“ନିଆଁ” ଆୟତରେ ରହିଲେ ଏହା ହେଉଛି ସୃଷ୍ଟିକର୍ତ୍ତା। ଏହାକୁ ଆୟତରେ ରଖି ନ ପାରିଲେ ପ୍ରଳୟଙ୍କରୀ। ବହୁ ଅଘଟଣ ନିଆଁ ଯୋଗୁଁ ହୋଇଥାଏ। ଏହାକୁ ରୋକିବା ପାଇଁ ଆମ ସରକାରଙ୍କର ଚବିଶ ଘଣ୍ଟିଆ ସଜାଗ ରହିଥିବା ଅଗ୍ନିଶମ ବିଭାଗ ରହିଅଛି। ନିଆଁ ଦ୍ୱାରା ଏକ ଅଘଟଣ ଘଟିଛି ବନ୍ଦର ନଗରୀ ପାରାଦ୍ୱୀପରେ। ଏକ ପେଟ୍ରୋଲ ପମ୍ପଠାରୁ ଅନତି ଦୂରରେ ଇଣ୍ଡିଆନ ଅଏଲ ରିଫାଇନାରୀ ଠାରୁ ମାତ୍ର କିଛି ଦୂରରେ ଏକ ପାଇପ ଗଦା ଏବଂ କୋଇଲାରେ ନିଆଁ ଲାଗିଯାଇଥିଲା।
ଷ୍ଟକୟାର୍ଡରେ ନିଆଁ, ଜଳିଗଲା ଲକ୍ଷ ଲକ୍ଷ ଟଙ୍କାର ପାଇପ।
ପାରାଦ୍ୱୀପ ରିଫାଇନାରୀ ନିକଟରେ ଏକ ପାଇପ ଷ୍ଟକୟାର୍ଡ଼ ରେ ଅଗ୍ନିକାଣ୍ଡ ଘଟିବାରୁ ସେଠାରେ ଗଛିତ ପାଇପ ଗୁଡିକ ଜଳି ଯାଇଛି। ଘଟଣା ରୁ ପ୍ରକାଶ ଯେ ଏହି ଷ୍ଟକୟାର୍ଡ଼ ରେ କୌଣସି କାରଣ ରୁ ନିଆଁ ଲାଗି ଯାଇ ଥିବା ହେତୁ ଘଟଣା ସ୍ଥଳରେ ୭ଟି ଅଗ୍ନିଶମ ଗାଡି ନିଆଁ ଲିଭାଇବା କାର୍ଯ୍ୟ ରେ ନିୟୋଜିତ ଥିଲେ।ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ କୁ ଆୟତ କରିଥିବା ଜଣାପଡିଛି.ପାଇପ ର ଉପର ଭାଗରେ ପିଚୁ ଓ ପ୍ଲାଷ୍ଟିକ କୋଟିଂ ରହିଥିବାରୁ ନିଆଁ ଲିଭାଇବାକୁ ଫୋମ ଓ ପାଣି ର ବ୍ୟବହାର ହେଇ ଥିଲା। ଏହି ଷ୍ଟକୟାର୍ଡ଼ ର ପାଖା ପାଖି ପ୍ରାୟ ୫୦ମିଟର ଦୂରରେ ଗୋଟେ ପେଟ୍ରୋଲ ଟାଙ୍କି ରହି ଥୀବାରୁ ଏବଂ ରାସ୍ତାର ଆର ପାର୍ଶରେ ପାରାଦ୍ୱୀପ -ହଳଦିଆ ତୈଳ ପାଇପ ଲାଇନ ଥୀବାରୁ ଯାହା ଆଗକୁ ବଡ ବିପଦ ସମ୍ଭବନା କୁ ଏଡାଇ ଦିଆ ଯାଇ ନପାରେ।ବାସ୍ତବରେ ସରକାର ସୁରକ୍ଷlକୁ ଆଖିରେ ରଖି ଷ୍ଟକୟାର୍ଡ଼ ବନାଉଥିବା କମ୍ପାନୀମାନଙ୍କୁ ଆବଶ୍ୟକ ସ୍ଥଳେ ଫାଇନ କରିବା ଉଚିତ।
ପରାଦୀପ ରୁ ଫଟୋ ନ୍ୟୁଜ ଟାଇମ୍ସର ପ୍ରତିନିଧି ପ୍ରଭାତ କୁମାର ଦଳାଇ ଙ୍କ ରିପୋର୍ଟ।