ପବିତ୍ର ମହା ବିଷୁଭ ସଂକ୍ରାନ୍ତି ହନୁମାନ ଜୟନ୍ତୀ ତଥା ଓଡିଆ ନବ ବର୍ଷ ପାଳନ ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି l ମହା ବିଷୁଭ ସଂକ୍ରାନ୍ତି ଉତ୍ସବ କମିଟି ପକ୍ଷରୁ ମହା ଆଡ଼ମ୍ବର ସହକାରେ ପାଳନ ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି l ଆଜି ଅଶୋକ କଲ୍ୟାଣ ମଣ୍ଡପ ରେ ଏହି ବୈଠକ ବସି ଥିଲା l ଆସନ୍ତା ଚଉଦ ଓ ପନ୍ଦର ତାରିଖ ଦୁଇ ଦିନ ଧରି ପାଳନ କରାଯିବ ବୋଲି କମିଟି ପକ୍ଷରୁ ସୁଚନା ମିଳିଛି l ଚଉଦ ତାରିଖ ଦିନ ପଣା ବଣ୍ଟନ ଓ ଦର୍ଶକ ଙ୍କ ମନୋରଞ୍ଜନ ପାଇ ଭଜନ ସନ୍ଧ୍ୟା ର କାର୍ଯ୍ୟକ୍ରମ ରହିଛି l ସେହିପରି ପନ୍ଦର ତାରିଖ ଦିନ ଓଡିଶା ର ଓଲିଉଡ଼ କଳାକାର ବୃନ୍ଦ ନୃତ୍ୟ ଓ ସଂଗୀତ ପରି ବେଷଣ କରିବେ l ଏହି କାର୍ଯ୍ୟକ୍ରମ ରେ ବହୁତ ମାତ୍ରା ରେ ଜନ ସାଧାରଣ ଯୋଗ ଦାନ ପାଇ କମିଟି କାର୍ଯ୍ୟ କର୍ତା ମାନେ ନିବେଦନ କରିଛନ୍ତି l ଶୁଭ ଖୁଣ୍ଟି ସ୍ଥାପନା ସମୟ ରେ କମିଟି ର ଭବାନୀ ଶଙ୍କର ଜେନା, ଶିବ ଉଲାକା, ଦେବାଶିଷ ପଣ୍ଡା, ବିନାୟକ କର,ସୁନୀଲ ପାଢ଼ୀ, ମଇନା ଆଚାଯ୍ୟ,ପ୍ରିତମ କୁମାର ଓ ସହର ର ବୁଦ୍ଧି ଜିବି ମାନେ ଉପସ୍ଥିତ ଥିଲେ।
ରାୟଗଡା ରୁ ଫଟୋ ନ୍ୟୁଜ ଟାଇମସ ର ମନୋରଞ୍ଜନ ଶତପଥି ଙ୍କ ରିପୋର୍ଟ
ପବିତ୍ର ମହା ବିଷୁଭ ସଂକ୍ରାନ୍ତି ହନୁମାନ ଜୟନ୍ତୀ ତଥା ଓଡିଆ ନବ ବର୍ଷ ପାଳନ ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି
