କନ୍ଧମାଳ ଜିଲ୍ଲା ର କଳିଙ୍ଗିଆ ଘାଟି ରାସ୍ତା ବର୍ଷାରେ ଧୋଇଗଲା।ଲୋକମାନଙ୍କ ଯାତୟାତରେ ବାଧା ସୃଷ୍ଟି ହେଉଛି ।କଳିଙ୍ଗିଆ ଘାଟିରେ କଂକ୍ରିଟ ରେ ତିଆରି ହୋଇଥିବା ରାସ୍ତା ପୁଣିଥରେ ବର୍ଷାର ପ୍ରଭାବରେ ଧୋଇଗଲା। ଏହା ଫଳରେ ଲୋକମାନଙ୍କ ଯାତୟାତରେ ଗୁରୁତର ବାଧା ସୃଷ୍ଟି ହୋଇଛି। ଦୁର୍ଗା ପ୍ରସାଦ ସହିତ ଅନ୍ୟାନ୍ୟ ଲୋକମାନଙ୍କ ପାଇଁ ଏହି ସମୟରେ ଯିବା–ଆସିବା ବହୁତ କଷ୍ଟକର ଓ ସଙ୍କଟପୂର୍ଣ ହୋଇପଡିଛି।

ସାଧାରଣ ଜୀବନଜୀବିକା, ବ୍ୟବସାୟ ଓ ଦୈନନ୍ଦିନ କାର୍ଯ୍ୟକଳାପ ପ୍ରଭାବିତ ହେବା ସହିତ ଲୋକମାନଙ୍କ ଦୃଷ୍ଟି “କଳିଙ୍ଗିଆ ଘାଟି କେବେ ସପୂର୍ଣ୍ଣ ମରାମତି” ହେବ। ତରବରିଆ ଭାବେ ଟେକ୍ନିକାଲ ନଲେଜକୁ ବ୍ୟବହାର ନକରି ସରକାରୀ ଅର୍ଥରେ ମରାମତି କଲେ ସାଧାରଣ ଲୋକେ କେବେବି ଉପକୃତ ହେବେନାହିଁ ଏହାଦ୍ୱାରା କଣ୍ଟ୍ରାକ୍ଟର ପୋଷା ହେବେ। ବିଭାଗୀୟ ଇଞ୍ଜିନିୟର ପଇସା ପାଇବେ। ପ୍ରଥମେ ସେଠାକାର ବାସିନ୍ଦାଙ୍କ ପାଇଁ ଦୁଇ ଚକିଆ ଏବଂ ଛୋଟ ଗାଡି ଯିବାପାଇଁ ବାଇ ପାସ ନିର୍ମାଣ କରିବା ପାଇଁ ସାଧାରଣରେ ଦାବି ହେଉଛି।
ଫୁଲବାଣୀରୁ ଶିବାଜୀ ଜେନାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
