ଓଡ଼ିଶାର ପର୍ବପର୍ବାଣୀ ମଧ୍ୟରେ ଶିବପାର୍ବତୀ ବିବାହ ଓ ଶୀତଳ ଷଷ୍ଠୀ ମହୋତ୍ସବର ସ୍ଵତନ୍ତ୍ର ମାନ୍ୟତା ଅଛି।
ପାରମ୍ପରିକ ରୀତିନୀତି, ଧର୍ମ ଓ ଧାର୍ମିକ ଭାବନାରେ ଅଞ୍ଚଳର ସୁଖ, ସମୃଦ୍ଧି, ଶାନ୍ତି ଶୃଙ୍ଖଳା, ପାଚିପାଳକ ତଥା ଉନ୍ନତ ମାନର ଫସଲ ପ୍ରତି ଦୃଷ୍ଟି ରଖି ରାଜ୍ୟର ପ୍ରତ୍ୟେକ ଶୈବପୀଠରେ ଶିବପାର୍ବତୀ ବିବାହ ପାଳିତ ହେଉଥିବା ବେଳେ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ଅନ୍ତର୍ଗତ ହନୁମନ୍ତପୁର ଗ୍ରାମପଞ୍ଚାୟତ ତଥା ଗୁଡ଼ାରୀ ବ୍ଲକ ସୀମାନ୍ତରେ ଅବସ୍ଥିତ ଐତିହାସିକ ପୁରାତନ ଶୈବପୀଠ ଶ୍ରୀ ମିନଝୋଲା ସ୍ଥିତ ଜନକଲ୍ୟାଣ ଆଶ୍ରମ ପରିସରରେ
ଆଶ୍ରମ ମୁଖ୍ୟ ପରିଚାଳକ ବାବା ଜନକା ନନ୍ଦ ଗିରୀଙ୍କ ତତ୍ୱାବଧାନରେ ବାବା ଶ୍ରୀ ମୀନକେତନେଶ୍ୱର ମହାପ୍ରଭୁ ଓ ମାତା ପାର୍ବତୀଙ୍କ ଶୁଭ ବିବାହ ଵିଧି ବୈଦିକ ରୀତିନୀତି ଅନୁଯାୟୀ ମହାଆଡମ୍ବରରେ ପାଳିତ ହୋଇଯାଇଛି। ପବିତ୍ର ଶୈବପୀଠ ହରିହରଙ୍କ ମିଳନ କ୍ଷେତ୍ର,ଭାରତର ଏକମାତ୍ର ଦୃଶ୍ୟମାନ ତ୍ରିବେଣୀ ସଙ୍ଗମ ବଂଶଧାରା, ଫଳଫଳିଆ ଓ ଚାଉଳ ଧୁଆ ନଦୀରୁ ଗଙ୍ଗା ପୂଜା ସହ ଗଙ୍ଗା ଆବାହନ ସହ କଳସ ସ୍ଥାପନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ମହାପ୍ରଭୁ ଶିବଙ୍କ ପିତାମାତା ଭାବେ ମୁନିଗୁଡ଼ା ଗ୍ରାମ ନିବାସୀ କେ. ଦୁଃଖୀ ଶ୍ୟାମ ସୁବୁଦ୍ଧି ଓ ଶ୍ରୀମତି କେ. ଲିଲି ସୁବୁଦ୍ଧି ଥିବା ବେଳେ ମାତା ପାର୍ବତୀଙ୍କ ପିତାମାତା ଭାବେ ଧର୍ମେନ୍ଦ୍ର ପାତ୍ର ଓ ଶ୍ରୀମତି ସିଲାମଣି ପାତ୍ର ଯୋଗଦେଇ ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ପଞ୍ଚମୀ ଗତେ ଷଷ୍ଠୀ ରାତ୍ର ଘ: ୮. ୩୦ ମି. ଗତେ ୧୦ ଘଣ୍ଟା ମଧ୍ୟେ ମକର ଲଗ୍ନେ ଆଚାର୍ଯ୍ୟ ଦୁର୍ଗା ନନ୍ଦ,
ରବି ଖାଡ଼ଙ୍ଗା ଓ ଆଚାର୍ଯ୍ୟ ଦୈତାରୀ ବ୍ରହ୍ମାଙ୍କ ପୌରହିତ୍ୟରେ ଶ୍ରୀ ମୀନକେତନେଶ୍ୱରଙ୍କ ବିବାହ ପାଣି ଗ୍ରହଣ କାର୍ଯ୍ୟ ସମାପନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ଭକ୍ତ ଉପସ୍ଥିତ ରହି ଜାଗତିକ ବିବାହ ଭାବେ ଶଙ୍ଖ,ବାଜା, ରୋଷଣୀ, ନାଚ ଗୀତ ସହ ଭୋଜିଭାତ ଦେଖିବାକୁ ମିଳିଛି। ସୂଚନା ମୁତାବକ ଏହି କ୍ଷେତ୍ରରେ ୧୨ ମାସକୁ ୧୩ ପର୍ବ ଲାଗି ରହିଛି। ହଜାର ହଜାର ଭକ୍ତଙ୍କ ସମାଗମ ହୁଏ। ମୁଖ୍ୟତଃ ପାଣି , ଭକ୍ତଙ୍କ ଆବାସ ସ୍ଥଳୀ ଯାତାୟାତ, ଭୋଜନାଳୟ, ଭଜନ ମଣ୍ଡପ ଅନେକ ଅସୁବିଧା ରହିଥିବା ଦେଖିବାକୁ ମିଳିଛି।
ରାୟଗଡାରୁ ସ୍ୱତନ୍ତ୍ର ପ୍ରତିନିଧି ପ୍ରସାଦ ଲିମାଙ୍କ ରିପୋର୍ଟ।