ପର୍ଯ୍ୟଟନ ଏକ ଧୂଆଁ ବିହୀନ ଶିଳ୍ପ

 

ପର୍ଯ୍ୟଟନ ସ୍ଥଳି ର ଉନ୍ନତି କରଣ ପାଇଁ ଧୁଙ୍ଗିଆ ମୁଣ୍ଡା ଓ କୁରୁକୁପା ପରିଦର୍ଶନ ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କଲେ ଜିଲ୍ଲାପାଳ l

ପର୍ଯ୍ୟଟନ ଏକ ଧୂଆଁ ବିହୀନ ଶିଳ୍ପ। ଏହା ଦ୍ୱାରା ପ୍ରତକ୍ଷ ଭାବେ ଉକ୍ତ ଅଞ୍ଚଳର ଲୋକମାନେ ଉପକୃତ ହୋଇଥାନ୍ତି। ସେମାନଙ୍କ ଆର୍ଥିକ ଅବସ୍ଥାର ଉନତି ଘଟିଥାଏ। ସରକାର ଉକ୍ତ ଅଞ୍ଚଳକୁ ରାସ୍ତା ନିର୍ମାଣ କରିବା ସହିତ ପାନୀୟଜଳ, ପରିମଳ, ରହିବାର ସୁ ବନ୍ଦୋବସ୍ତ, ନିରାପତ୍ତା ଏବଂ ଗମନାଗମନର ସୁବ୍ୟବସ୍ଥା କରିବାର ଆବଶ୍ୟକତା ଅଛି।


ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ଧୂଙ୍ଗିଆ ମୁଣ୍ଡା ଓ କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଆମ୍ବଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୂରୁକୁପା ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରିଛନ୍ତି ଜିଲ୍ଲା ପାଳ ବିଭୂତି ଭୂଷଣ ନାୟକ l

ଶ୍ରୀ ନାଏକ ଉଭୟ ସ୍ଥାନରେ ପହଞ୍ଚି ସେଠାରେ ଥିବା ପର୍ଯ୍ୟଟନ ଭିତ୍ତି ଭୂମିର ତଦାରଖ କରିବା ସହ ପର୍ଯ୍ୟଟନ ସ୍ଥଳି ର ଉନ୍ନତି କରଣ ନିମନ୍ତେ ସ୍ଥାନୀୟ ଜନ ସାଧାରଣ ଲୋକ ମାନଙ୍କ ସହ ଆଲୋଚନା କରିଥିଲେ l

ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ପ୍ରଭାକର କହଁର ଏବଂ ଅନ୍ୟଧିକାରି ମାନେ ଉପସ୍ଥିତ ରହିଥିଲେ l

ଏହା ଏକ ଭଲ ଖବର। ବାସ୍ତବ କ୍ଷେତ୍ରରେ ଯଦି ପ୍ରଶାସନ ଏବଂ ରାଜନେତା ମାନେ ସକାରାତ୍ମକ ମନୋଭାବ ନେଇ କାର୍ଯ୍ୟକରିବେ, ଏହାର ସୁଫଳ ଓ଼ଡିସା ବାସୀଙ୍କ ସହିତ ଗ୍ରାମବାସୀ ମାନେ ପାଇପାରିବେ।
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।

Leave a Reply

Your email address will not be published. Required fields are marked *