ଧମକ ପୂର୍ଣ୍ଣ ମେଲ କୁ ନେଇ ଜର୍ଜ ଙ୍କ ସହ ଓକିଲ ଭୟଭୀତ।
କନ୍ଧମାଳ ଜିଲ୍ଲା ଫୁଲବାଣୀ ଦୌରା ଜଜ୍ ଙ୍କ ଅଦାଲତ ରେ ଜିଲ୍ଲା ଜଜ୍ ଙ୍କୁ ଆଜି ସକାଳ ୯:୩୦ ମିନିଟ ସମୟରେ କୋର୍ଟ ପରିସର ମଧ୍ୟରେ ବୋମା ଲଗାଯାଇଥିବା ର ଧମକ ପୂର୍ଣ୍ଣ ଏକ ମେଲ ଆସିଥିଲା ଯାହାକୁ ନେଇ ସମସ୍ତ ଜଜ୍, ମାଜିଷ୍ଟ୍ରେଟ,ସମସ୍ତ ଓକିଲ ଙ୍କ ସହିତ କୋର୍ଟ କର୍ମଚାରୀ ଭୟଭୀତ ଥିବା ଦେଖିବାକୁ ମିଳିଥିଲା ।

ଏହାକୁ ନେଇ ଆରକ୍ଷୀ ଅଧିକ୍ଷକ ହରିଶ ବିଶି ଙ୍କ ନିର୍ଦ୍ଦେଶ କ୍ରମେ ବମ୍ ସ୍କ୍ୱାର୍ଡ ଏବଂ ଡଗ ସ୍କ୍ୱାର୍ଡ କୋର୍ଟ ର ସମସ୍ତ ପରିବେଶ ଯାଞ୍ଚ କରିବା ସହ ତନାଘନା କରିଥିଲେ ।

ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜିଲ୍ଲା ଜଜ୍ ଙ୍କ ନିକଟକୁ ଆସିଥିବା ମେଲ ର ତର୍ଜମା କରି ଜାଣିବାକୁ ପାଇଥିଲେ ଯେ ଏହି ମେଲ ଏକ ସ୍ପାମ୍ ମେଲ ଏବଂ ଏହା ଅଷ୍ଟ୍ରୋନିଆର ଅଞ୍ଚଳରୁ ଆସିଥିବା ଜଣା ପଡ଼ିଛି।ଏହା ଉପରେ ବର୍ତମାନ ସୁଦ୍ଧା ତର୍ଜମା ଚାଲିଛି ଏବଂ ଏହାକୁ ନେଇ କୌଣସି ଭୟଭୀତ ନ ହେବା ପାଇଁ ମଧ୍ୟ କହିଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାମେନ୍ଦ୍ର ପ୍ରସାଦ ।

ଫୁଲବାଣୀରୁ ଶିବାଜୀ ଜେନା ଏବଂ ରାଜମୋହନ ମହାପାତ୍ର ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।
