ନୂଆପଡା ଉପନିର୍ବାଚନ ଉଷ୍ମତା ବଡ଼ିବଢ଼ି ଚାଲିଛି। ପ୍ରତ୍ୟୋକ ଦଳର ନେତାମାନେ ଏବେ ନୂଆପଡାର ପ୍ରତ୍ୟକ ପଞ୍ଚାୟତକୁ ଜଗିବସିଛନ୍ତି। ବାସ୍ତବ କ୍ଷେତ୍ରରେ ଓଡିଶା ବାସି ନିର୍ବାଚିତ କରିଥିବା ବିଜେପି ସରକାରଙ୍କର ଉତ୍ତର ଦାୟିତ୍ୱ ଓଡିଶା ବାସୀଙ୍କ ପ୍ରତି ରହିଛି। ନୂଆପଡା ଉପନିର୍ବାଚନରେ ବିଜେପି ଦଳ ଜିତିବା ତାଙ୍କର ନିଜସ୍ୱ ବେପାର। କିନ୍ତୁ ଓଡିଶା ବାସୀଙ୍କୁ ଉପେକ୍ଷିତ କରି ନୂଆପଡାରେ ନିର୍ବାଚନ ମୈଦାନରେ ସମ୍ପୂର୍ଣ ଶାସନ କଳର ଉପସ୍ଥିତିକୁ ବୁଦ୍ଧିଜୀବୀ ମାନେ ନିନ୍ଦା କରୁଛନ୍ତି। ଏହା ମଧ୍ୟ ସ୍ଵଛ ନିର୍ବାଚନକୁ ଅଙ୍ଗୁଳି ନିର୍ଦେଶ କରୁଛି। ନିର୍ବାଚନ କମିଶନ, ଗୁଇନ୍ଦା ବିଭାଗ, ପ୍ରସସନିକ ଅଧିକାରୀ ମାନେ ଏବଂ ପୋଲିସ ବିଭାଗ ସ୍ଵଛ ନିର୍ବାଚନ ପାଇଁ ସଜାଗ ରହିବାର ଆବଶ୍ୟକତା ଅଛି। ଏଥି ପୂର୍ବରୁ ବିଜେଡ଼ି ସରକାରଙ୍କ ଅମଳରେ ସେ ଯାହା କରୁଥିଲେ ଏବେ ତାହାର ପୁନଃରୁବୃତି କରୁଛି ବିଜେପି। ବିଜେପିର ଡବଲ ଇଞ୍ଜିନ ସରକାର କିଛି ନୂଆକରି ଦେଖେଇବା ଉଚିତ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଉଛନ୍ତି। ସେ ଯାହାବି ହେଉ ବିଜେପି ଜିତିବା ପାଇଁ ତାର କୌଶଳ ପ୍ରୟୋଗ କରୁଛି ଏବଂ ଯେଉଁ ସ୍ତର କୁ ବି ଯିବାକୁ ପଡୁ ସେଥିପାଇଁ କୌଣସି ଚିନ୍ତା ନକରି ଗୋଟିଏ ମାତ୍ର ଲକ୍ଷ ରଖିଛି, ନୂଆପଡା ନିର୍ବାଚନରେ ଜିତିବା। ବୁଦ୍ଧିଜୀବୀ ମାନେ ମତ ଦିଅନ୍ତି ନୂଆପଡା ଆସନରେ ବିଜେପି ଜିତିବା କିମ୍ବା ହାରିବାରେ ସରକାରଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ବିଜେପି ନୂଆପଡା ଆସନ ପାଇଁ ସ୍ଵଛ ନିର୍ବାଚନକୁ ପ୍ରାଧାନ୍ୟ ଦେବା ଉଚିତ।
ଫଟୋ ନ୍ୟୁଜ ଟାଇମ୍ସର ସାମ୍ବାଦିକ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ।
ନୂଆପଡା ଉପନିର୍ବାଚନ ଉଷ୍ମତା ବଡ଼ିବଢ଼ି ଚାଲିଛି
