ପଶ୍ଚିମ ଭାରତ ଯାଉଛି ରାୟଗଡା ପଣସ।

ପଶ୍ଚିମ ଭାରତ ଯାଉଛି ରାୟଗଡା ପଣସ।
ରାୟଗଡ଼ା:-ସିତାଫଳ,ସପୁରୀ ପରେ ରାୟଗଡ଼ା ଜିଲ୍ଲାରେ ଉତ୍ପାଦିତ କଞ୍ଚା ପଣସର ଚାହିଦା ବଢ଼ିଛି।ବିଶେଷକରି ପଶ୍ଚିମ ଭାରତରେ ଏହାର ଆଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।ପ୍ରତିଦିନ ଏଠୁ ଟ୍ରକ ଓ ଭ୍ୟାନରେ ଟୋନ ଟୋନ ପଣସ ଲୋଡ଼ ହୋଇ ମହାରାଷ୍ଟ୍ର, ମଧ୍ୟପ୍ରଦେଶ,ଓ ଗୁଜରାଟ ର ବିଭିନ୍ନ ସହରକୁ ଯାଉଛି।ହୋଲସେଲ ବେବସାଇ ମନେ ରାୟଗଡ଼ାର ସହରରୁ ବାହାର ରାଜ୍ୟକୁ ପଠାଇଛନ୍ତି। ଅଥଚ ଏଠିକା ଚାଷୀ ଉଚିତ ମୂଲ୍ୟ ପାଉନାହାନ୍ତି।ପାହାଡ ଜଙ୍ଗଲ ଭରା ଏହି ଜିଲ୍ଲା ରେ ପଣସ ଗଛ ପକୃତି ର ଏକ ବରଦାନ କହିଲେ କିଛି ଭୁଲ ହେବନାହିଁ।

ପାହାଡ ଉପେରେ ଲକ୍ଷ୍ୟ ଲକ୍ଷ ସଂଖ୍ୟାରେ ଏହି ଗଛ ସବୁ ଭରି ରହିଛି।ପ୍ରତି ବର୍ଷ ଏହି ସଂଖ୍ୟା ବୃଦ୍ଧି ପାଉଛି।ବିଶେଷ କରି ବିଷମକଟକ,କଲନରା,ରାୟଗଡ଼ା ଓ କଲ୍ୟାଣିସିଂପୁର ବ୍ଲକରୁ ପଚୁର ପରିମାଣରେ ପଣସ ଉତ୍ପାଦନ ହେଉଛି।ପିଚିଲା ଅପେକ୍ଷା କଷି ପଣସ ର ଅଧିକା ଚାହିଦା ଅଧିକା ରହିଛି।ତେଣୁ ଆଦିବାସୀ ମାନେ ଛୋଟ ଛୋଟ ପଣସ କୁ ସଂଗ୍ରହ କରି ସହରର ହୋଲସେଲ ବ୍ୟବସାଇ ଦେଉଛନ୍ତି।

ଚାଷୀଙ୍କଠାରୁ ପଣସ ପିଛା ୧୦ ରୁ ୧୫ ଟଙ୍କା ରେ କିଣି ବ୍ୟବସାୟୀ ମାନେ ବାହାର ରାଜ୍ୟକୁ ପଠାଉଛନ୍ତି ସେଠାରେ କିଲୋ ୨୫ ରୁ ଅଧିକ ଟଙ୍କାରେ ବିକ୍ରୀ କରୁଛନ୍ତି।ଗୋଟିଏ ପଣସ ଓଜନ ୨ରୁ ୩ କିଲୋ ରହୁଥିବାରୁ ସେମାନେ ଏହାର ଫାଇଦା ନେଉଛନ୍ତି।ଫଳରେ ଗ୍ରାମ ଅଂଚଳର ଚାଷୀ ଅଭାବ ବିକ୍ରୀ ର ଶିକାର ହେଉଛନ୍ତି।ଜ଼ଙ୍ଗଲ ଓ ପାହାଡ଼ରୁ ସଂଗ୍ରହ ହେଉଥିବା ସାମଗ୍ରୀ କୁ ଉଚିତ ଦର ରେ ବିକ୍ରି ଲାଗି ଜିଲ୍ଲା ରେ ଓରମାସ ରହିଛି।ତଥାପି ଚାଷୀଙ୍କୁ ହତାଦର କରାଯାଉଛି।ପଣସ ଚାଷୀ ଓ ସଂଗ୍ରହ କାରୀ କିଭଳି ଉଚିତ ମୂଲ୍ୟ ପାଇବେ ସେଦିଗରେ ବିଭାଗ ଧ୍ୟାନ ଦେଉନି।ସେପଟେ ଜିଲ୍ଲାରୁ ପ୍ରତି ବର୍ଷ ପ୍ରାୟ ୨୦ ହଜାର କୁଇଣ୍ଟାଲ କଞ୍ଚା ପଣସ ପଶ୍ଚିମ ଭାରକୁ ପଠାଯାଉଥିବା ଅକଲନରୁ ଜଣାପଡ଼ିଛି।ନିୟମଗିରି ପାହାଡ଼ରୁ ବାର୍ଷିକ ୯ରୁ୧୦ ହଜାର କୁଇଣ୍ଟାଲ ପଣସ ସଂଗ୍ରହ ହେଉଛି।ପ୍ରତି ବର୍ଷ ଏହାର ଉତ୍ପାଦନ ବଡୁଛି।ତଥାପି ଜିଲ୍ଲାର ପଣସ ଚାଷୀମନେ ଅଭାବିବିକ୍ରିର ଶିକାର ହେଉଛନ୍ତି।ଏଠିକା କଞ୍ଚା ପଣସକୁ ବାହାର ରାଜ୍ୟର ଶୀତଳ ଭଣ୍ଡାରେ ରଖି ବିକ୍ରି କରାଯାଉଛି।ଏହି ଦିଗରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ବର୍ଦ୍ଧିଜୀବୀ ମନେ ଦାବି କରିଛନ୍ତି।ଏ ସମ୍ପର୍କରେ ଓରମାସ ର ଡେପୁଟି ସିଇଓ ମନୋଜ କୁମାର ପାତ୍ରଙ୍କୁ ପଚାରିବାରୁ କହିଛନ୍ତି ଉତ୍ପାଦନକାରୀ ଗୋଷ୍ଟିଙ୍କ ଠାରୁ ହିଁ କିଣିବାର ବିଭାଗ୍ୟ ନିୟମ ରହିଛି।ତେଣୁ ବ୍ୟକ୍ତିଗତ ଭାବେ ସଂଗ୍ରହକାରୀଙ୍କ ଠାରୁ କିଣା ଯାଇପାରୁନି।ରାୟଗଡ଼ାରୁ ସନ୍ତୋଷ ସାହୁଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *