ନୂଆପଡାରେ ବିଜେପି ଓ ବିଜେଡ଼ି କର୍ମୀମାନେ ଦ୍ଵନ୍ଦରେ

ନୂଆପଡା ନିର୍ବାଚନ ମଣ୍ଡଳୀରେ ଏବେ ବିଜେଡ଼ି ଓ ବିଜେପି କର୍ମୀମାନେ କେଉଁଦଳର ତାହା ସ୍ପଷ୍ଟ ହେଉପାରୁନାହିଁ। ଯେତେବେଳେ ନେତା ଗୋଟିଏ ଦଳରୁ ଆଉ ଗୋଟିଏ ଦଳକୁ ଜମ୍ପ ମାରୁଛନ୍ତି, ସେହି ସମୟରେ କର୍ମୀ ମାନଙ୍କ ଦଳପ୍ରତି ଆନୁଗତ୍ୟ ଏବଂ ନେତାଙ୍କ ପ୍ରତି ଆନୁଗତ୍ୟ ମଧ୍ୟରେ ଦୋନ୍ଦ ସୃଷ୍ଟି ହେଇଛି। ସେମାନେ ନିର୍ଣ୍ଣୟାକ ମୋଡରେ ପହଞ୍ଚି ପାରୁନାହାନ୍ତି। ଆଗରୁ ବହୁତ ନଜିର ଅଛି ନିର୍ବାଚନ ସମୟରେ ଟଙ୍କା ଗୋଟିଏ ଦଳରୁ ନେଇ ମଧ୍ୟ ଅନ୍ୟ ଦଳକୁ ଭୋଟ ଦିଅନ୍ତି। ଗୋଟିଏ ପରିବାରରେ ଟଙ୍କା ପାଇଁ ଭାଇ, ଭାଇଠାରୁ ଦୁରେଇ ଯାଏ। ଆମ ରିପୋର୍ଟ ଅନୁସାରେ ବିଜେପି ଓ ବିଜେଡ଼ି ଦଳୀୟ କର୍ମୀମାନେ କୌଣସି ନିର୍ଣ୍ଣାୟକ ମୋଡରେ ପହଞ୍ଚି ପାରୁନାହାନ୍ତି। ବିଜେଡ଼ି କର୍ମୀ ମାନଙ୍କର ଦଳପ୍ରତି ଆନୁଗତ୍ୟ ସେଭଳି ଦେଖାଯାଉ ନାହିଁ। କାରଣ ତାଙ୍କର ପ୍ରିୟ ନେତା ତାଙ୍କ ପାଖରେ ନାହାନ୍ତି। ସ୍ବର୍ଗତ ରାଜେନ୍ଦ୍ର ଢୋଲକିୟା ତାଙ୍କ ପାଖରେ ନାହାନ୍ତି ଏବଂ ତାଙ୍କ ନେତ୍ରୀ ତାଙ୍କ ଜିଲ୍ଲାର ନୁହନ୍ତି। ସେମାନଙ୍କ ମନରେ ପ୍ରଶ୍ନ ଉଠୁଛି ତାଙ୍କ ନେତ୍ରୀ ଆଗାମୀ ସମୟରେ କଣ ନୂଆପଡା ପ୍ରତି ଦୃଷ୍ଟିଦେବେ ନା ତାଙ୍କର ପୂର୍ବନିର୍ବାଚନ ମଣ୍ଡଳୀକୁ ଗୁରୁତ୍ୱ ଦେବେ, ଯାହାକି ତାଙ୍କର ରାଜନୈତିକ ଭବିଷ୍ୟତ। ଏହି ସବୁ ବିଷୟକୁ ସେମାନେ ସାଧାରଣରେ ପ୍ରଶ୍ନ କରୁଛନ୍ତି। ବିଜେଡ଼ି ଦଳର ଆଗ ଧାଡିର ନେତାମାନେ ସେମାନଙ୍କୁ କୌଣସି ସଠିକ ଉତ୍ତର ଦେଇପାରୁନାହାନ୍ତି। ଯାହାକି ପ୍ରମାଣ କରୁଛି ସେମାନଙ୍କର ପାର୍ଥି ଚୟନ କେତେଦୂର ବିଶ୍ୱାସ ଭାଜନ ହୋଇପାରିଛି। ବିଜେପିର କର୍ମୀ ମାନଙ୍କର ମାନସିକ ସ୍ଥିତି ଏକପ୍ରକାର ସୁସ୍ଥ ଅଛି। ସେମାନଙ୍କ ସହିତ ତାଙ୍କର ପୂର୍ବତନ ନେତା ବସନ୍ତ ପଣ୍ଡା ଏବଂ ତାଙ୍କ ପରିବାର ଅଛନ୍ତି। କିନ୍ତୁ ବିଧାୟକ ପାର୍ଥି ହେଉଛନ୍ତି ଜୟ ଢୋଲକିୟା। ଯେକି ବିଜେଡ଼ି ଦଳରୁ ଆମଦାନୀ ହୋଇଛନ୍ତି। ଏଠାରେ ବିଜେପି କର୍ମୀମାନେ ବସନ୍ତ ପଣ୍ଡାଙ୍କ ଅନୁରୋଧ ଏବଂ ନିର୍ଦେଶକୁ ଅଗ୍ରାଧିକାର ଦେଉଛନ୍ତି। ବସନ୍ତ ପଣ୍ଡା ବାସ୍ତବ କ୍ଷେତ୍ରରେ ତାଙ୍କ କର୍ମୀ ମାନଙ୍କୁ ଯେଉଁଭଳି ନିର୍ଦେଶ ଦେବେ ତାହା ଉପରେ ବିଜେପିର ଜିତିବାର ଆଶା ନିର୍ଭର କରୁଛି। ସମୟର ସ୍ୱଳ୍ପତା ଦୃଷ୍ଟିରୁ ବିଜେପି ତାଙ୍କ କର୍ମୀ ମାନଙ୍କୁ ନିର୍ବାଚନୀ ବୈତରଣୀ ପାର ହେବାର ସୈନିକ କରିପାରୁନାହାନ୍ତି। ଏହା ହେଉଛି ଫଟୋ ନ୍ୟୁଜ ଟାଇମ୍ସର ଆଜିକା ଦିନର ସମୀକ୍ଷା।
ନୂଆପଡାରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

 

ନୂଆପଡାରେ ବିଜେପି ଓ ବିଜେଡ଼ି କର୍ମୀମାନେ ଦ୍ଵନ୍ଦରେ

Leave a Reply

Your email address will not be published. Required fields are marked *