ଭୁବନେଶ୍ୱର ର ବିଧାନସଭା ରେ ପାଞ୍ଚଜଣ ପ୍ରମୁଖ ରାଜ୍ୟସଭା ପାର୍ଥିପତ୍ର ଦାଖଲ କରିଛନ୍ତି।ଯେଉଁମାନଙ୍କ ପାଖରେ ଦଶ ରୁ ଅଧିକ ବିଧାୟକଙ୍କ ସମର୍ଥନ ଅଛି। ପାଞ୍ଚ ଜଣ ପାର୍ଥି କିନ୍ତୁ ଆସନ ସଂଖ୍ୟା ଚାରି। ସେମାନେଙ୍କ ମଧ୍ୟ ରୁ ବିଜେଡି ର ରାଜ୍ୟସଭା ପାର୍ଥି ହେଉଛନ୍ତି ସଂତୃପ୍ତ ମିଶ୍ର ଏବଂ ବିଜେଡି ର ସମର୍ଥୀତ ପାର୍ଥି ହେଉଛନ୍ତି ଦତେଶ୍ଵର ହୋତା।

ଉଭୟ ବିରୋଧୀ ଦଳ ନେତା ନବୀନ ପଟନାୟକ ଏବଂ ବିଜେଡି ବିଧାୟକ ମାନଙ୍କ ସହିତ ଆସି ନାମାଙ୍କନ ପାତ୍ର ଦାଖଲ କରିଛନ୍ତି। ଆସନ୍ତୁ ଦେଖିବା ଆମର ଫଟୋ ନିୟୁଜ ଟାଇମ୍ସ ଉତ୍ତଳନ କରିଥିବା ଭିଡ଼ିଓ ଗୁଡିକୁ।

ଏହାପରେ ଆସିଲା ବଜେପି ର ରାଜ୍ୟସଭା ନୋମିନେସନ ପର୍ବ।ତିନି ଜଣ ପାର୍ଥି ମୁଖମନ୍ତ୍ରୀ ମୋହନ ଚରଣ ମାଝି ଏବଂ ବଜେପି ବିଧାୟକ ମାନଙ୍କ ସହିତ ଆସି ପାର୍ଥି ପାତ୍ର ଦାଖଲ କରିଛନ୍ତି। ଏମାନେ ହେଲେ ଓଡିଶା ବଜେପି ର ସଭାପତି ମନମୋହନ ସାମଲ, ସୁଜିତ କୁମାର ଏବଂ ଦିଲୀପ ରାୟ।

ଦେଖନ୍ତୁ ଭିଜୁଆଲ ଗୁଡିକୁ ଏଠାରେ ଚତୁର୍ଥ ପାର୍ଥି ଦତେଶ୍ଵର ହୋତା ଏବଂ ଦିଲପ ରାୟ ମଧରେ ପ୍ରତିଦୋନ୍ଦିତା ହେବ ଏବଂ ସୁନିଶ୍ଚିତ ଘୋଡା ବେପାର ହିଁ ଏହାର ନିର୍ଣ୍ଣାୟକ ମୋଡ ନେବ।ଦତେଶ୍ଵର ହୋତା ଙ୍କ ବିରୁଦ୍ଧରେ ବହୁ ସଂଗୀନ ମାମଲା ଅଛି।କିନ୍ତୁ ଚତୁରତା ଏବଂ ସୁକ୍ଷ୍ମ ବୁଦ୍ଧି ପ୍ରୟୋଗରେ ଦିଲପ ରାୟ ଏକପ୍ରକାର ଓଡିଶା ରେ ପ୍ରଥମ ସ୍ଥାନ ନେଇଛନ୍ତି। ସେ ନଵୀଵ ପଟନାୟକଙ୍କର ପିତା ବିଜୁ ପଟନାୟକଙ୍କୁ ତାଙ୍କ ଶେଷ ଜୀବନ ସମୟରେ,ଦିଲୀପ ରାୟ ନିଜ ଘରେ ରଖି ସେବା କରି ଜନମାନସର ହୃଦୟ ରେ ସ୍ଥାନ ପାଇଛନ୍ତି। ସେ ଜଣେ ଶିଳ୍ପପତି ତଥା ହୋଟେଲିଆର। ଓଡିଶା ବାସୀଙ୍କ ପାଇଁ ତାଙ୍କର ସେଭଳି କିଛି ଆଖିଦୃଷ୍ଟିଆ ଅବଦାନ ନାହିଁ। ସେ ଏତେ ଚତୁର ଯେ ଆବଶ୍ୟକ ସ୍ଥଳେ ଗୋଟେ ଫୁଟକୁ ତେରଇଞ୍ଚ ବୋଲି ପ୍ରଣାମ କରିପାରିବେ।
ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।
