ପିକ୍ଅପ୍ ଭ୍ୟାନ ସହ ୫କ୍ୟୁଣ୍ଟାଲ ୨୮ କେଜି ଗଞ୍ଜେଇ ଜବତ

ପିକ୍ଅପ୍ ଭ୍ୟାନ ସହ ୫କ୍ୟୁଣ୍ଟାଲ ୨୮ କେଜି ଗଞ୍ଜେଇ ଜବତ। ଅପେରସନ ପ୍ରହାର ର ସଫଳତା ୧୦ ଲକ୍ଷ ରୁ ଉର୍ଦ୍ଧଟଙ୍କାର ଗଂଜେଇ ସହ ଗାଡି ଜବତ l ବୌଦ୍ଧ ଜିଲ୍ଲା କଣ୍ଟାମାଲ ପୋଲିସ ର ଅପେରସନ ପ୍ରହାର ର ବଡ଼ ସଫଳତା ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ଗାଡି ଜବତ I ସୂଚନା ମତେ ଗତକାଲି କଣ୍ଟାମାଲ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଏକ ଟିମ ଡ଼ୁମାଲପାଳି ଛକରେ ଚଢ଼ାଉ କରିଥିଲା I ମାଫିଆ ଚମ୍ପଟ ମାରିଥିବା ବେଳେ ଘଟଣା ସ୍ଥଳରୁ ୫ କ୍ୟୁଣ୍ଟାଲ ୨୮ କେଜି ଗଞ୍ଜେଇ ଜବତ ସହ ବୋଲର ପିକ ଅପ୍ ଗାଡି ଜବତ କରିଛି l ଏ ନେଇ କଣ୍ଟାମାଳ ଥାନା ରେ ୧୮୮/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ I

ଗଞ୍ଜେଇ ଦିନ ୧୦ ଘଣ୍ଟା ସମୟ ରେ କୋର୍ଟ ରେ ପଦର୍ଶନ କରିଥିବା ନେଇ କଣ୍ଟାମାଲ ଥାନା ଅଧିକାରୀ ଆଜି ପ୍ରେସ ରିଲିଜ ମାଧ୍ୟମରେ ସୂଚନା ଦେଇଛନ୍ତି I କଣ୍ଟାମାଳ ପୁଲିସ ର ଏକ ଟିମ୍ କଳରାକୋଠା ଠାରୁ ଡ଼ୁମାଲପାଲି ରାସ୍ତାରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଡୁମାଲ ପାଲି ପେଟ୍ରୋଲ ପମ୍ପ ନିକଟରେ ଏକ ଗଞ୍ଜେଇ ଭର୍ତ୍ତି ଗାଡିରେ ଥିବା ବେପାରୀମାନେ ପୁଲିସକୁ ଦେଖି ଗାଡି ଛାଡି ଫେରାର ମାରିଥିଲେ। ଫଳରେ ଉକ୍ତ ପିକଅପ ଗାଡି ଓ ଗଞ୍ଜେଇ କୁ ପୁଲିସ ଜବତ କରିଥିଲା। କଣ୍ଟାମାଳ ତହସିଲଦାର ଶ୍ୱେତପଦ୍ମା ଯୋଶୀଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରିବାରୁ ୫୨୮ କେଜି ଥିବା ଜଣାପଡିଥିଲା l ଖୁବ୍ ଶିଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି କଣ୍ଟାମାଳ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ସୂଚନା ଦେଇଛନ୍ତି l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।

Leave a Reply

Your email address will not be published. Required fields are marked *