ପୁଲିସ ପଞ୍ଝାରେ କୁଲାଡ଼ ବାଗଦେବୀ ମନ୍ଦିରକୁ ଲୁଟିଥିବା ୪ଜଣ ଚୋର ଗିରଫ। ଚୋରି ଅଳଙ୍କାର ଜବତ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପୋଲିସ କୁ ମିଳିଛି ବଡ ସଫଳତା। ଗତ ୨୫ ଓ ୨୬ ତାରିଖ ରାତିରେ କୁଲାଡ଼ ମା ବାଗଦେବୀ ମନ୍ଦିରରୁ ହୋଇଥିବା ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଚୋରି ଘଟଣାର ଫର୍ଦ୍ଦାଫାସ କରିଛି ଭଞ୍ଜନଗର ପୋଲିସ।ମନ୍ଦିର ଚୋରି ଘଟଣାରେ ପୋଲିସ ଚାରି ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଗିରଫ ମାନେ କୁଲାଡ଼ ଅଞ୍ଚଳର ସନ୍ତୋଷ ନାଇକ,ରବୀନ୍ଦ୍ର ନାଇକ,ସୁଶାନ୍ତ ନାଇକ ଓ ଟୁକୁନା ସ୍ୱାଇଁ। ଏହା ସହ ସେମାନଙ୍କ ନିକଟରୁ ଚୋରି ଅଳଙ୍କାର ଜବତ କରାଯାଇଥିବା ସୋମବାର ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି।


ସୁଚନାନୁସାରେ,ଗତ ୨୫ ତାରିଖ ରାତିରେ ମନ୍ଦିରର ବିଭିନ୍ନ ରିତିନିତି ପରେ ରାତିରେ ମନ୍ଦିରରେ ତାଲା ପକାଇ ପୂଜକ ଘରକୁ ଫେରିଥିଲେ। ପରଦିନ ସକାଳୁ ପୁଜକ ପ୍ରଦୋଷ ରଞ୍ଜନ ପାଢୀ ମନ୍ଦିର କୁ ପୂଜା କରିବା ପାଇଁ ଯାଇଥିଲେ। ଏହି ସମୟରେ ମନ୍ଦିର ଗର୍ଭଗୃହର ତାଲା ଭଙ୍ଗା ଯାଇଥିବା ଦେଖିଥିଲେ। ପରେ ଠାକୁରଙ୍କ ବିଭିନ୍ନ ସୁନା ଓ ରୂପା ଅଳଙ୍କାର ଚୋରି ହୋଇ ଥିବା ଦେଖି ପରିଚାଳନା କମିଟିକୁ ଜଣାଇଥିଲେ। ଚୋରି ର ସମସ୍ତ ଦୃଶ୍ୟ ମନ୍ଦିର ପରିସରରେ ଲାଗିଥିବା ସିସି କ୍ୟାମେରା ରେ କଏଦ ହୋଇ ରହିଥିଲା। ଏନେଇ ମା ବାଗଦେବୀ ଯୁବକ ସଂଘ ସଦସ୍ୟ ଶିବ ପ୍ରସାଦ ସାହୁ ଭଞ୍ଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ୪୫୨/୨୫ ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଚୋରି ଘଟଣାକୁ ଥାନା ଅଧିକାରୀ ଜୀବନାନନ୍ଦ ଜେନା ଗମ୍ଭିରତାର ସହ ନେଇ ତଦନ୍ତ ଆରମ୍ଭ କରିଥିଲେ। ଥାନାଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଚୋରି ହୋଇଥିବା ଅଳଙ୍କାର ଜବତ କରିବା ସହ ଚାରି ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏହି ଚୋରି ଘଟଣାରେ ଆହୁରି ଚାରି ଜଣ ସମ୍ପୃକ୍ତ ରହିଛନ୍ତି। ସେନେଇ ତଦନ୍ତ ଚାଲିଥିବା ଏସଡିପିଓ ଶ୍ରୀ ନାୟକ ନାୟକ କହିଛନ୍ତି। ଚଢାଉରେ ଏସଆଇ ସମିର କୁମାର ସେଠି ଓ ଲକ୍ଷ୍ମୀଧର ମହାନ୍ତି,ଏଏସଆଇ ସତ୍ୟ ନାରାୟଣ ମଲ୍ଲିକ,ହାବିଲଦାର ଦିଲିପ ରାଉତଙ୍କ ସମେତ ସନ୍ତୋଷ ନାୟକ,ଗଜେନ୍ଦ୍ର ସ୍ବାଇଁ ଅମିତ ବିଶ୍ବାଳ,ଯସୋବନ୍ତ ମାଝୀ ସାମିଲ ଥିଲେ। ଜବତ ଅଳଙ୍କାର ଗୁଡିକୁ ମନ୍ଦିର କର୍ତ୍ତୃପକ୍ଷ ଙ୍କୁ ପୁଲିସ ଫେରାଇଛି।
ଭଞ୍ଜନଗର ଉପକଣ୍ଠ ପ୍ରତିନିଧି ସୁବ୍ରତ କୁମାର ଦାଶଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *