ନୀୟମ ଗିରି ପାହାଡ଼ ରେ ଉତ୍ପାଦିତ ହେଉଛି ସପୁରୀ। ଅଭାବୀ ବିକ୍ରୀର ଶିକାର ହଉଛିନ୍ତି ସପୁରୀ ଚାଷୀ। ଏଥିପ୍ରତି ଓରମାସ ବିଭାଗର ନିଷ୍କ୍ରିୟତା ଦାୟୀ ବୋଲି ମତ ପ୍ରକାଶ ପାଉଛି। ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ପାର୍ସାଲି ପଞ୍ଚାୟତ ନିୟମଗିରି ଅଞ୍ଚଳରେ ରୁତ କାଳିନ ଫସଲ ସପୁରୀ ର ଚାହିଦା ଓ ସରସ ହୋଇଥିବା ଦେଖିବାକୁ ମିଳିଛି।

ବର୍ଷା ରୁତୂରେ ପଚୂର ପରିମାଣ ରେ ଏହି ସପୁରୀ ଉତ୍ପାଦନ ହୋଇଥାଏ।ଏହି ସପୁରୀ ଦେଖିବାକୁ ସୁନ୍ଦର ଆଉ ସୂଦିଷ୍ଟ। ଏହାର ଚାହିଦା ଓଡ଼ିଶା ତଥା ପଡ଼ୋଶୀ ଛତିଶଗଡ଼, ବାଂଲାଦେଶ ଏବଂ ଆନ୍ଧ୍ରପ୍ରଦେଶ ରେ ପ୍ରଚୁର ପରିମାଣରେ ରହିଛି। ଏହି ସପୁରୀ ଚାଷ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତର ନିୟମଗିରି ପାହାଡ ଓ ମୁନିଗୁଡା ବ୍ଲକ ବିଷମକଟକ, ଚାଟିକଣା, କୁର୍ଲି ପଞ୍ଚାୟତ ଯାହାକି ନିୟମଗିରିକୁ ଲାଗିରହିଥିବା ଅଞ୍ଚଳରେ ଚାଷ କରାଯାଏ।

ଆଦିମ ଜନଜାତି ଡ଼ଙ୍ଗରିଆ ମାନେ ପ୍ରଚୁର ପରିମାଣରେ ସପୁରୀ ଚାଷ କରିଥାନ୍ତି। ଏହି ଚାଷ କରିବା ପାଇଁ ପ୍ରଥମେ ଜଙ୍ଗଲ କାଟି ସଫା କରନ୍ତି, ପରବର୍ତୀ ସମୟରେ କଟା ଜଙ୍ଗଲ ରେ ନିଆଁ ଲଗାଇ ସୁଖିଲା ଗଛସବୁ ପୋଡ଼ନ୍ତି। ସେଇ ଠାରୁ ଯୋଉ ପାଉଁଶ ବାହାରେ ତାକୁ ସାର ଭାବରେ ବ୍ୟବହାର କରନ୍ତି। ଚଳିତ ବର୍ଷ ସପୁରୀ ପ୍ରଚୁର ମାତ୍ରା ରେ ଅମଳ ହେବା ସତ୍ତ୍ୱେ ରକ୍ଷଣ ବେକ୍ଷଣର ସୁବିଧା ଏବଂ ଉପଯୁକ୍ତ ବିକ୍ରୀ ର ବେବସ୍ତା ନ ଥିବାରୁ ଦଲାଲମାନେ ଗୋଟାଏ ସପୁରୀକୁ ୭ ରୁ ୮ ଟଙ୍କା ଦରରେ କିଣି ଏହାର ଫାଇଦା ଉଠାଉଛନ୍ତି।ଏହାର କ୍ଷତି ଭୋଗୁଛନ୍ତି ସପୁରୀ ଚାଷୀ। ନିୟମଗିରି ଡଙ୍ଗରିଆଙ୍କର ମୂଖ୍ୟ ଯିବିକା ଜଙ୍ଗଲଯାତ ଦ୍ରବ୍ୟ ଉପରେ ନିର୍ଭର କରେ ।

କିନ୍ତୁ ଏହାର ବିକ୍ରି ବଟା ନିମନ୍ତେ ଉଚିତ ବଜାର ବେବସ୍ତା ନ ଥିବାରୁ ନାହିଁ ନଥିବା କ୍ଷତି ଭୋଗୁଛନ୍ତି ନିୟମଗିରି ସପୁରୀ ଚାଷୀ । ସରକାର ଏହି ଅଭାବୀ ବିକ୍ରୀକୁ ରୋକିବା ପାଇଁ ବ୍ୟବସ୍ଥା କରିବାର ଆବଶ୍ୟକତା ଅଛି।
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ।
