ପୁଣି କଣ୍ଟାମାଳ ଅଞ୍ଚଳରେ କେନ୍ଦୁ କାଠ ମାଫିଆ ସକ୍ରିୟ ଥିବା ଦେଖିବାକୁ ମିଳିଛି

କିଛି ମାସ ବ୍ୟବଧାନ ପରେ ପୁଣି କଣ୍ଟାମାଳ ଅଞ୍ଚଳରେ କେନ୍ଦୁ କାଠ ମାଫିଆ ସକ୍ରିୟ ଥିବା ଦେଖିବାକୁ ମିଳିଛି l ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ଅଧିକାରୀ ଜୟକୃଷ୍ଣ ପଟ୍ଟନାୟକ ଙ୍କ ନିର୍ଦେଶ ରେ ବନ ବିଭାଗର ଏକ ଟିମ ପେଟ୍ରୋଲିଙ୍ଗ କରୁଥିବା ସମୟରେ କଣ୍ଟାମାଳ ଖୁଣ୍ଟିଗୋରା ରାଜ୍ୟ ରାଜପଥ ନଂ ୪୧ ର ଘଣ୍ଟାପଡା ପୋଡାପଦର ଛକ ନିକଟରେ ଏକ ଟାଟା ୧୧୦୯ ଟ୍ରକ ଗାଡିକୁ ତଲାସୀ କରିବାରୁ ବିପୁଳ କେନ୍ଦୁ ଗଣ୍ଡି ଥିବା ଦେଖିବାକୁ ପାଇଥିଲେ l

କେନ୍ଦୁ ଗଣ୍ଡି ଚାଲାଣ ନେଇ ଆବଶ୍ୟକୀୟ କାଗଜପତ୍ର ଦେଖାଇ ନ ପାରିବାରୁ ଟ୍ରକ, କେନ୍ଦୁ ଗଣ୍ଡି ସହ ଦୁଇ ଜଣ ଚାଲାଣ କାରୀ ଙ୍କୁ ଗିରଫ କରିଛି l ତଦନ୍ତ ପରେ ଗାଡ଼ିରେ ଥିବା ୫୯ ଖଣ୍ଡ କେନ୍ଦୁ ଗଣ୍ଡି ଥିବା ବେଳେ ଗଣ୍ଡି, ୨ କାଠ ମାଫିଆ ସହ ଗାଡିକୁ ଜବତ କରି କଣ୍ଟାମାଳ ରେଞ୍ଜ ଅଫିସ କୁ ଆଣି ଥିଲେ l

ଗିରଫ ଦୁଇ ଜଣ କାଠ ଚାଲାଣ କାରୀ ମାନେ ହେଲେ ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଠେଙ୍ଗାରା ପଦର ଗ୍ରାମର ଘନଶ୍ୟାମ ଦିଶିରୀ (୩୪) ଓ ଜଗମୋହନ ବରିହା (୩୦) l ବୌଦ୍ଧ ଜିଲ୍ଲା ର କିଛି ଅସାଧୁ ବନ କର୍ମଚାରୀ ଙ୍କୁ ହାତ କରି କାଠ ମାଫିଆ ମାନେ ଏଭଳି ବେଆଇନ କାର୍ଯ୍ୟ କରୁଥିବା ସାଧାରଣରେ ଅଭିଯୋଗ ହୋଇଛି l

ଏ ସଂକ୍ରାନ୍ତରେ କଣ୍ଟାମାଳ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଉଭୟ କାଠ ମାଫିଆଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜ ଅଧିକାରୀ ଜୟକୃଷ୍ଣ ପଟ୍ଟନାୟକ ସୂଚନା ଦେଇଛନ୍ତି l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ

Leave a Reply

Your email address will not be published. Required fields are marked *