ନିମ୍ନମାନର ରାସ୍ତା ନିର୍ମାଣ ଯୋଗୁଁ ରାସ୍ତା ଉପରୁ ପିଚୁ ଉଠି ଯାଇଥିବା ଦେଖିବାକୁ ମିଳିଛି

 

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀ ଛକ ଠାରୁ ଗାଁ ଭିତର ପର୍ଯ୍ୟନ୍ତ ଦେଢ଼ କିମି ପିଚୁ ରାସ୍ତା ଗତ ୨ ଦିନ ତଳେ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ହେଲେ ନିମ୍ନମାନର ରାସ୍ତା ନିର୍ମାଣ ଯୋଗୁଁ ରାସ୍ତା ଉପରୁ ପିଚୁ ଉଠି ଯାଉଥିବା ବେଳେ ଅନେକ ସ୍ଥାନରେ ରାସ୍ତା ଫାଟି ଯାଇଥିବା ଦେଖିବାକୁ ମିଳିଛି l

ସରକାର ଗମନାଗମନ କ୍ଷେତ୍ରରେ ବିପୁଳ ଅର୍ଥ ବିନିଯୋଗ କରୁଥିବା କହୁଛନ୍ତି। ହେଲେ ଠିକାଦାର ସହିତ ବିଭାଗୀୟ ଅଧିକାରୀଙ୍କ ଭିତିରି ସମ୍ପର୍କ ଯୋଗୁଁ ଅତି କମ୍ ପରିମାଣର ସାମଗ୍ରୀ ବ୍ୟବହାର ହେଉଥିବାରୁ ଏହି ସବୁ ପିଚୁ ଛାଡ଼ି ଉଠି ଯାଉଥିବା ଅଭିଯୋଗ ହୋଇଛି । ଆହୁରି ମଧ୍ୟ ଏହି ରାସ୍ତା କାମରେ କୌଣସି ସ୍ଥାନରେ ସୂଚନା ଫଳକ ନ ଥିବାରୁ ଗ୍ରାମବାସୀଙ୍କୁ ଅନ୍ଧାରରେ ରଖି ଉକ୍ତ ରାସ୍ତା କାମ କରାଯାଉଥିବା ଗ୍ରାମର ଅମ୍ବରେଶ ପ୍ରଧାନ ଅଭିଯୋଗ କରିଛନ୍ତି। କଣ୍ଟାମାଳ ଗ୍ରାମ୍ୟ ଉନ୍ନୟନ ସଂସ୍ଥା କନିଷ୍ଠ ଯନ୍ତ୍ରୀ ହେମ୍ବ୍ରମ ବାବୁଙ୍କୁ ପଚାରିବାରୁ ଏହି ପିଚୁକୁ କେତେକ ଲୋକ ଜବରଦସ୍ତ ଝିଙ୍କି କାଢି ଦେଉଛନ୍ତି ଓ ଏହି ପିଚୁ ସେଟ୍ ହେବାପାଇଁ ୪୫ ଦିନ ସମୟ ଲାଗିବ ଏବଂ ଏହା ଏକ ମରାମତି କାମ ହୋଇଥିବାରୁ ଏହାର ସୂଚନା ଫଳକ ଲଗାଯାଇ ନାହିଁ ବୋଲି କହିଥିଲେ।

ତେବେ ପରୋକ୍ଷରେ ସଂପୃକ୍ତ ଯନ୍ତ୍ରୀ ଠିକାଦାରଙ୍କୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି। ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବୀ ଜଣାଇଛନ୍ତି।
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ

Leave a Reply

Your email address will not be published. Required fields are marked *