ନୂଆପଡାରେ ବିଜେପି

ନୂଆପଡାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଲେ ନୂଆପଡାର ସାମଗ୍ରିକ ବିକାଶ ପାଇଁ ଲୋକଙ୍କ କଥା ଜୟ ଶୁଣିବେ, ଜୟଙ୍କ କଥା ମୁଁ ଶୁଣିବି। ନୂଆପଡା ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ୱ କରିବା ପାଇଁ ଜୟ ଢୋଲକିଆ ସବୁଠାରୁ ଯୋଗ୍ୟତମ ପ୍ରାର୍ଥୀ। ନୂଆପଡାର ବିକାଶ ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ।


ବେଇମାନି ଆଉ ପ୍ରାର୍ଥୀ ଚୋରି କରିଥିଲା କିଏ? ଏହାର ସ୍ପଷ୍ଟ ଉତର ବିଜୁ ଜନତା ଦଳ ଦେବା ଉଚିତ୍। ବାହାରୁ ପ୍ରାର୍ଥୀ ଦେଇ ବିଜୁ ଜନତା ଦଳ ନୂଆପଡାକୁ ଧୋକା ଦେଇଛି। ନୂଆପଡା ବିଧାନସଭା ସହ ନୂଆପଡା ଜିଲ୍ଲାର ବିକାଶ କରିବେ ଜୟ ଢୋଲକିଆ। ଜୟ ଢୋଲକିଆ ଆପଣଙ୍କ ଜନପ୍ରତିନିଧି ଭାବେ ଆପଣଙ୍କମାନଙ୍କଠାରୁ ଆର୍ଶୀବାଦ ନେବା ପାଇଁ ଆସିଛନ୍ତି।
ପଦ୍ମ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବାକୁ ନୂଆପଡାବାସୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।


ଏହି ବିଶାଳ ବିଜୟ ସଂକଳ୍ପ ସମାବେଶରେ ପ୍ରାର୍ଥୀ ଜୟ ଢୋଲକିଆ, ସ୍ୱର୍ଗତଃ ରାଜୁ ଢୋଲକିଆଙ୍କ ଧର୍ମପତ୍ନୀ କଳ୍ପନା ଢୋଲକିଆ, ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂହଦେଓ, ସାଂସଦ ମାଳବିକା ଦେବୀ, ପୂର୍ବତନ ରାଜ୍ୟ ସଭାପତି ତଥା ବରିଷ୍ଠ ନେତା ବସନ୍ତ ପଣ୍ଡା, ବରିଷ୍ଠ ନେତା ଯଦୁମଣି ପାଣିଗ୍ରାହୀ, ପ୍ରସନ୍ନ ପାଢୀ, ଖାମ ସିଂ ମାଝି, ହୋମ ସିଂ ମାଝି, ଯୁବ ନେତା ଅଭିନନ୍ଦନ ପଣ୍ଡାଙ୍କ ସମେତ ଅନେକ ବିଧାୟକ, ରାଜ୍ୟ-ଜିଲ୍ଲା ଏବଂ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।


ନୂଆପଡାରୁ ଫଟୋ ନ୍ୟୁଜ ଟାଇମ୍ସର ସାମ୍ବାଦିକ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *