ରାୟଗଡl ରେ ନିର୍ମାଣ ମହା ସଂଘ ପକ୍ଷ ରୁ 10 ଗୋଟି ମୌଳିକ ସମସ୍ୟା ନେଇ ଦାବି ନେଇ ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲାଶ୍ରମ ଅଧିକାରିଙ୍କୁ ଦାବିପତ୍ର। ରାୟଗଡା ଜିଲ୍ଲା ନିର୍ମାଣ ମହାସଂଘ ତରଫରୁ ସ୍ଥାନୀୟ ଗାନ୍ଧୀ ଉଦ୍ୟାନ ଠାରୁ ବିଶାଳ ଶୋଭା ଯାତ୍ରା ରେ ବାହାରି ରାୟଗଡ଼ା ସହର ପରିକ୍ରମା କରି ବ୍ଲକ ଅଫିସ ଛକ ଦେଇ 10 ଦଫା ଦାବୀ ନେ଼ଇ ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ଶ୍ରମ ଅଧିକାରି ଙ୍କୁ ଏକ ଦାବୀ ପ୍ରଦାନ କରି ଥିଲେ । ଏହି ମହା ସଂଘ ରେ 12 ଗୋଟି ଟ୍ରେଡ ୟୁନିଓନ ର କାର୍ଯ୍ୟ କର୍ତ୍ତା ଯୋଗଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀ ପ୍ରଦାନ କଲା ପରେ ଜିଲ୍ଲା ଶ୍ରମ ଅଧିକାରି ଅଫିସ ନିକଟ ରେ ଆନ୍ଦୋଳନ ଜାରି କରିଥିଲେ। କିଛି ସମୟ ପରେ ଆନ୍ଦୋଳନ ତୀବ୍ର ହେବା ପରେ ଶ୍ରମ ଆୟୁକ୍ତ ଅଧିକାରି ଓ ଶ୍ରମ ଅଧିକାରି ଆନ୍ଦୋଳନ କାରି ମାନଙ୍କ ପାଖରେ ପହଂଚି ମହାସଂଘ୍ କାର୍ଯ୍ୟକର୍ତ୍ତା ମାନଙ୍କ ସହ ଆଲୋଚନା କରିଥିଲେ। ଦାବିଗୁଡିକ ଏକ ମାସ ମଧ୍ୟରେ ସମାଧାନ କରାଯିବ ବୋଲି ପ୍ରତିସୃତି ମିଳିବା ପରେ ଆନ୍ଦୋଳନରୁ ଓହରି ଥିଲେ। ଏହି ଆନ୍ଦୋଳନ ରେ ସଙ୍ଗର ସଭାପତି ନିରଞ୍ଜନ ପାତ୍ର, ଉପସଭାପତି ବଳରାମ କୁଲିଶିକା, ଉପଦେଷ୍ଟା ଭବାନି ଶଙ୍କର ଜେନା, ସମ୍ପାଦକ ଜିମାଧବ,ଉପସମ୍ପା।ଦକ ଖଗେସ୍ୱର୍ ସିଂହ ଉପସ୍ଥିତ ଥିଲେ।
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
