ନୂଆପଡା ଉପନିର୍ବାଚନର ଉଷ୍ମତା ଦିନକୁ ଦିନ ବହୁ ଗୁଣିତ ହେଉଛି। ଏହି ଉପନିର୍ବାଚନରେ ବିଜେଡ଼ି ଦଳର ସ୍ନେହାଙ୍ଗିନୀ ଛୁରିଆଙ୍କ ଜିତିବାର ଗୁରୁତ୍ୱ, ନବୀନ ପଟନାୟକଙ୍କର କୃତିତ୍ୱ ଯାହାକି ତାଙ୍କୁ ଏକ “କ୍ଲିନ ଚିଟ” ଦବ। ଏଠାରେ ଆମେ ଶ୍ରୀମୟୀ ମିଶ୍ରଙ୍କର ଆଭିମୁଖ୍ୟ ଏବଂ ବୟାନ ବାଜିକୁ ନେଇ ଆମ ବିତର୍କ ରଖିବା। ଏହି ପ୍ରସଙ୍ଗ ଇତିହାସ ଯୁଗର “କ୍ରାଉନ ସେଭର ପଲିସି ” କୁ ନେଇ ସଲାକୁସ୍ତି ଭଳି କରାଯାଉଛି ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଉଛନ୍ତି। ପ୍ୟାରୀ ବାବୁଙ୍କ ସମୟରେ ନବୀନ ପଟନାୟକ ତାଙ୍କୁ ବ୍ୟବହାର କରି ସମସ୍ତ ଶ୍ରେୟ ନେଲେ ଏବଂ ଦୋଷ ଦୁର୍ବଳତାକୁ ପ୍ୟାରୀ ବାବୁ ନିଜ ମୁଣ୍ଡକୁ ନେଲେ। କିନ୍ତୁ ତାଙ୍କର ଆବଶ୍ୟକତା ସରିଗଲା ପରେ, ସୁପରିକଳ୍ପିତ ଚକ୍ରାନ୍ତ କରି ତାଙ୍କୁ ଗୋଡ଼ରେ ଆଡେଇଦେଲେ ଏବଂ ନିଜେ “ମିଷ୍ଟର କ୍ଲିନ” ହେଇଗଲେ। କିନ୍ତୁ ଭୈରବ ପାଣ୍ଡିଆନଙ୍କ କ୍ଷେତ୍ରରେ କିଛି ବ୍ୟତିକ୍ରମ ଦେଖାଗଲା। ସେ ଚତୁରତାର ସହ ଗୋଟି ଚାଳନା କରି ନବୀନ ଏବଂ ବିଜେଡିଙ୍କୁ ହରାଇବାରେ ସକ୍ଷମ ହେଲେ। କିନ୍ତୁ ନିଜର ସ୍ଥିତି ସୁଦୃଢ଼ କରିପାରିଲେ ନାହିଁ। ବର୍ତମାନ ବିଜେଡ଼ି ଦଳର ରାଜନୈତିକ ଚାଣକ୍ୟ ମାନେ ଶ୍ରୀମୟୀଙ୍କ ମାଧ୍ୟମରେ ପାଣ୍ଡିଆନଙ୍କ ମୁଣ୍ଡରେ ସବୁଦୋଷ ଲଦି ନବୀନଙ୍କୁ “ମିଷ୍ଟର କ୍ଲିନ” କରିବାକୁ ଚେଷ୍ଟା କରୁଛନ୍ତି।ବାସ୍ତବ କ୍ଷେତ୍ରରେ ବିଜେଡ଼ି ଚେଷ୍ଟା କରୁଛି ଏହାର ପ୍ରଭାବ ନୂଆପଡା ନିର୍ବାଚନରେ ପ୍ରତିଫଳିତ ହେଉ। ସେଥିପାଇଁ ପାଣ୍ଡିଆନଙ୍କୁ ବଦନାମ ନକଲା ପର୍ଯ୍ୟନ୍ତ ଏବଂ ତାଙ୍କ ମୁଣ୍ଡରେ କଳଙ୍କ ନ ବୋଳିଲା ପର୍ଯ୍ୟନ୍ତ ତାଙ୍କୁ ଦଳରୁ ବିଦା କରୁନାହାନ୍ତି ବୋଲି ବୁଦ୍ଧିଜୀବୀ ମାନେ ମତ ଦେଉଛନ୍ତି। ସେ ଯାହାବି ହେଉ ଆମେ ଆସନ୍ତା ଆଲେଖ୍ୟରେ ଭୈରବ ପାଣ୍ଡିଆନଙ୍କ ଜୀବିତ ଅବସ୍ଥାରେ ପ୍ରତିମୂର୍ତ୍ତି ସ୍ଥାପନ ସମ୍ପର୍କିତ ତଥ୍ୟ ଭିତିକ ଖବର ପ୍ରକାଶିତ କରିବୁ।
ଫଟୋ ନ୍ୟୁଜ ଟାଇମ୍ସର ଏଡିଟର ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ।
ନୂଆପଡା ଉପନିର୍ବାଚନର ଉଷ୍ମତା ଦିନକୁ ଦିନ ବହୁ ଗୁଣିତ ହେଉଛି
