ନାଗାଭାଲି ପ୍ଲାନିଟୋରିମ ସାଧାରଣ ଜନତାଙ୍କ ପାଇଁ ଖୋଲା ଯାଇଛି।

ରାୟଗଡା ଉପକଣ୍ଠ କାଦମ୍ବରୀ ଗୁଡା ଠାରେ (ଭାକୁରଗୁଡା )ନିକଟ ନାଗାଭାଲି ପ୍ଲାନିଟୋରିମ ସାଧାରଣ ଜନତାଙ୍କ ପାଇଁ ଖୋଲା ଯାଇଛି।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ, ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହାକ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭଜନ ଲାଲ ମାଝୀ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦୀପକ କୁମାର ବେହେରା ଓ ବ୍ଲକ ଶିକ୍ଷା ଅଧିକାରୀ ସୁଦୀପ୍ତ କୁମାର ଦାଶ ଉପସ୍ଥିତ ଥିଲେ l ଆଜି ସର୍ବମୋଟ ତିନି ଗୋଟି ଶୋ ଉପସ୍ଥାପିତ ହୋଇଥିଲା। ପ୍ରଥମ ଦିନରେ ପ୍ରାୟ ଚାରି ଶହ ଛାତ୍ର ଛାତ୍ରୀ ତାଙ୍କର ଶିକ୍ଷକ ଶିକ୍ଷୟିତ୍ରୀ ଓ ସାଧାରଣ ଜନତା ଏହାକୁ ଅଉପଭୋଗ କରିଥିଲେ l ଆଶ୍ରମ ବିଦ୍ୟାଳୟ ପେଣ୍ଟାର ଛାତ୍ରଛାତ୍ରୀ ଏହି ଶୋକୁ ଉପଭୋଗ କରିଥିଲେ l ସହାୟତା ପାଇଁ ପଠାଣି ସାମନ୍ତ ପ୍ଲାନେଟରିମର ବିଶିଷ୍ଟ ବୈଜ୍ଞାନିକ ଜୟଦେବ ରହି ଉପସ୍ଥାପନା କରିଥିଲେ। କେବଳ ସୋମବାର ବ୍ୟତୀତ ଅନ୍ୟ ଦିନ ଏହି ସୋ ଚାଲୁ ରହିବ ଏବଂ ଟିକେଟର ମୂଲ୍ୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୨୦ ଟଙ୍କା ଏବଂ ଅନ୍ୟ ମାନଙ୍କ ପାଇଁ ୩୦ ଟଙ୍କା ରଖାଯାଇଛି।
ରାୟଗଡ଼ାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *