ନୂଆପଡାରେ କର୍ମୀ ମାନଙ୍କ ଦଳବଦଳ ଚାଲୁ ରହିଛି

 

ନୂଆପଡା ଉପନିର୍ବାଚନରେ ସବୁଠାରୁ ଅଧିକା ପ୍ରଭାବ ପକାଉଛି ସୋସିଆଲ ମିଡ଼ିଆ। ଏହି ନିର୍ବାଚନ ପ୍ରଚାର ସମୟରେ ପ୍ରତ୍ୟକ ଦଳ ସୋସିଆଲ ମିଡ଼ିଆକୁ ବ୍ୟବହାର କରି ନିଜର ରାଲି, ପାର୍ଥି ଓ ପାର୍ଥୀନୀ ମାନଙ୍କ ଭୋଟର ମାନଙ୍କୁ ଦେଇଥିବା ଭାଷଣ ଏବଂ ସେମାନଙ୍କର ଅଧିମୁଖ୍ୟକୁ ପ୍ରଚାର ଓ ପ୍ରସାର କରାଉଛନ୍ତି। ବର୍ତମାନ ଦଳବଦଳର ପ୍ରକ୍ରିୟା ଜୋରସୋରରେ ଚାଲିଛି। ଏହି ଦୌଡରେ ରାମ ମାଝୀ, ବିରଞ୍ଜନ ବିଶି,ଏମ. ଡି ଆଦମ ଏବଂ ଖୁତୁସରାମ ସୁନାନି ଏକ ପ୍ରକାର ଦୌଡରେ ଅଛନ୍ତି। ଆମ ଫଟୋ ନ୍ୟୁଜ ଟାଇମସର ଗ୍ରାଉଣ୍ଡ ଜିରୋରୁ ଆମେ ବିଜେପିର ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ବ୍ରହ୍ମଗିରୀର ବିଧାୟିକା ଉପାସନା ମହାପାତ୍ର ଏବଂ ବିଜେଡ଼ିର ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ପ୍ରତିକ୍ରିୟା ପ୍ରସାରଣ କରୁଅଛୁ। ଶ୍ରୀକାନ୍ତ ସାହୁ ବକ୍ତବ୍ୟ ରଖିଛନ୍ତି ଯେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିୟା ହେଉଛନ୍ତି ତାଙ୍କ ଦଳର ଏବଂ ତାଙ୍କ ଭୋଟର ମାନେ ଶଙ୍ଖ ଚି଼ହ୍ନକୁ ଭୋଟ ଦେବେ। କିନ୍ତୁ ଅଶ୍ୱିନୀ ଷଡ଼ଙ୍ଗୀ ମତ ରଖିଛନ୍ତି ବିଜେଡ଼ି କେବଳ ଶାସନରେ ଥିବା ସମୟରେ ଉପନିର୍ବାଚନ ଲଢ଼ିବାର କୌଶଳ ଜାଣିଛି। ତେଣୁ ସେମାନେ ଆମ ବହୁ ଭୋଟ ପଛରେ ରହିବେ। ବିଧାୟିକା ଉପାସନା ମହାପାତ୍ର ନୂଆପଡାର ମହିଳା ଭୋଟର ମାନଙ୍କର ବିଜେପି ପ୍ରତି ଉତ୍ସାହ ଏବଂ ଜୟ ଢୋଲକିୟାଙ୍କ ପ୍ରତି ଥିବା ଅନୁକମ୍ପାକୁ ପ୍ରକାଶ କରୁଛନ୍ତି। ସେ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ ମହିଳା ଭୋଟର ମାନଙ୍କ ନବେ ଭାଗ ଭୋଟ ବିଜେପି ନେବ। ସମୟ କହିବ ସେମାନଙ୍କ ମତ ଓ ମନ୍ତବ୍ୟରେ କେତେ ବାସ୍ତବତା ଅଛି। ସେ ଯାହାବି ହେଉ ଆମ ସର୍ବେ ରିପୋର୍ଟ ଅନୁସାରେ କର୍ମୀ ଓ ଭୋଟର ମାନେ ନିର୍ଣ୍ଣାୟକ ମୋଡରେ ପହଞ୍ଚିନାହାନ୍ତି। ଦଳବଦଳ ପ୍ରକ୍ରିୟା ଚାଲୁ ରହିଛି।
ନୂଆପଡାରୁ ଫଟୋ ନ୍ୟୁଜ ଟାଇମ୍ସର ଏଡିଟର ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *