ଢେଙ୍କାନାଳର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୁଲ୍ୟରେ ଜିଲ୍ଳାସ୍ତରୀୟ ନିପୁଣ ମେଳା-୨୦୨୫ ଅନୁଷ୍ଠିତ।
ପିଲାଙ୍କୁ ଚିହ୍ନିବା ଓ ବୁଝିବା ସବୁଠୁ ବଡ ଆହ୍ୱାନ ଅଟେ।
ଆଦର କଲେ ଆଗ୍ରହ ବଢେ। ଶିକ୍ଷକ ମାନେ ପିଲାର ସଫଳତାର ଓ ବିଫଳତାର ଉତ୍ତରଦାୟିତ୍ୱ ନେବା ଉଚିତ୍। ଏହି ମେଳାରେ
ସବୁ ପିଲାଙ୍କୁ ନିପୁଣ ଶିକ୍ଷାର୍ଥୀ ଭାବେ ଗଢିବାକୁ ସାମୁହିକ ଶପଥ ନେଲେ।
ପ୍ରାରମ୍ଭିକ ଶିକ୍ଷଣ ଖୁବ୍ ଗୁରୁତ୍ୱପୂର୍ଣ l ପିଲାର ମସ୍ତିଷ୍କର ସିଂହଭାଗ ବିକାଶ ଏହି ସମୟରେ ହୋଇଥାଏ l ସେଥିଲାଗି ଜାତୀୟ ଶିକ୍ଷାନୀତି ୨୦୨୦ ରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଉପରେ ଗୁରୁତ୍ୱ ଦେବାକୁ ଯାଇ ନିପୁଣ ଓଡିଶା ମିଶନ କାର୍ଯ୍ୟ କରୁଛି l ଜିଲ୍ଲାସ୍ତରୀୟ ନିପୁଣ ମେଳା, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତିଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ମୁଖ୍ୟଅତିଥିଭାବେ ଯୋଗଦେଇ ପିଲାଙ୍କୁ ଚିହ୍ନିବାର ଆବଶ୍ୟକତା ଅଛି ବୋଲି କହିଥିଲେ l ନିଜ ପିଲା ଦିନର ଅନୁଭୂତି କୁ ନେଇ କହିଥିଲେ ଯେ ପିଲାଙ୍କୁ ବୁଝି ନପାରିଲେ ପଢ଼େଇ ହେବ ନାହିଁ l
ଖୁବ ଆଦର,ଯତ୍ନ ଓ ସ୍ନେହ କଲେ ସେମାନେ ବ୍ୟବସ୍ଥା ସହ ଖାପଖୁଆଇ ପାରିବେ l ସ୍ୱତନ୍ତ୍ର ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ଯୋଗଦେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ l ମୁଖ୍ୟବକ୍ତା ଭାବେ ଡଃ ସୁସନ୍ଧ୍ୟା ମହାନ୍ତି କହିଥିଲେ ଯେ ଶିଶୁ ମାନସ୍ତତ୍ଵକୁ ବୁଝି ଶିକ୍ଷlଦାନ କାର୍ଯ୍ୟକ୍ରମ ସ୍ଥିର କରାଯିବା ଉଚିତ୍ l ଶିକ୍ଷକ ପିଲାର ନିକଟତର ହେଉ। ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ସାହୁ ସ୍ୱାଗତ ଭାଷଣ ଦେବା ପରିପ୍ରେକ୍ଷୀରେ ନିପୁଣ ମେଳାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ l ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ସ୍ନେହଲତା ରାଜ ଅତିଥି ପରିଚୟ ପ୍ରଦାନ କରିଥିଲେ l ଶିକ୍ଷlଶାସ୍ତ୍ର ସଂଯୋଜିକା ଶୁଭଲକ୍ଷ୍ମୀ ସାହୁ ନିପୁଣ ଓଡିଶା ଶପଥ ପାଠ କରାଇଥିଲେ l ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ବଳନ କରିଥିବା ବେଳେ ଅନୁଷ୍ଠାନର ଗୁରୁଛାତ୍ରୀମାନେ ମଙ୍ଗଳାଚରଣ ଗାନ,ପ୍ରାରମ୍ଭିକ ସଙ୍ଗୀତ ଗାନ ଓ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ l ବାରିହlପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ, ଛାତ୍ରମାନେ ନିପୁଣ ଓଡିଶୀ ସଂଗୀତରେ ନୃତ୍ୟ ପରିବେଷଣ କରିଥିଲେ l ବରିଷ୍ଠ ପ୍ରଶିକ୍ଷିକା କଲ୍ୟାଣୀ ସାହୁ ଧନ୍ୟବାଦ ଦେଇଥିଲେ।
ଏଠାରେ ଅଭିନଵ ଶିକ୍ଷlଶାସ୍ତ୍ର ଯଥା, କଣ୍ଢେଇ ନାଚ,ଅଭିନୟ,ଆଲୋଚନା ମାଧ୍ୟମରେ ଏକ ପ୍ରଦର୍ଶନ ମୂଳକ ଶିକ୍ଷlଦାନ ଆୟୋଜନ କରାଯାଇଥିଲା l ଏଥିରେ ଡlମାଳ ନୋଡାଲ ୟୁପି ସ୍କୁଲର ଛାତ୍ରୀ,ଛାତ୍ରମାନଙ୍କୁ ନେଇ ଶିକ୍ଷକ ପ୍ରବୀଣ କୁମାର ରାଉତ ଚିତ୍ତାକର୍ଷକ ଶିକ୍ଷଣ କାର୍ଯ୍ୟ ପରିଚାଳନା କରିଥିଲେ l ଏଠାରେ ଅଭିନଵ ଶିକ୍ଷଣ ସାମଗ୍ରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା l ଜିଲ୍ଲା ର ୮୦ ଜଣ ଶିକ୍ଷୟିତ୍ରୀ,ଶିକ୍ଷକ ଓ ୨୫ ଜଣ ସି.ଆର.ସି.ସି.ଙ୍କ ଦ୍ୱାରା ୧୨୭ ଟି ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା l ଷ୍ଟେସନ-୩ ରେ ସ୍ୱତନ୍ତ୍ର ଆଲୋଚନା ପ୍ରସଙ୍ଗରେ ଦଳଗତ ଆଲୋଚନା କରିଥିଲେ l ନିପୁଣ ଓଡିଶା କାର୍ଯ୍ୟକାରୀ କରିବାରେ ଥିବା ଆହ୍ୱାନ ଓ ସେଗୁଡିକର ମୁକାବିଲା ଶୀର୍ଷକରେ ଆଲୋଚନାରେ ଶିକ୍ଷୟିତ୍ରୀ,ଶିକ୍ଷକ,ସି.ଆର.ସି.ସି. ଅଭିଭାବିକା,ଅଭିଭାବକ,ଶିକ୍ଷା ପ୍ରଶାସକ ଓ ବେସରକାରୀ ସଂସ୍ଥା ସଦସ୍ୟମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଶିକ୍ଷକ୍ଷିତ୍ରୀ,ଶିକ୍ଷକମାନଙ୍କର ସକାରାତ୍ମକ ମନୋବୃତ୍ତି,ବିଭିନ୍ନ ଅଂଶୀଦାରୀଙ୍କ ମଧ୍ୟରେ ସହଯୋଗିତା ଓ ସୁସମ୍ପର୍କ ଏବଂ ଅଧିକାରୀଙ୍କ ଉତ୍ତରଦାୟିତ୍ୱ ରହିଲେ ଏହି ମିଶନ ସଫଳ ହେବବୋଲି ମତ ପ୍ରକାଶ ପାଇଥିଲl l ଡି.ଆଇ.ଇ.ଟି ଦ୍ୱାରା ପ୍ରସ୍ତୁତ ମଡେଲ ଶିଶୁବାଟିକାକୁ ଜିଲ୍ଲାପାଳ ଉଦଘାଟନ କରିଥିଲେ l ସେଥିରେ ଲିଟେରlସି କୋଣ,ସଂଖ୍ୟାଜ୍ଞାନ କୋଣ, ଖେଳନା କୋଣ,ବାଲୁକା କୋଣ,ପିସ କୋଣ,ଆକ୍ଟିଭିଟି କୋଣ ଆଦି ରହିଥିବା ବେଳେ ଶିଶୁ ଉପଯୋଗୀ ବିଲଡିଂ ବ୍ଲକ୍, ଅlବlକସ,ସାପ ସିଡ଼ି,ବିଭିନ୍ନ ଗପ କାର୍ଡ ଓ ମୁଖା ଆଦି ରହିଛି l
ଅତିଥିମାନେ ଶିଶୁବାଟିକାକୁ ଦେଖି ସନ୍ତୋଷ ପ୍ରକାଶ କରିଥିଲେ।
ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଲକ୍ଷ୍ମଣ କୁମାର ସାହୁଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ହୋଇଥିଲା। ଶିକ୍ଷlବିତ୍ ସୁସନ୍ଧ୍ୟା ମହାନ୍ତି,ଅବସର ପ୍ରାପ୍ତ ଶିକ୍ଷକ ରବୀନ କୁମାର ଶତପଥି,ବରିଷ୍ଠ ପ୍ରଶିକ୍ଷକ ସ୍ନେହଲତା ରାଜ,ସୌମ୍ୟl ପଟନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ l ଅନ୍ୟତମ ପ୍ରଶିକ୍ଷିକା ପ୍ରତିଭା ଦଳେଇ ଧନ୍ୟବାଦ ଦେଇଥିବା ବେଳେ ଉଭୟ ଉଦ୍ଘାଟନୀ ଓ ଉଦଯାପନୀ ସଭାକୁ ରସା ସିଂହl ୟୁପି ସ୍କୁଲର ଶିକ୍ଷକ ଚନ୍ଦନ କୁମାର ନାଏକ ସଂଯୋଜନା କରିଥିଲେ l ଆଜିର ଏହି ମେଳାକୁ ପ୍ରତିଷ୍ଠାନର ଗୁରୁଛାତ୍ରୀ,ଛାତ୍ରମାନେ ସହଯୋଗ କରିଥିଲେ lଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡ଼ା.ଦେବୀ ପ୍ରସାଦ ମିଶ୍ର ଏହି କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ନିମନ୍ତ୍ରିତ ପର୍ଯ୍ୟବେକ୍ଷକ ଭାବରେ ଯୋଗଦାନ କରିଥିଲେ। ଢେଙ୍କାନାଳର ନିପୁଣ ମେଳା ୨୦୨୫ ହେଉଛି ଓଡିଶା ପାଇଁ ମଡେଲ କାର୍ଯ୍ୟକ୍ରମ।