ନିଆଁର ପ୍ରଖର ତେଜରେ ଭସ୍ମୀଭୂତ ଦୋକାନ ଓ ମଟର ସାଇକେଲ ଗ୍ୟାରେଜ।
ପେଟ ଚାଖଣ୍ଡେ ପାଇଁ ଛୋଟିଆ ଦୋକାନ ଓ ମୋଟର ସାଇକେଲ ଗ୍ୟାରଜ କରି ଜୀବିକା ନିର୍ବାହ କରିଆସୁଥିଲେ। ଦଇବ ଦାଉ ସାଧିଲା । ନିଆଁ ଲାଗି ସବୁ ଭସ୍ମୀଭୂତ ହୋଇଗଲା। ଏପରି ଅଭନୀୟ ଘଟଣା ଦେଖିବାକୁ ମିଳିଛି, ରାୟଗଡା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ସଦର ମହକୁମା ସ୍ଥିତ ସମିତି କାର୍ଯ୍ୟାଳୟ ସମ୍ମୁଖରେ। ୨ ଗୋଟି ଦୋକାନ। ଗୋଟିଏ ଚାହା ଦୋକାନ ଏବଂ ଆଉ ଗୋଟିଏ ମୋଟର ସାଇକେଲ ଗ୍ୟାରେଜ। ଦୁଃଖ ଓ ପରିତାପର ବିଷୟ ଗୁଡ଼ାରୀରେ ଓଡିଶା ଅଗ୍ନିଶମ ସେବା ବିଭାଗକୁ ଯୋଗାଯୋଗ କରାଯାଇ ଥିଲେହେଁ, ଦୋକାନ ଓ ଗ୍ୟାରେଜ ସମ୍ପୂର୍ଣ୍ଣ ଜଳି ଭସ୍ମଭୂତ ହୋଇ ସାରିଥିଲା। ଓଡିଶା ଅଗ୍ନିଶମ ସେବା ବିଭାଗ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା। ମୋଟାମୋଟି ପ୍ରାୟ ୩ ଲକ୍ଷ ଟଙ୍କାର ସମ୍ପତି କ୍ଷତି ହୋଇଥିବା ଆକଳନ କରାଯାଉଛି। ଉଭୟ ଦୋକାନ ମାଲିକ କ୍ଷୟ କ୍ଷତି ବାବଦକୁ ସରକାର କିଛି ଯାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ନିଆଁ କେମିତି ଲାଗିଲା ଏଯାବତ ଜଣାପଡ଼ିନାହିଁ । ଏହି ସମୟରେ ନିର୍ବାହୀ ଅଧିକାରୀ ପ୍ରସନ କୁମାର ପାଢ଼ୀ ଘଟଣା ସ୍ଥଳରେ ଉପସ୍ଥିତ ରହି ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଛି।
ରାୟଗଡାରୁ ଫଟୋ ନ୍ୟୁଜ ଟାଇମ୍ସ ର ସ୍ୱତନ୍ତ୍ର ପ୍ରତିନିଧି ପ୍ରସାଦ ଲିମାଙ୍କ ରିପୋର୍ଟ