ଦ୍ଵିତୀୟ ଶ୍ରେଣୀ ଛାତ୍ରୀ କୁ ଗତକାଲି ସ୍କୁଲ ଛୁଟି ସମୟ ରେ ସ୍କୁଲ୍ ଶ୍ରେଣୀ ଗୃହରେ ତାଲା ପକାଇ ପଳାଇ ପଳାଇ ଥିଲେ

କେନ୍ଦୁଝର ଜିଲ୍ଲା ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଜଣେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀ କୁ ଗତକାଲି ସ୍କୁଲ ଛୁଟି ସମୟ ରେ ସ୍କୁଲ୍ ଶ୍ରେଣୀ ଗୃହରେ ତାଲା ପକାଇ ପଳାଇ ପଳାଇ ଥିଲେ ସ୍କୁଲ କର୍ତୁପକ୍ଷ | ଛାତ୍ରୀ ଟି ନାଁ ଯୋଛନା ଦେହୁରୀ |

ତାକୁ ଆଜି ସକାଳେ ପରିବାର ଓ ଗାଁ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଛନ୍ତି । ଗତକାଲି ସ୍କୁଲ ଛୁଟି ପରେ ଅପରାହ୍ନ 4 ଟା ସମୟରେ ସ୍କୁଲ କର୍ତ୍ତୃପକ୍ଷ ଶ୍ରେଣୀ ଗୃହ ଏବଂ ସ୍କୁଲ ରେ ତାଲା ଦେଇ ପଳାଇଥିଲେ l କିନ୍ତୁ ଟୁନା ଦେହୁରି ଙ୍କ ଦିତୀୟ ଶ୍ରେଣି ଝିଅଟି ସ୍କୁଲ ଗୃହରେ ରହିଯାଇଥିଲା l ସ୍କୁଲରୁ ନଫେରିବା ପରେ ଘର ଲୋକ ବହୁତ ଖୋଜାଖୋଜି କରି ପାଇନଥିଲେ l

ପରେ ଆଜି ସ୍କୁଲ ରୋଷେୟା ଆସି ସକାଳ 9 ଟା ରେ ସ୍କୁଲ ଖୋଲିବା ପରେ ଝିଅଟି ଶ୍ରେଣୀ ଗୃହର ଝରକା ରେଲିଂରେ ଝୁଲି ରହିଥିବା ଦେଖିବାକୁ ମିଳିଥିଲା l ଝିଅଟି ବାହାରିବାକୁ ଚେଷ୍ଟା କରି ନିଜର ସମଗ୍ର ବଳ ଖଟାଇ ଲୁହା ରେଲିଂକୁ ବଙ୍କା କରିଥିଲେବି ଗୋଡ ଦୁଇଟି ବାହାରି ଥିବା ବେଳେ ଅଣ୍ଟାରୁ ମୁଣ୍ଡ ପର୍ଯ୍ୟନ୍ତ ଲଟକି ରହି ରାତି ସାରା କଷ୍ଟ ପାଇଥିଲା l ପରେ ପରିବାର ଲୋକ ଏବଂ ଗ୍ରାମବାସୀ ଝିଅଟିକୁ ଏପରି ଅବସ୍ଥା ରେ ଦେଖିବା ପରେ ଗାଁ ରେ ରହୁଥିବା ରୋଷେୟା ଠାରୁ ଚାବି ଆଣି ଶ୍ରେଣୀ ଗୃହ ର କବାଟ ଖୋଲି

ଝରକାର ଲୁହାକୁ ବଙ୍କା କରି ଝିଅ କୁ ଉଦ୍ଧାର କରିଥିଲେ । ପରେ ଝିଅର ବାପା ଓ ପ୍ରଧାନ ଶିକ୍ଷକ ଝିଅ କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ କରାଇ ସ୍କୁଲ କୁ ଫେରାଇ ଆଣିଛନ୍ତି । ବର୍ତମାନ ଝିଅ ଟି ସୁସ୍ଥ ଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
କେନ୍ଦୁଝର ରୁ ଅରବିନ୍ଦ ବେହେରା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *