ପର୍ବ ପର୍ବାଣି ହେଉଛି ସମ୍ପର୍କ ଯୋଡିବାର ଉତ୍ସବ

“ଫୁଲବାଣୀ ଡ୍ୟାନ୍ସ ଏକାଡେମୀ” ର ରଜ ଉତ୍ସବ ପାଳିତ ହୋଇଛି। କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ସହରାଞ୍ଚଳ ରୁ ଗ୍ରାମାଞ୍ଚଳ ର କୋଣ ଅନୁକୋଣରେ ଆନନ୍ଦ ଉଲ୍ଲସାର ପର୍ବ ରଜପର୍ବ ପାଳିତ ହୋଇଯାଇଅଛି | ଫୁଲବାଣୀ ସହରରେ ବିଭିର୍ଣ୍ଣ ସଂଗଠନ, ନୃତ୍ୟନୁଷ୍ଠାନ ମାନେ ପୃଥକ ପୃଥକ ଭାବେ ରଜ ପର୍ବକୁ ମହାଆଡମ୍ବର ସହକାରେ ପାଳନ କରୁଥିବା ଦେଖିବାକୁ ମିଳିଛି | ଫୁଲବାଣୀ ତଥା କନ୍ଧମାଳ ଜିଲ୍ଲାର ସର୍ବ ପୁରାତନ ଅଗ୍ରଣୀ ନୃତ୍ୟାନୁଷ୍ଠାନ ” ଡ୍ୟାନ୍ସ ଏକାଡେମୀ ” ତାର ପଚିଶ ବର୍ଷ ପୂର୍ତ୍ତି ଉପଲକ୍ଷେ ରଜତ ଜୟନ୍ତୀ ପାଳନ କରିବା ସହିତ ଆଜି ବିଜୁପଟନାୟକ କଲ୍ୟାଣ ମଣ୍ଡପ ରେ ରଜମଉଜ ଉତ୍ସବ ପାଳନ କରିଅଛି। ଡ୍ୟାନ୍ସ ଏକାଡେମୀ ର ରଜତ ଜୟନ୍ତୀ ତଥା ରଜ ପର୍ବରେ ମୁଖ୍ୟ ଅତିଥି ତଥା ଉଦଘାଟକ ଭାବେ ରାଜ୍ୟ ସରକାର ଙ୍କର ମୁଖ୍ୟ ସଚେତକ ତଥା ବୌଦ୍ଧ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ସରୋଜ ପ୍ରଧାନ ଯୋଗଦାନ କରୁଥିବା ବେଳେ ସନମାନୀତ ଅତିଥିଭାବେ ଫୁଲବାଣୀର ମାନ୍ୟବର ବିଧାୟକ ଉମା ଚରଣ ମଳିକ, ଫୁଲବାଣୀ ଖଜୁରୀପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା , , ସୁଶ୍ରୀ ଅନିମା କହଁର ସମ୍ବାଦ ପ୍ରତିନିଧି ତଥା ଏକାଡେମୀ ର ଉପଦେଷ୍ଟା , ବଳଦେବ ବେହେରା , ଅନିଲ କୁମାର ପ୍ରଧାନ, ଅବସର ପ୍ରାପ୍ତ ପବ୍ଲିକ ପ୍ରଶିକ୍ୟୁଟର ଫୁଲବାଣୀ, ସମାଜସେବୀ ଆବେଦ ନାୟକ ପ୍ରମୁଖ ଯୋଗଦେଇଥିଲେ।
କଳାପଥର ଧଳାପଥର ଆଞ୍ଚଳିକ ରଜ ମହୋତ୍ସବ ଉଦଯାପିତ ହେଇଯାଇଅଛି।
ବାଙ୍କୀ ବ୍ଲକ କଳାପଥର- ଧଳାପଥର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ତୃତୀୟ ବାର୍ଷିକ ଆଞ୍ଚଳିକ ରଜ ମହୋତ୍ସବ କଳା ସଂସ୍କୃତି ସାମାଜିକ ଅନୁଷ୍ଠାନ “ପରଦା ” ଦ୍ୱାରା ୩ ଦିନ ଧରି ଧୁମ ଧାମରେ ପାଳିତ ହୋଇ ଉଦଯାପିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ସଭାପତି ନରେଶ କୁମାର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ପ୍ରଥମ ସନ୍ଧ୍ୟାରେ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ, ଦ୍ଵିତୀୟ ସନ୍ଧ୍ୟାରେ ବାଙ୍କୀର ପୂର୍ବତନ ବିଧାୟକ ଡ଼ଃ ଦେବାଶିଷ ପଟ୍ଟନାୟକ ଏବଂ ଉଦଯାପନୀ ସନ୍ଧ୍ୟାରେ ବାଙ୍କୀ ବିଧାୟକ ଦେବିରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି, ଜଗନ୍ନାଥ ସଂସ୍କୃତି ବିଷାରଦ ତଥା ପ୍ରବଚକ ଡ଼ଃ ଗଣେଶ୍ୱର ସ୍ୱାଇଁ ମୁଖ୍ୟବକ୍ତା ଭାବେ ଉପସ୍ଥିତ ରହି ପରଦା ମହୋତ୍ସବର ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖଥିଲେ। ସମ୍ପାଦକ ରମେଶ ଚନ୍ଦ୍ର ସାହୁ ବାର୍ଷିକ ବିବରଣୀ ପାଠ ଓ ଧନ୍ୟବାଦ ଦେଇଥିଲେ। ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିଙ୍କ ସମେତ ବାଙ୍କୀର ବରିଷ୍ଠ ସାମ୍ବାଦିକ ପୁର୍ନେନ୍ଦୁ ନାୟକ, ଶୁଶାନ୍ତ କୁମାର ନାୟକ, ଶୁଭେନ୍ଦୁ ମହାପାତ୍ର ଙ୍କୁ ଶ୍ରେଷ୍ଠ ପତ୍ରକାର ସମ୍ମାନ ପ୍ରଦାନ କରାଯାଇଥିଲା। ଓଡିଶା ସରକାରଙ୍କ ସସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ କରିଥିଲେ।
ବାଙ୍କୀରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଡ଼ଃ ସୁଵିତ ପଟ୍ଟନାୟକଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *