ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡାରୀ ସହରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ସହରାଞ୍ଚଳ ଉନ୍ନତିକରଣ ଓ ଗରିବ ବାସହରା ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ପରିଷଦ ସହଯୋଗରେ ପ୍ରଦାନ କରାଯାଇଛି। ସରକାରଙ୍କ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଗୃହକୁ ସମ୍ପୂର୍ଣ୍ଣ କରିଥିବା ହିତାଧିକାରୀଙ୍କୁ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରମିତା ଶବରଙ୍କ କରକମଳରେ ଆବସ ଗୃହର ନୂତନ ଚାବି, ଗୃହ ହିତାଧିକାରୀଙ୍କୁ ପ୍ରଦାନ କରାଯାଇ ଗୃହ ପ୍ରବେଶ ଉତ୍ସବ ପାଳନ କରିଥିବା ଦେଖିବାକୁ ମିଳିଛି। ଆଜି ସହରର ୫ ଗୋଟି ପ୍ରଧାନମନ୍ତ୍ରୀ ଆବାସ ଗୃହର ହିତାଧିକାରୀଙ୍କୁ ଅଧ୍ୟକ୍ଷା ସୁଶ୍ରୀ ସରିମିତା ଶବର ନୂତନ ଗୃହ ଚାବି ପ୍ରଦାନ କରିବା ସହ ଉତ୍ସବର ସହିତ ଗୃହ ପ୍ରବେଶ କରାଇଥିଲେ। ଏହିପରି ଅନେକ ଆବାସ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଆଗାମୀ ଦିନରେ ସମସ୍ତ ହିତାଧିକାରୀ ମାନଙ୍କୁ ଗୃହ ଚାବି ହସ୍ତାନ୍ତର ସହ ଗୃହ ପ୍ରବେଶ କରାଯିବ ବୋଲି ସୂଚନା ମିଳିଛି। ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା (DUDA) ରାୟଗଡା ତରଫରୁ ସିଏଲଟିସି ଅଶୋକ କୁମାର ପଣ୍ଡା ଓ ଶୁଭ୍ରଜିତ ସ୍ୱାଇଁ ଯୋଗଦେଇ ଗୃହ ପ୍ରବେଶ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ପରିଷଦର କନିଷ୍ଠ କିରାଣି ନିରଞ୍ଜନ ସାହୁ, କନିଷ୍ଠ ଯନ୍ତ୍ରୀ ତଥା ନୋଡାଲ ଅଧିକାରୀ ଗିରିଶ ମିଶ୍ର,ଗୋଷ୍ଠୀ ସଂଯୋଜିକା ଇତିଶ୍ରୀ ତ୍ରିପାଠୀ, ଅମିନ ଅନିଲ ଶତପଥି ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।
ରାୟଗଡା ରୁ ପ୍ରସାଦ ଲିମାଙ୍କ ରିପୋର୍ଟ ।
