଡା ଥାନା ଅଧୀନ ବହାଯୋର ଗ୍ରାମ ନିକଟରେ ଚଢ଼ଉ କରିଥଲେ l ଉକ୍ତ ଗ୍ରାମର ପ୍ରମୋଦ ମେହେର ଙ୍କ ନିକଟରୁ ୭ଲିଟର ଦେଶୀ ମଦ ଜବତ କରି ତାଙ୍କୁ ନୋଟିସ ଦେଇ ଛାଡ଼ି ଦିଆଯାଇଛି l ସେହିପରି ବୌଦ୍ଧ ଅବକାରୀ ଟିମ୍ ବାଉଁଶୁଣି ଥାନା ନୂଆପଡ଼ା ଗ୍ରାମ ନିକଟସ୍ଥ ନାଳରୁ ୩୬୦ ଲିଟର ମହୁଲ ପୋଚ ନଷ୍ଟ କରିଛି ଅବକାରୀ ବିଭାଗ l ଏହା ସହ ୨୦ ଲିଟର ଦେଶୀ ମଦ ଜବତ ହୋଇଛି l ହେଲେ ଅବକାରୀ କର୍ମଚାରୀଙ୍କୁ ଦେଖି ବେପାରୀ ମାନେ ଉକ୍ତ ସ୍ଥାନରୁ ଫେରାର ହୋଇଯାଇଥିଲେ l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫୋଟୋ ନ୍ୟୁଜ୍

Leave a Reply

Your email address will not be published. Required fields are marked *