ନିଆଁରେ ପୋଡି ହୋଇଗଲେ ୪ଜଣ ଛାତ୍ର

 

ନିଆଁରେ ପୋଡି ହୋଇ ୪ଜଣ ଛାତ୍ର ଗୁରୁତର, ଜଣକର ଅବସ୍ଥା ସଙ୍କଟାପନ୍ନ।
ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ପାଇକଡାକୁଲୁଗୁଡା ସ୍ଥିତ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିଷର ନିଆଁରେ ପୋଡି ହୋଇ ୪ଜଣ ଛାତ୍ର ଗୁରୁତର ହୋଇଛନ୍ତି । ଜଣକର ଅବସ୍ଥା ସଙ୍କଟାପନ୍ନ ରହିଛି ।

ଘଟଣ ରୁ ପ୍ରକାଶ ଯେ ଆଜି ଅପରାହ୍ନ ୩ଟା ସମୟରେ ବିଦ୍ୟାଳୟ କିଛି ଛାତ୍ର ପରିସ୍ରା କରିବା କୁ ଯାଇଥିଲେ । ସେ ସମୟରେ ବିଦ୍ୟାଳୟର ଜଣେ ଛାତ୍ର ୪ଜଣ ଛାତ୍ର ଙ୍କ ଉପରେ ଥିନର ପକାଇ ଦିଆସିଲି ଲଗାଇ ଦେଇଥିଲେ। ଯାହାଫଳରେ ପିଲା ମାନଙ୍କ ଶରୀର ଅଗ୍ନି ସଂଯୋଗ ହୋଇ ପିଲା ମାନେ ଜଳିଯାଉଥିଲେ। ଖବର ପାଇଁ ବିଦ୍ୟାଳୟ ଶିକ୍ଷକ ମାନେ ଚାରିଜଣ ଛାତ୍ର ଙ୍କୁ ଉଦ୍ଧାର କରି ବିଷମ କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କୁ ଚିକିତ୍ସା ନିମନ୍ତେ ଆଣିଥିଲେ । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ସ୍ଥାନୀୟ ଖ୍ରୀଷ୍ଠୀୟାନ୍ ହସ୍‌ପିଟାଲ ସ୍ଥାନାନ୍ତର କରାଯାଇଛି । ଆହତ ମାନଙ୍କ ମଧ୍ୟରେ ବିରାଜ ଟାକ୍ରି ଗୁରୁତର ରହିଛି । ତେବେ ଆହତ ମାନେ ହେଲେ ସପ୍ତମ ଶ୍ରେଣୀ ଛାତ୍ର ବିରାଜ ଟାକ୍ରି, ନଳିନ ହୁଇକା, ରୋହିତ ଖରା ଏବଂ ପଂଚମ ଶ୍ରେଣୀ ଛାତ୍ର ସୁଦାମ ବାଘ ଅଟନ୍ତି । ବିଦ୍ୟାଳୟ କାର୍ଯ୍ୟ ସମୟ ଭିତରେ ଛାତ୍ର ମାନେ ପୋଡିଯିବା ଏକ ନିନ୍ଦନିୟ ଘଟଣା ହୋଇଥିବା ବେଳେ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା କୁ ନେଇ ଉଠିଛି ପ୍ରଶ୍ନ । କେଉଁ ପରିସ୍ଥିତିରେ ଏପରି ଦୁର୍ଘଟଣା ଘଟିଲା ସେ ସଂକ୍ରାନ୍ତରେ ପ୍ରଧାନ ଶିକ୍ଷକ ପଚାରିବା ରୁ ସେ ହାଇସ୍କୁଲ କେମ୍ପସ୍ ରେ ଥିଲେ ଖବର ପାଇଁ ମେଡିକାଲ ଆସିଥିବା କହିବା ସହ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ସେ ସଂକ୍ରାନ୍ତରେ ବିଦ୍ୟାଲୟର ଉପସ୍ଥିତ ଅନ୍ୟ ଶିକ୍ଷକ ମାନଙ୍କୁ ପଚାରି ବୁଝିବେ ବୋଲି ପ୍ରକାଶ କରିଛନ୍ତି।
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *