ଧର୍ମ ଜାଗରଣ ସମନ୍ଵୟ ପକ୍ଷରୁ ଧର୍ମ ସୁରକ୍ଷା ଦିବସ ପାଳିତ

ଧର୍ମ ଜାଗରଣ ସମନ୍ଵୟ ପକ୍ଷରୁ ଧର୍ମ ସୁରକ୍ଷା ଦିବସ ପାଳିତ।
କନ୍ଧମାଳ ଜିଲ୍ଲା ଧର୍ମ ଜାଗରଣ ସମନ୍ଵୟ ବ୍ରହ୍ମଲୀନ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୭ ତମ ବଳିଦାନ ଦିବସ କୁ ଧର୍ମ ସୁରକ୍ଷା ଦିବସ ଭାବେ ପାଳନ କରାଯାଇଛି ।

ଏହି ଅବସରରେ ସ୍ଥାନୀୟ ହନୁମାନ ମନ୍ଦିର ରେ ଧର୍ମ ଜାଗରଣ ସମନ୍ଵୟ ର କ୍ଷେତ୍ର ଧର୍ମ ଜାଗରଣ ଓଡିଶା ପ୍ରମୁଖ ବିନୟ କୁମାର ଭୂୟାଁ , ଓଡ଼ିଶା ପୂର୍ବ ପ୍ରାନ୍ତ ସଂଯୋଜକ ମଙ୍ଗୁଳ ପାତ୍ର, ପ୍ରାନ୍ତ ପ୍ରମୁଖ ଆଲୋକ କୁମାର ଖଟୁଆ, ପଣ୍ଡିତ ବିଶିମାଝି, ବିଜେପି କନ୍ଧମାଳ ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝି, ଗଞ୍ଜାମ ବିଭାଗ ସଂଯୋଜକ କୈଳାଶ ରଣଜିତ , କନ୍ଧମାଳ ଜିଲ୍ଲା ସଂଯୋଜକ ଗୁରୁରାମ ପାତ୍ର, ଜିଲ୍ଲା ନିଧି ପ୍ରମୁଖ ଅନ୍ତର୍ଯ୍ୟାମି ବେହେରା ପ୍ରମୁଖ ଉପସ୍ଥିତ ରହି ସ୍ଵାମୀ ଲକ୍ଷ୍ମଣା ନନ୍ଦ ସରସ୍ଵତୀ ଙ୍କ ସ୍ମୃତି ଚାରଣ କରିଥିଲେ l

ଜୟରାମ ପ୍ରଧାନ ମଞ୍ଚ ପରିଚାଳନା କରିବା ସହ ଅଧିକାରୀଙ୍କ ପରିଚୟ ପ୍ରଦାନ କରିଥିଲେ ।

ଏହା ପରେ ଏକ ଶୋଭାଯାତ୍ରା ମାଧ୍ୟମରେ ସମଗ୍ର ନଗର ପରିକ୍ରମା କରିଥିଲେ ।
ବାଲିଗୁଡ଼ାରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *