ଧାନମଣ୍ଡି ପ୍ରସଙ୍ଗକୁ ନେଇ ବଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ

ଧାନମଣ୍ଡି ପ୍ରସଙ୍ଗକୁ ନେଇ ବଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ। ଧାନ କିଣାକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ ବୋଲି ମତ ରଖିଲେ ମନମୋହନ ସାମଲ। ବିଜେପି ଶାସନରେ ଗତ ୧୦ ବର୍ଷରେ ଧାନ କ୍ୱିଂଟାଲ ପିଛା ୧୩୧୦ ଟଙ୍କାରୁ ୩୧୦୦ ଟଙ୍କାକୁ ବୃଦ୍ଧି ପାଇଛି। ଧାନ କିଣା ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଇଛି ଏବଂ ଧାନ କିଣାରେ ବିଜେପି ସରକାର କୌଣସି ସାଲିସ କରିବ ନାହିଁ। ରାଜ୍ୟର ଅଧିକାଂଶ ଜିଲ୍ଲାରେ ଧାନ କିଣା ୯୦ ରୁ ୯୫ ପ୍ରତିଶତ ଅତିକ୍ରମ କରିସାରିଛି ଏବଂ ଧାନ କିଣା ଏବେବି ଅବ୍ୟାହତ ରହିଛି। ଯେପର୍ଯ୍ୟନ୍ତ ଚାଷୀଙ୍କ ପାଖରେ ଧାନ ରହିଛି, ସେପର୍ଯ୍ୟନ୍ତ ଧାନ କିଣା ଜାରି ରହିବ। ଧାନ କିଣାରେ ଯେଭଳି ତ୍ରୁଟି ବିଚ୍ୟୁତି ନ ରହିବ, ସେଥି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଗଣ, ବିଧାୟକବୃନ୍ଦଙ୍କ ସମେତ ବିଜେପିର ବରିଷ୍ଠ ନେତାମାନେ ମଣ୍ଡି ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଯେଉଁମାନେ ବିଭ୍ରାନ୍ତ କରି ଅମୃତ ହାଣ୍ଡିରେ ବିଷ ପକାଇବାକୁ ଚେଷ୍ଠା କରୁଛନ୍ତି, ସେମାନଙ୍କୁ ଓଡ଼ିଶାର ଜନସାଧାରଣ କ୍ଷମା ଦେବେ ନାହିଁ। ବିଧାନସଭାରେ ଆଲୋଚନା ହେଲେ ସମସ୍ତ ପ୍ରଶ୍ନର ଜବାବ୍ ଦେବା ପାଇଁ ବିଜେପି ସରକାର ପ୍ରସ୍ତୁତ ଅଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ଶ୍ରୀ ଶିବାଜୀ ମହାନ୍ତି, ଶ୍ରୀ ଅଶୋକ ମିଶ୍ର, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ଶୁଭ୍ରାଂଶୁ ମୋହନ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *