ପାରାଦ୍ବୀପ ସମୁଦ୍ରରୁ ପ୍ରାୟ କୋଟିଏ ଟଙ୍କାର ଗୁଆ ଜବତ କରିଛି ଭାରତୀୟ ତଟରକ୍ଷୀ ବାହିନୀ।
ଗଭୀର ସମୁଦ୍ରରେ ପ୍ରାୟ ଏକକୋଟି ଟଙ୍କା ମୂଲ୍ୟର ଗୁଆ ଚୋରା ଚାଲାଣ ପ୍ରୟାସକୁ ବିଫଳ କରିଛି ଭାରତୀୟ ତଟରକ୍ଷୀ ବାହିନୀ | ପାରାଦ୍ବୀପ ବଙ୍ଗୋପସାଗରରେ ଆନ୍ତର୍ଜାତୀୟ ସାମୁଦ୍ରିକ ନିୟନ୍ତ୍ରଣ ସୀମାରେ ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ଭରଦ ଗତ୧୦ ଏପ୍ରିଲ୍ ଭୋର ସମୟରେ ନିରୀକ୍ଷଣ କରୁଥିବାବେଳେ ସନ୍ଦେହଜନକ ଗତିବିଧି ପ୍ରଦର୍ଶନ କରୁଥିବା ସନ୍ଦେହ କରି ଏକ ମାଛ ଧରା ବୋଟ କୁ ଅଟକାଇଥିଲା। ତଟରକ୍ଷୀବାହିନୀ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିବା ସନ୍ଦେହକାରୀ ବିସ୍ତୃତ ତଦନ୍ତ ପାଇଁ ଉକ୍ତ ବୋଟରେ ଚଢ଼ିବା ପରେ ଡଙ୍ଗାଟିରୁ ପ୍ରାୟ ୪୫୦ ବସ୍ତା ଗୁଆ ଜବତ କରିଥିଲା | ପ୍ରତ୍ୟେକ ବ୍ୟାଗ ର ଓଜନ ପ୍ରାୟ ୫୦-୬୦ କିଲୋଗ୍ରାମ ହେବ। ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ହେବବୋଲି କୁହାଯାଉଛି । ଧରାଯାଇଥିବା ମାଛ ଧରା ବୋଟ ଟି କାକଦ୍ବୀପ ମାଛଧରାବନ୍ଦରରେ IFB ମା ବାସନ୍ତି ଯାହାର ପଞ୍ଜିକୃତ ନଂIND-WB-DS-MM-10023 ବୋଲି ଲେଖାଯାଇଥିଲା।
ଡଙ୍ଗାଟିର କୌଣସି ବୈଧ ପଞ୍ଜିକରଣ ନଥିଲା, ବିନାଡକ୍ୟୁମେଣ୍ଟରେ କାର୍ଯ୍ୟ କରୁଥିଲା ବୋଲି ତଦନ୍ତରୁ ଜଣାପଡିଛି |
ଏହି ଘଟଣାରେ ବୋଟ ରେ ଥିବା ସମସ୍ତ ୧୪ ଜଣଙ୍କୁ ହେପାଜତକୁ ନିଆଯାଇଥିଲା ଓ ପରେ ବିସ୍ତୃତ ତଦନ୍ତ ପାଇଁ ତଟରକ୍ଷୀ ବାହିନୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପାଇଁ ପାରାଦୀପ ବନ୍ଦରକୁ ନିଆଯାଇଥିଲା ଏବଂ ସେମାନଙ୍କ ପାଖରେ କୌଣସି ବୈଧ ବାୟୋମେଟ୍ରିକ୍ କାର୍ଡ ନଥିଲା ବୋଲି ତଦନ୍ତରୁ ଜଣା ପଡିଛି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ସମୁଦ୍ରରେ ପାଞ୍ଚ ଦିନ ଧରି କାର୍ଯ୍ୟ କରିବା ସତ୍ତ୍ୱେ ବୋଟରେ କୌଣସି ମାଛ ମିଳିବା ପରିବର୍ତ୍ତେ ଗୁଆ ମିଳିବା ସମସ୍ତଙ୍କୁ ଚକିତ କରିଛି । ସମୁଦ୍ରରେ ନିରନ୍ତର ପଇଁତରା ମାରିବା ଓ ସତର୍କତା ମୂଳକ ପଦକ୍ଷେପ ମାଧ୍ୟମରେ ଭାରତୀୟ ତଟରକ୍ଷୀ ବାହିନୀର ଏହି ଚୋରା ଚାଲାଣକୁ ରୋକିବାରେ ସଫଳ ହୋଇପାରିଛି | ଉକ୍ତ ମାଛ ଧରା ବୋଟ ସହିତ ସେଥିରେ ଥିବା ୧୪ଜଣ କର୍ମଚାରୀ ମାନଙ୍କୁ ଧରି କୋଷ୍ଟଗାର୍ଡ ଟିମ ପାରାଦ୍ୱୀପ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ -୭ରେ ପହଞ୍ଚିଥିବା ଜଣା ପଡିଛି | ସମସ୍ତ କର୍ମଚାରୀ ସୁସ୍ଥ ଥିବା ବେଳେ ସେମାନଙ୍କୁ ଅଟକ ରଖି ଅଧିକ ତଥ୍ୟ ବାହାର କରିବାକୁ କୋଷ୍ଟଗାର୍ଡ ଉଦ୍ୟମ ଜାରି ରଖିଥିବା ନେଇ ସୂଚନା ମଳିଛି | ଭାରତୀୟ ତଟରକ୍ଷୀ ବାହିନୀର ସାମୁଦ୍ରିକ ଆଇନ ପ୍ରବର୍ତ୍ତନ ପ୍ରୟାସ ଏବଂ ଆମ ଦେଶର ସାମୁଦ୍ରିକ ସ୍ୱାର୍ଥକୁ ସୁରକ୍ଷା ଦେବାରେ କୋଷ୍ଟଗାର୍ଡ ଦୃଢ଼ ପ୍ରତିବଦ୍ଧତା କୁ ସ୍ପଷ୍ଟ କରେ |
ପାରାଦ୍ୱୀପରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ପ୍ରଭାତ କୁମାର ଦଳାଇଙ୍କ ରିପୋର୍ଟ।
ପାରାଦ୍ବୀପ ସମୁଦ୍ରରୁ ପ୍ରାୟ କୋଟିଏ ଟଙ୍କାର ଗୁଆ ଜବତ କରିଛି ଭାରତୀୟ ତଟରକ୍ଷୀ ବାହିନୀ
