ନୀଳକଣ୍ଠେଶ୍ଵର ମନ୍ଦିରରେ ସାଂସଦ

 

ନୀଳକଣ୍ଠେଶ୍ଵର ମକର ମେଳା ଉଦଘାଟିତ। ଘଟଗାଁ ବ୍ଲକ ବହାଟିପୁର ନୀଳକଣ୍ଠେଶ୍ଵର ମକର ମେଳା ଉଦଘାଟିତ ହେଇଯାଇଛି। ଉଦଘାଟନ ଉତ୍ସବରେ କେନ୍ଦୁଝର ଲୋକସଭା ସାଂସଦ ଅନନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୀଳକଣ୍ଠେଶ୍ଵର ଠାକୁରଙ୍କ ମାହାତ୍ମ୍ୟ ଓ ମକର ପର୍ବର ବିଶେଶ୍ୱତ ଉପରେ ଆଲୋକପାତ କରିଥିଲେ।

ସାଂସଦଙ୍କ ପ୍ରତିନିଧି ଅଖିଳ ପାତ୍ର, ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ମୁକ୍ତିବାନ ନାୟକ, ଯୁବ କବି ତଥା ଘଟଗାଁ ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନୟନ ଅଧିକାରୀ ଚିତରଞ୍ଜନ ନାୟକ, ପଇଦାପାଟଣା ସରପଞ୍ଚ ମୁକୁନ୍ଦ ମୁଣ୍ଡା ଯୁବ ସମାଜସେବୀ ରଣଜିତ ନାୟକ ପ୍ରମୁଖ ସନମାନନୀୟ ଅତିଥି ଭାବେ ଯୋଗଦେଇଥିଲେ। ବହାଟିପୁର ସରପଞ୍ଚ ଗୋବର୍ଧନ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷକ ରୋହିତ କୁମାର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ମକରମେଳା ନୋଡାଲ ଅଫିସର ସାରଖାଦର ରଣା ଧନ୍ୟବାଦ ଦେଇଥିଲେ।

ପରେ ପରେ ଆଦିବାସୀ ହୋ ସମାଜ, ବହାଟିପୁରା ସାଂସ୍କୃତିକ ଅନୁଷ୍ଠାନ, ଶଙ୍କର ବେହେରା ଓ ଟପ ଙ୍କ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ପ୍ରସିଦ୍ଧ ଭଜନ କଣ୍ଠଶିଳ୍ପୀ ପଙ୍କଜ ଜାଲ ଭଜନ ପରିବେଷଣ କରିଥିଲେ। ପରିଶେଷରେ ବହାଟିପୁରା ନାଗରିକ ସମାଜ ତରଫରୁ ବରିଷ୍ଠ ସମାଜସେବୀ ରମାକାନ୍ତ ପ୍ରଧାନ, ନିର୍ମଳ ଶତପଥୀ, ଅଟଳ ବିହାରୀ ଶତପଥୀ ଉପସ୍ଥିତ ରହି ସାଂସଦ ଅନନ୍ତ ନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ନୀଳକଣ୍ଠେଶ୍ଵର ମନ୍ଦିର କୋଠ ତହସିଲଦାର ଦାୟିତ୍ୱରେ ଥିବା ସରୋଜ ପଣ୍ଡା, ପଞ୍ଚାୟତ କର୍ମଚାରୀ ଅନିଲ ଆଚାର୍ଯ୍ୟ, ପିଇଓ ନକଘନ ମାଝୀ, ଯୁବସମାଜସେବୀ ଶୁଭକାନ୍ତ ରଣା, ହୃଦାନନ୍ଦ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଘଟଗାଁରୁ ମନୋଜ ପାତ୍ରଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *