ନୂଆପଡା ଜନମତ ନିର୍ଣ୍ଣାୟକ ମୋଡରେ

 

ନୂଆପଡା ଉପନିର୍ବାଚନର ମାହୋଲ ଏକ ପ୍ରକାର ନିର୍ଣ୍ଣାୟକ ମୋଡରେ ପହଞ୍ଚିଯାଇଛି। ସମସ୍ତ ରାଜନୈତିକ ଦଳ ସେମାନଙ୍କ ସପକ୍ଷରେ ଭୋଟ ଦେବାପାଇଁ ଭୋଟର ମାନଙ୍କୁ ଅପିଲ କରିଛନ୍ତି। ସମାଜବାଦୀ ପାଟି ମଧ୍ୟ ଏଥିରୁ ବାଦ ପଡ଼ିନାହିଁ। ଦେଖନ୍ତୁ ତାଙ୍କ ଦଳର ମୁଖ୍ୟ ଶ୍ରୀ ଯାଦବ ମଧ୍ୟ ନୂଆପଡା ଆସି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ନିଜର ବକ୍ତବ୍ୟ ରଖିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ରୋଡ଼ ସୋ ଏବଂ ସଭା କରି ନିଜର ଶକ୍ତି ପଦର୍ଶନ କରିଛନ୍ତି। ଦେଖନ୍ତୁ ଏହାର ଭିଜୁଆଲ ଗୁଡିକୁ।

ଉଭୟ ବିଜେପି ଏବଂ ବିଜେଡ଼ି ଦଳ ପୂର୍ବତନ ବିଧାୟକ ସ୍ୱର୍ଗତ ଢୋଲକିଆଙ୍କୁ ସେମାନଙ୍କ ପ୍ରଚାରର ଏକ ମୁଖ୍ୟ ବିଷୟବସ୍ତୁ କରିଛନ୍ତି। ଏଠାରେ ପ୍ରଶ୍ନବାଚୀ ସୃଷ୍ଟିକରେ ଯେ ସ୍ୱର୍ଗତ ରାଜୁଭାଇଙ୍କର ନିଜସ୍ୱ ଭୋଟରମାନେ କାହାକୁ ଭୋଟ ଦେବେ, ଜୟ ଢୋଲକିଆ ନା ବିଜେଡ଼ି। ସ୍ବର୍ଗତ ରାଜୁଭାଇଙ୍କୁ ନୂଆପଡା ବାସି ପ୍ରଥମେ ସ୍ୱାଧୀନ ପାର୍ଥି ଭାବେ ଜୟଯୁକ୍ତ କରାଇଥିଲେ। ତାପରେ ସେ ନିଜକୁ ସେ ସମୟର ଶାସକ ଦଳ ବିଜେଡ଼ି ସହିତ ସାମିଲ କରିଥିଲେ। ତାଙ୍କର ବକ୍ତବ୍ୟ ଥିଲାଯେ, ଶାସକ ଦଳରେ ରହିଲେ ନୂଆପଡା ବାସୀଙ୍କ ଉନତି କରିପାରିବେ। ଏବେର ଉପନିର୍ବାଚନ ପରିପେକ୍ଷୀରେ ରାଜୁଭାଇଙ୍କ ପତ୍ନୀ ଏବଂ ପୁଅ ଜୟ ଢୋଲକିଆ ମଧ୍ୟ ସେହି ସମାନ ଉକ୍ତିକୁ ଦୋହରାଉଛନ୍ତି। ସେମାନେ କୁହନ୍ତି ନୂଆପଡା ବାସୀଙ୍କ ଉନତି ପାଇଁ ସେ ଶାସକ ବିଜେପି ଦଳର ପାର୍ଥି ହୋଇ ଲଢ଼ୁଛନ୍ତି। ଏଠାରେ ପ୍ରକାଶ ଥାଉକି ବିଜେପିର ଏହି ରାଜନୈତିକ ଫର୍ମୁଲାଟି ହେଉଛି ବିଜେଡିର ଏବଂ ବିଜେପି ଏଥିରେ କେବଳ ରଙ୍ଗ ବଦଳାଇଛି।

ବିଜେପୁର ଉପନିର୍ବାଚନରେ ବିଜେଡ଼ି ସ୍ବର୍ଗତ ସୁବଳ ସାହୁଙ୍କ ପତ୍ନୀ ରିତା ସାହୁଙ୍କୁ କଂଗ୍ରେସରୁ ଆଣି ବିଜେଡ଼ି ଟିକେଟ ଦେଇ ଜିତାଇଥିଲେ। ରାଜନୈତିକ ସମୀକ୍ଷକ ମାନେ ମତ ଦେଉଛନ୍ତି ଯେ ଜୟ ଢୋଲକିୟା ବିଜେପିରେ ଲଢ଼ିବାରେ କୌଣସି ନୂତନତ୍ବ ନାହିଁ କିମ୍ବା ବିଜେଡ଼ି ତାଙ୍କୁ ଧୋକାବାଜ କହିବାଟା ଏକ ପ୍ରକାର ହାସ୍ୟାସ୍ପଦ ଟିପଣୀ ଅଟେ। ବିଜେଡିର ଟାଣୁଆ ନେତା, ଯେକି ଜଣେ କ୍ରାଇସିସ ମ୍ୟାନେଜର, ସେ କୁହନ୍ତି ବିନା ତେଲରେ ସେ ରାଜନୀତି କରିପାରନ୍ତି ଏବଂ ଆବଶ୍ୟକ ସ୍ଥଳେ ସତ୍ୟର ସାମ୍ନା କରିବା ପାଇଁ ସେ ତେଲ ମରା ଲୋକଙ୍କ ଠାରୁ ଦୁରେଇ ରହି ବାସ୍ତବତାକୁ ସମର୍ଥନ କରନ୍ତି। ଏହାର ଏକ ଉଦାହରଣ ଦେଇ କହିଛନ୍ତି ଯେ ବିନା ତେଲରେ ସେ ମଟନ ରୋଷେଇ କରିପାରନ୍ତି। ଦେଖନ୍ତୁ ଏହାର ଭିଜୁଆଲଟିକୁ।

ଆମ ଗ୍ରାଉଣ୍ଡ ଜିରୋ ରିପୋର୍ଟ କହୁଛି ଯେ ନୂଆପଡା ଉପନିର୍ବାଚନ ପାଇଁ ଭୋଟ ବାକ୍ସ ପ୍ରସ୍ତୁତ। ଭୋଟର ମାନେ ଏକ ପ୍ରକାର ମନ ସ୍ଥିର କରିସାରିଲେଣି ତାଙ୍କର ପ୍ରିୟ ନେତାଙ୍କ ପାଇଁ। ସରକାରୀ କଳ ଚଳଚଞ୍ଚଳ। ପୋଲିସ ବିଭାଗ ସେମାନଙ୍କର ଦାୟିତ୍ୱ ଥିବା ନିର୍ବାଚନକୁ ନେଇ ପ୍ରାୟତଃ ନିର୍ବିକ।
ଆମ ନ୍ୟୁଜ ଚ୍ୟାନେଲ ଫଟୋ ନ୍ୟୁଜ ଟାଇମସର ନୂଆପଡା ପ୍ରତିନିଧି ତପନ ଏବଂ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ।

 

Leave a Reply

Your email address will not be published. Required fields are marked *