ପିଇବା ପାଣି ବୁନ୍ଦେ ପାଇଁ ରାଜରାସ୍ତାକୁ ଓଲ୍ଲାଇଛନ୍ତି ଶତାଧିକ ମହିଳା

ପିଇବା ପାଣି ବୁନ୍ଦେ ପାଇଁ ରାଜରାସ୍ତାକୁ ଓଲ୍ଲାଇଛନ୍ତି ଶତାଧିକ ମହିଳା
ବର୍ଷା ଦିନରେ ମଧ୍ଯ ପାନୀୟ ଜଳର ଘୋର ସମସ୍ୟା। ଅଭିଯୋଗ ପରେ ମଧ୍ଯ ସ୍ଥାୟୀ ସମାଧାନ ନହେବାରୁ ରାଜରାସ୍ତାକୁ ଓଲ୍ଲାଇଛନ୍ତି ଶତାଧିକ ମହିଳା। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକାରପାଇ ଡ଼ଙ୍ଗରିଆ ସାହି ନିକଟରେ। ପିଇବା ପାଣି ର ସୁବିଧା ନ ହେବା ଯାଏଁ ରାସ୍ତା ରୁ ନ ଉଠିବା ନେଇ ଅଡ଼ି ବସିଛନ୍ତି ମହିଳା। ଫଳରେ କଲ୍ୟାଣ ସିଂହପୁର ଠାରୁ କାଶୀପୁର ଓ କୋରାପୁଟକୁ ଯାତାୟାତ ବାଧାପ୍ରାପ୍ତ। ରାସ୍ତାରେ ମହିଳା ମାନେ ଆନ୍ଦୋଳନ କରୁଥିବା ବେଳେ ଦୀର୍ଘ ୨ ଘଣ୍ଟା ହେବ କୈଣସି ଗାଡି ଚଳାଚଳ ହେଉନି। ଶିକରପାଇ ପଞ୍ଚାୟତର ଡଙ୍ଗରିଆ ସାହିରେ ପ୍ରାୟ ଦେଢଶହ ପରିବାର ବସବାସ କରୁଥିବା ବେଳେ ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ କେବଳ ଗୋଟିଏ ମାତ୍ର ନଳକୂପ ପ୍ରଦାନ କରାଯାଇଛି। ବାରମ୍ବାର ଦାବି ହେବା ପରେ ମଧ୍ଯ ସୋଲାର ମଧ୍ଯମରେ ପାନୀୟ ଜଳ ଯୋଗାଣ ହୋଇନାହିଁ। ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ପାଣି ଯୋଗାଇବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ପାଣି ପମ୍ପ୍ ଖୋଳାଯାଇଥିଲେ ସୁଦ୍ଧା ତାହା ପାଇପ ଯୋଗେ ଲୋକମାନଙ୍କୁ ଯୋଗାଇ ଦିଆଯାଇନାହିଁ।

ଫଳରେ ସ୍ଥାନୀୟ ବାସିନ୍ଦା ପାଣି ପାଇଁ ହାହାକାର ହେଉଥିବା ଅଭିଯୋଗ ହୋଇଛି। ଆଜି ରାସ୍ତାରୋକ ହେଉଥିବା ବେଳେ ଶିକରପାଇ ଗ୍ରାମର ଶତାଧିକ ଲୋକେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ତେବେ ଘଟଣା ସ୍ଥଳରେ ସ୍ଥାନୀୟ ବିଡିଓ ଲୋକ ମାନଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା ଲୋକେ ରାସ୍ତା ଅବରୋଧ ହଟାଇନାହାନ୍ତି। ଅନ୍ଯପଟେ ଦିନେ ଦୁଇ ଦିନ ମଧ୍ଯରେ ଲୋକଙ୍କ ସମସ୍ଯାର ସମାଧାନ ହୋଇଯିବ ବୋଲି ରାୟଗଡା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।
ସ୍ଥାନୀୟ ଅଞ୍ଚଳର ଆଶା ମାଣ୍ଡିକା, କନକା କଞ୍ଜାକା ଏବଂ ଉପ ଜିଲ୍ଲାପାଳ ରମେଶ କୁମାର ଜେନା ଆମ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇଛନ୍ତି।

ରାୟଗଡ଼ା ରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ମନରଞ୍ଜନ ଶତପଥୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *