ନିୟମଗିରିରେ ଖଣି ଖନନକୁ ବିରୋଧ କରି ଡ଼ଙ୍ଗରିଆ ମାନଙ୍କ ମେଳି

ନିୟମଗିରିରେ ଖଣି ଖନନକୁ ବିରୋଧ କରି ଡ଼ଙ୍ଗରିଆ ମାନଙ୍କ ମେଳି।
ରାୟଗଡ଼ା ଓ କଳାହାଣ୍ଡି ସିମାନ୍ତରେ ଥିବା ବେଦାନ୍ତ କମ୍ପାନୀ ତରଫରୁ ନିୟମଗିରିରେ ଖଣି ଖନନ ନେଇ ଆଗାମୀ ଦିନରେ ଗ୍ରାମସଭା ହେବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ଏହାକୁ ନେଇ ଡ଼ଙ୍ଗରିଆ ମାନଙ୍କ ତରଫରୁ ଏହାକୁ ବିରୋଧ କରି ଆରମ୍ଭ କରିଛନ୍ତି ମେଳି । ଏ ନେଇ ରାୟଗଡ଼ା ଜିଲ୍ଲାର ମୁନିଗୁଡା, କଲ୍ୟାଣସିଂହପୁର ଓ ବିଷମକଟକ ବ୍ଲକର ନିୟମଗିରିକୁ ସଂଯୋଗ କରୁଥିବା ପଞ୍ଚାୟତ ଗୁଡିକରେ ପୃଥକ ପୃଥକ ଭାବେ ଡ଼ଙ୍ଗରିଆଙ୍କ ବୈଠକ ଆୟୋଜନ ହେଉଅଛି। ଶିବପଦର ପଞ୍ଚାୟତର ହାଟ ଦହିଖାଲ ଶିବମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଆୟୋଜନ ହୋଇଅଛି ।

ବୈଠକରେ କଳାହାଣ୍ଡି ଜିଲ୍ଲା ତ୍ରିଲୋଚନପୁର, ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ୍ ର ଶିବପଦର,ମୁନିଖୋଲ ପଞ୍ଚାୟତ ଓ କଲ୍ୟାଣସିଂହପୁର ବ୍ଲକ୍ ପାଟଶାଲି ପଞ୍ଚାୟତର ଶତାଧିକ ଡ଼ଙ୍ଗରିଆ ପୁରୁଷ ଓ ମହିଳା ଯୋଗଦେଇଛନ୍ତି। ସେମାନେ କୈଣସି ପରିସ୍ଥିତିରେ ମଧ୍ୟ ବେଦାନ୍ତକୁ ନିୟମଗିରିରେ ଖଣି ଖନନ ପାଇଁ ସୁଯୋଗ ଦେବେନାହିଁ। ଏଥିନିମନ୍ତେ ମେଳିରେ ନିଷ୍ପତି ନେଇଛନ୍ତି। ନିୟମଗିରର ଜଳ, ଜଙ୍ଗଲ ଏବଂ ଜମି ପୂର୍ବରୁ ଡ଼ଙ୍ଗରିଆ ମାନଙ୍କ ଥିଲା ଓ ଆଗାମୀ ଦିନରେ ଏମାନଙ୍କର ରହିବ।

ସେମାନେ କହିଛନ୍ତି ଯେ ଜିବନ ଦେବୁ ପଛେ ନିୟମଗିରି ଛାଡ଼ିବୁ ନାହିଁ। ଏହି ମେଳିରେ “ନିୟମଗିରି ସୁରକ୍ଷା ସମିତି” ସଭାପତି ଲଦ ସିକକା, ସମ୍ପାଦକ ଦଧି ପୁଷିକା, ଏହି ବୈଠକର ଆବାହକ ରାଧାମୋହନ ଟାକ୍ରୀ, ଆବ୍ରାହମ ଗାଣ୍ଟା ପ୍ରମୁଖଙ୍କ ନେତୃତ୍ୱ ରେ ଏହି ଡ଼ଙ୍ଗରିଆ କନ୍ଧଙ୍କ ମେଳି ହୋଇଥିଲା।
ବାଲିଗୁଡ଼ାରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଆନନ୍ଦ ରାଓଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *