ନୂଆପଡା ଉପନିର୍ବାଚନ ଏକ ନିର୍ଣ୍ଣାୟକ ମୋଡରେ ପହଁଚିଲାଣି।ଭୋଟର ମାନେ ପ୍ରାୟତଃ ଏକ ପ୍ରକାର ନିଜର ମାନପସନ୍ଦ ପାର୍ଥିକୁ ବାଛି ନେଲେଣି। ନୂଆପଡା ବ୍ଲକର ୩୧ ଟି ପଞ୍ଚାୟତ ଏବଂ କୋମନା ବ୍ଲକର ୩୧ ଟି ପଞ୍ଚାୟତରେ ବିଜେଡ଼ି ଓ ବିଜେପିର ତୁଙ୍ଗ ନେତା ମାନେ ଘରଭଡା ନେଇ ରହୁଛନ୍ତି।

ବିଜେଡ଼ି ନେତାମାନେ ମଟନ ଚିକେନ ଖାଇ ପିକନିକ କଲାଭଳି ଖୁସି ମନରେ ରହୁଛନ୍ତି। ବିଜେପିର ତୁଙ୍ଗ ନେତାମାନେ ମଧ୍ୟ ଜିତିବାର ଆଶା ନେଇ ଭୋଟର ମାନଙ୍କ ସହିତ ଚା ଭୋଜି କରି ଖୁସିରେ ସମୟ କଟଉଛନ୍ତି। ବାସ୍ତବ କ୍ଷେତ୍ରରେ ବିଜେଡିର ସ୍ଲୋଗାନ ପାଲଟିଛି “ଆପଣ ମାନେ ଖୁସିତ”।

ଆସନ୍ତୁ ଶୁଣିବା ମନ୍ତ୍ରୀ ରାମସିଂ ଖୁଣ୍ଟିଆ କଣ କହୁଛନ୍ତି। ବିଜେଡ଼ି ଦଳର ମୁନା ଖାଁ, ଲେଖାଶ୍ରୀ ସାମନ୍ତ ସିଂହାର ଯୁବ ପିଢ଼ିର ମହିଳାନେତ୍ରୀ ଏବଂ ପୂର୍ବତନ ବିଧାୟକ ସୁବାସ ଗଣ୍ଡ ବିଜେଡ଼ି ଦଳର ନୂଆପଡା ନିର୍ବାଚନ ପରିପେକ୍ଷୀରେ ରଖିଥିବା ନିଜର ବକ୍ତବ୍ୟ ଗୁଡିକୁ।
ନୂଆପଡାରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
