ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମାହୁତି ଘଟଣାରେ ଜେଲ ଗଲେ ପୁରୁଷ ବନ୍ଧୁ।

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଛାତ୍ରୀ ଜଳିଯିବା ଘଟଣା ଆତ୍ମହତ୍ୟା କି ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଛାତ୍ରୀଙ୍କ ପୁରୁଷ ବନ୍ଧୁ ତାଙ୍କ ମୋବାଇଲକୁ ୬୦ରୁ ଅଧିକ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ପଠାଇଥିଲେ । ଏହାକୁ ଆଧାର କରି ତେରେଇ ଗ୍ରାମର ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ପ୍ରମୋଦକୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଅପରପକ୍ଷରେ ପୁରୁଷ ବନ୍ଧୁଙ୍କ ପରିବାର ଓ ତାଙ୍କ ଗ୍ରାମବାସୀ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି । ସେମାନେ କହଛନ୍ତି ଛାତ୍ରୀଙ୍କ ମୃତୁ୍ୟ ପଛରେ ପ୍ରମୋଦଙ୍କର କୌଣସି ଭୂମିକା ନାହିଁ । ଛାତ୍ରୀଙ୍କ ବାପା ହିଁ ତାଙ୍କୁ ମାରି ଆମ ପୁଅକୁ ଫସାଇଛନ୍ତି । ଏସ୍ପି ସିଦ୍ଧାର୍ଥ କଟ୍ଟାରିଆ ସୂଚନା ଦେଇ କହିଛନ୍ତି ବର୍ତ୍ତମାନ ସୁଦ୍ଧା ଛାତ୍ରୀଙ୍କ ମୃତୁ୍ୟ ଆତ୍ମହତ୍ୟା ଯୋଗୁଁ ହୋଇଛି କି ତାଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ ।

କାରଣ ଆମେ ଏସ୍ଏଫଏଲ(ଷ୍ଟେଟ୍ ଫରେନସିକ ସାଇନ୍ସ ଲାବୋରେଟୋରୀ) ରିପୋର୍ଟ, ଏଫଏମ୍ଟି ଡାକ୍ତରଙ୍କ ରିପୋର୍ଟକୁ ଓ ସାଇଣ୍ଟିଫିକ ଟିମ୍ର ରିପୋର୍ଟକୁ ଅପେକ୍ଷା କରିଛୁ । ଏହି ତିନୋଟି ରିପୋର୍ଟ ଆସିବା ପରେ ସ୍ପଷ୍ଟ ସୂଚନା ମିଳିବ ଯେ ଛାତ୍ରୀ ଜଣକ ଆତ୍ମଦାହ କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି । ଏଥିପାଇଁ ଆଉ ୫ ଦିନ ସମୟ ଲାଗିବ । ଯେପର୍ଯ୍ୟନ୍ତ ଏହି ତିନୋଟି ବିଭାଗର ରିପୋର୍ଟ ଆସିନାହିଁ ସେପର୍ଯ୍ୟନ୍ତ ଛାତ୍ରୀ ମୃତୁ୍ୟ ଘଟଣାର ପ୍ରକୃତ କାରଣ କ’ଣ ତାହା ଜଣାପଡିବ ନାହିଁ ବୋଲି ଏସ୍ପି କହିଛନ୍ତି । ଏସ୍ପି କହିଛନ୍ତି ଛାତ୍ରୀଙ୍କ ବାପା ଅଭିଯୋଗ କରିଥିଲେ ଯେ ପୁରୁଷ ବନ୍ଧୁ ପ୍ରମୋଦ ତାଙ୍କ ଝିଅର ମୋବାଇଲକୁ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଏବଂ ଫଟୋ ପଠାଇଥିଲେ ।

ଯାହା ଫଳରେ ତାଙ୍କ ଝିଅ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲା । ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୁରୁଷ ବନ୍ଧୁର ମୋବାଇଲ ଓ ଛାତ୍ରୀର ମୋବାଇଲ ଯାଞ୍ଚ କରାଯାଇଥିଲା । ଏହି ଯାଞ୍ଚରୁ ଜଣାପଡିଥିଲା ଯେ ପ୍ରମୋଦ ଛାତ୍ରୀଙ୍କ ମୋବାଇଲକୁ ୬୦ରୁ ଅଧିକ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ପଠାଇଥିଲେ । ଜୁଲାଇ ୧୭ରେ ଛାତ୍ରୀଙ୍କ ବାପାଙ୍କ ମୋବାଇଲକୁ ଝିଅର ଏକ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଆସିଥିଲା । କେବଳ ତାଙ୍କ ମୋବାଇଲକୁ ନୁହେଁ କାଠିଆପଡ଼ା ଗ୍ରାମର ଅନ୍ୟ କେତେକ ବ୍ୟକ୍ତିଙ୍କ ମୋବାଇଲକୁ ଛାତ୍ରୀ ଓ ପୁରୁଷବନ୍ଧୁ ପ୍ରମୋଦଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଆସିଥିଲା । କୌଣସି ବ୍ୟକ୍ତି କୌଣସି ଯୁବତୀଙ୍କ ମୋବାଇଲକୁ ଯଦି କୌଣସି ଅଶ୍ଳୀଳ ଭିଡିଓ ପଠାଇବେ ତେବେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯିବ । ସେହି ଆଧାରରେ ପ୍ରମୋଦକୁ ଗିରଫ କରାଯାଇଛି ବୋଲି ଏସ୍ପି କହିଛନ୍ତି ।

ଅପରପକ୍ଷରେ ପ୍ରମୋଦଙ୍କ ପରିବାର ସମେତ ତାଙ୍କ ଗ୍ରାମର ୩୦ରୁ ଊଦ୍ଧ୍ୱ ବ୍ୟକ୍ତି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଘେରାଉ କରିଥିଲେ । ସେମାନେ ଦାବି କରିଥିଲେ ଯେ ପ୍ରମୋଦ ନିରୀହ । ପ୍ରମୋଦକୁ ଫସାଇ ଦିଆଯାଇଛି । ଛାତ୍ରୀଙ୍କୁ ତାଙ୍କ ବାପା ହିଁ ମାରିଛନ୍ତି ।

ଏଥିରେ ପ୍ରମୋଦଙ୍କର କୌଣସି ଭୂମିକା ନାହିଁ । ତେଣୁ ତାଙ୍କୁ କୋର୍ଟଚାଲାଣ କରା ନଯାଉ ବୋଲି ସେମାନେ ଦାବି କରିଥିଲେ । ହେଲେ ଏହି ଅଭିଯୋଗ ଉପରେ ଏସ୍ପି କହିଛନ୍ତି ପ୍ରମୋଦ ଯୁବତୀଙ୍କ ମୋବାଇଲକୁ ୬୦ରୁ ଅଧିକ ଅଶ୍ଳୀଳ ଭିଡ଼ିଓ ଏବଂ ଫଟୋ ପଠାଇଥିବାର ପ୍ରମାଣ ମିଳିଛି । ତେଣୁ ସେହି ପ୍ରମାଣ ଆଧାରରେ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ତେଣୁ ସେହି ଆଧାରରେ ପ୍ରମୋଦକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ବୋଲି ଏସ୍ପି ସୂଚନା ଦେଇଛନ୍ତି।
କେନ୍ଦ୍ରାପଡ଼ାରୁ ଲଷ୍ମୀକାନ୍ତ ନାୟକଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *