ପାଣି ପଞ୍ଚାୟତ କକ୍ଷ

କନ୍ଧମାଳ ଜିଲ୍ଲାର ଫୁଲବାଣୀ ଅବସ୍ଥିତ କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟରେ ଆଜି ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମଟି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଉମାଚରଣ ମଲ୍ଲିକ, ଫୁଲବାଣୀ ବିଧାୟକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ଚାଷୀମାନେ କିପରି ଉନ୍ନତ ଧରଣର ଚାଷ ପ୍ରଣାଳୀ ଅପନାଇ ସଫଳ ହେବେ, ସେ ନେଇ ଆଲୋଚନା କରାଯାଇଥିଲା। ଏହା ସହ ରାଜ୍ୟ ସରକାର ଚାଷୀଙ୍କ ଉନ୍ନତି ପାଇଁ ସଚେତନ ଓ ତତ୍ପର ରହିଥିବା କଥା ମଧ୍ୟ ଉଲ୍ଲେଖ କରାଯାଇଥିଲା।


କନ୍ଧମାଳ ଜିଲ୍ଲା ଏକ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ, ଜଳସେଚନ ବ୍ୟବସ୍ଥା ଥିବା ସତ୍ତ୍ୱେ ଅନେକ ସମୟରେ ଚାଷୀମାନେ ନିର୍ଦ୍ଧାରିତ ସମୟରେ ନିଜ ଚାଷ ଜମିକୁ ପାଣି ପାଇପାରୁନଥିବା ଅଭିଯୋଗ କରିଛନ୍ତି। ଏନେଇ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ୟା ଅବଗତ କରାଯିବ ବୋଲି ଆଶ୍ୱାସନ ଦେଇଥିଲେ। ଅନ୍ୟ ପକ୍ଷରେ, ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳପ୍ରଦ କାର୍ଯ୍ୟ ହୋଇନଥିବା କଥା ଚାଷୀମାନେ ଅଭିଯୋଗ କରିଛନ୍ତି।


ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଳକା ପଟ୍ଟନାୟକ, SDVO ଫୁଲବାଣୀ,
ସୁମିନ ସାହୁ, ଗୋଷ୍ଠୀ କୃଷି ଅଧିକାରୀ, ଭଞ୍ଜନଗର, ପଦ୍ମଲୋଚନ ସିଂ, ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ ବିଭାଗ ଫୁଲବାଣୀ, ଶ୍ଵେତାଲିନା ସାହୁ, ସହକାରୀ ବନ ସଂରକ୍ଷକ, ଫୁଲବାଣୀ,
ଗୁଣନିଧି ପରିଗା ଓ ନିରଞ୍ଜନ ପ୍ରଧାନ, ସହକାରୀ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ବିଭାଗ ଉପସ୍ଥିତ ଥିଲେ।

ମଞ୍ଚ ପରିଚାଳନା କରିଥିଲେ ସେକ୍ସନ ଅଫିସର ଗୋଲକ ବିହାରୀ ସାହାଣୀ।
ଫୁଲବାଣୀରୁ ଶିବାଜୀ ଜେନାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *