ନିୟମଗିରି ପାହାଡ଼ରେ ୩ ସହିଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ।
ନିୟମଗିରି ପାହାଡ଼ ଅଞ୍ଚଳରେ ୩ ସହିଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସହିଦସ୍ତମ୍ଭ ସ୍ଥାପନ କରାଯାଇଛି। ଲାଖପଦର ଗାଁରେ ସହିଦ ବିର୍ସା ମୁଣ୍ଡାଙ୍କ ସହ ସ୍ଥାନୀୟ ଦୁଇଜଣ ସହିଦ ବାରି ପିଡି଼କାକା ଓ ଶୁକ୍ରୁ ମାଝୀଙ୍କ ପ୍ରତିମୂର୍ତ୍ତି ଉନ୍ମୋନ୍ମୋଚନ ହେଇଛି । ନିୟମଗିରି ଜଳ, ଜମି,ଜଙ୍ଗଲ, ପାଇଁ ସଂଗ୍ରାମ ଲଢ଼େଇ କରିଆସୁଥିବା ସଂଗ୍ରାମୀଙ୍କୁ ମାଓବାଦୀ କହି ପ୍ରଶାସନ ଧରିନେଇ ଜେଲରେ ଭର୍ତ୍ତି କରୁଥିଲା। ତଥାପି ସଂଗ୍ରାମ ଜାରି ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଥିଲା। ତାଙ୍କୁ ମନେ ରଖିବା ପାଇଁ ଆଜି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ବାରି ପିଡ଼ିକାଙ୍କୁ ମୁନିଗୁଡ଼ା ପୁଲିସ ଜେଲରେ ଭର୍ତ୍ତି କରିଥିଲା । ସେହି ସମୟରେ ତାଙ୍କର ଦେହ ଅସୁସ୍ଥ ଥିଲା। ଚିକିତ୍ସା କରିବୁ ବୋଲି କହିଥିଲେ। କିନ୍ତୁ କିଛି ଚିକିତ୍ସା କଲେ ନାହିଁ। ଦୁଇ ବର୍ଷ ପୂର୍ବେ ବିଷମକଟକ ଜେଲରେ ତାଙ୍କର ମୃତ୍ୟୁ ହୋଇଥିଲା I ସେହିପରି ଆଉ ଜଣେ ସଂଗ୍ରାମୀ ଶୁକ୍ରୁ ମାଝିଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଥିଲା I ସେ ଏଠାକାର ଏକ କମ୍ପାନୀ ବିରୋଧରେ ସ୍ବର ଉତ୍ତୋଳନ କରି ଆସୁଥିଲେ I ଏଣୁ ସଂଗ୍ରାମୀ ବିର୍ସା ମୁଣ୍ଡା, ବାରି ପିଡିକାକା ଓ ଶୁକ୍ର ମାଝିକୁ ମନେ ରଖିବା ପାଇଁ ତାଙ୍କ ପ୍ରତିମୂରି ପ୍ରତିମୂର୍ତ୍ତୀ ଉନ୍ମୋଚନ କରି ସହିଦ ସ୍ତମ୍ଭ ସ୍ଥାପନ କରାଯାଇଛି। ଏହା ନିୟମଗିରି ସୁରକ୍ଷା ସମିତି ସଭାପତି ଲଦ ସିକ୍କା କହିଛନ୍ତି। ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ସିକ୍କା,ଦଧି ପୁଷିକା ଓ କୁଣଜୀ କୁଟ୍ରୁକା ଅତିଥି ଭାବେ ରହି ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି।
ଯେଉଁ କମ୍ପାନୀ ଏହି ହୀନକାର୍ଯ୍ୟ କୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ କରାଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି, ତାହା ତାଙ୍କ ବିରୁଦ୍ଧରେ ପୁନଶ୍ଚ ତଦନ୍ତ କରିବା ପାଇଁ ସଂଗ୍ରାମ ସମିତି ଦାବି କରିବା ଉଚିତ। ସରକାରଙ୍କର ମଧ୍ୟ ଦାୟିତ୍ଵ ରହିଛି ଏହି ତଦନ୍ତ କିପରି ସ୍ଵଚ୍ଛ ଏବଂ ନିର୍ମଳତାର ସହ ହେଇପାରିବ ସେଥିପ୍ରତି ଧ୍ୟାନ ଦେବେ। ଏହି କାର୍ଯ୍ୟ ହେଲେ ହିଁ ପ୍ରତିମୁର୍ତି ଏବଂ ସହିଦ୍ ସ୍ତମ୍ଭ ସ୍ଥାପନର ସଫଳତା ମିଳିବ ବୋଲି ନିୟମଗିରି ପାହାଡ ଅଞ୍ଚଳବାସୀମାନେ ମତ ରଖିଛନ୍ତି।
ଜନମଞ୍ଚ ସୁରକ୍ଷା ଆବାହକ ଦଣ୍ଡପାଣି ମହାନ୍ତି,ପଶ୍ଚିମବଙ୍ଗ ମାନବ ଅଧିକାର କର୍ମୀ ବାବୁସିଂ ରଏ, କଳିଙ୍ଗ ନଗରର ଆନ୍ଦୋଳନର ନେତ୍ରୀ ସିନି ସଏ, ଗନ୍ଧମାର୍ଦନ, ଖଣ୍ଡୁଆଳମାଳ ସ୍ଥାୟୀ ସୁରକ୍ଷା ସମିତି ସଭାପତି କାର୍ତିକ ମାଝୀ, ସମ୍ପାଦକ ବ୍ରିଟିଶ କୁମାର,ସିଜିମାଳି ଅଞ୍ଚଳର ପ୍ରମୁଖ ନେତାମାନେ ଯୋଗ ଦେଇଥିଲେ | ନିୟମଗିରି ପାହାଡ଼ର ୧୧୨ଖଣ୍ଡ ପଦରର ଡଙ୍ଗରିଆ କନ୍ଧମାନେ ନିଜ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଉପସ୍ଥିତ ରହିଥିଲେ। ଆଦିବାସୀଙ୍କ ପାଇଁ ଲଢ଼େଇ କରି ସହିଦ ହୋଇଥିବା ତିନି ଜଣଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଜୟ ଧରଣୀପେନୁ, ଜୟ ନିୟମରଜା ଡାକରା ଦେଇ ତାଙ୍କ କାର୍ଯ୍ୟକୁ ଅନୁସରଣ କରି ଚାଲିବା ପାଇଁ ସଂକଳ୍ପ କରିଥିଲେ।
କଳାହାଣ୍ଡି ଜିଲ୍ଲାରୁ ଫଟୋ ନ୍ୟୁଜ ଟାଇମସ୍ ର ପ୍ରତିନିଧି ସୁଶାନ୍ତ ମାଝୀଙ୍କ ରିପୋର୍ଟ।
ନିୟମଗିରି ପାହାଡ଼ରେ ୩ ସହିଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ।
