ସରକାରୀ ନିୟମ ଅଛି ଗ୍ରାମସଭାରେ ସ୍ବୀକୃତି ନମିଳିଲେ ଶିଳ୍ପ ଓ କାରଖାନା ପାଇଁ ପଞ୍ଚାୟତର କୌଣସି ଜମି ଅଧିଗ୍ରହଣ କରାଯାଇପାରିବ ନାହିଁ। ରାଜଗାଙ୍ଗପୁରରେ କଂଗ୍ରେସ ଦଳର ଫ୍ୟାକ୍ଟ୍ ଫାଇଣ୍ଡିଂ ଟିମ୍ ପହଞ୍ଚି ବାସ୍ତବତା ଏବଂ କାଗଜ ପତ୍ରରେ ହୋଇଥିବା ଗ୍ରାମସଭା ସମ୍ପର୍କରେ ତଦାରଖ କରିଥିଲେ। ଆଉ ମଧ୍ୟ କଂଗ୍ରେସ ବିଧାୟକ ତାରା ବାହିନୀ ପତି ସାମ୍ବାଦିକ ମାନଙ୍କୁ କହିଛନ୍ତି ଯେ ଅସାଧୁ ଓ ଚାଟୁକାର ଅଫିସର ଏବଂ ଡବଲ ଇଞ୍ଜିନ୍ ସରକାର ଏବଂ ପୋଲିସର ଏକ ପ୍ରକାର୍ ଗୁଣ୍ଡାରାଜ ନିରୀହ ଆଦିବାସୀ ମାନଙ୍କୁ ସେମାନଙ୍କର ନ୍ୟାୟ ଦେଇପାରିବ କି।
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ ଙ୍କ ନିର୍ଦ୍ଦେଶନାରେ “ଫ୍ୟାକ୍ଟ୍ ଫାଇଣ୍ଡିଂ ଟିମ୍” ର ଚେୟାରମେନ ତାରାପ୍ରସାଦ ବାହିନୀପତି, ରାଜଗାଙ୍ଗପୁର ବିଧାୟକ ଡଃ ସି.ଏସ. ରାଜନ ଏକ୍କା, ବାସୁଦେବପୁର ବିଧାୟକ ଅଶୋକ ଦାସ ରାଜଗାଙ୍ଗପୁରରେ ପହଞ୍ଚିଥିଲେ। ଏଠାରେ ଡାଲମିଆ ସିମେଣ୍ଟ କାରଖାନା ପାଞ୍ଚ ପଞ୍ଚାୟତ ଜମି ଅଧିଗ୍ରହଣ କରିବାକୁ ଯାଉଛି। ଏହାକୁ ବିରୋଧ କରି ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କେସରାମାଳ ଆମ୍ବ ବଗିଚା ଠାରେ କଂଗ୍ରେସ ତରଫରୁ ବିଶାଳ ଜନସଭା ଆୟୋଜନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି। ଡାଲମିଆ ସିମେଣ୍ଟ କାରଖାନା, ପୁର୍ବ ବିଜେଡି ଓ ବର୍ତ୍ତମାନ ବିଜେପି ସରକାରଙ୍କ ଆଦିବାସୀ ମାରଣ ନୀତି କୁ ଏମାନେ ତିବ୍ର ବିରୋଧ କରି ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ସମାଲୋଚନା କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ଦଳର ବରିଷ୍ଠ ନେତା ନିର୍ମଳ ନାୟକ,ଆଲଵର୍ଟ କିଣ୍ଡୋ,ଦମନିକ ମିଞ୍ଜ,ଇକବାଲ ମଲ୍ଲିକ,ଙ୍ଗାନେନ୍ଦ୍ର ଦାସ, ଅରୁଣ ସାମଲ,ଦେବରଞନ ବିନୋଦ, ଅଜିତ ଏକ୍କା, ଲଳିତ ଲାକ୍ରା,ବିନୟ ବାର୍ଲା,ରିଲା ଟୋପୋ, ମହିମା ଟୋଗୋ,ମଞୁଲା କୁଜୁର,ଳିଲା ଶୁକାନ୍ତିକା,ପବନ ଗଡୋତିଆ,ଶଶି ଭୁଷଣ ଚୈରୋସିଆଙ୍କ ସମେତ” ଜଳ ଜଗଂଳ ଜମି” ଓ କଂଗ୍ରେସର ନେତାକର୍ମି, ପାଞ୍ଚ ପଞ୍ଚାୟତ ଗ୍ରାମବାସୀ ଉପସ୍ଥିତ ଥିଲେ। ସେମାନଙ୍କ ବିଭିନ୍ନ ଅଭିଯୋଗ ଗୁଡିକୁ ଟିମର ଚେୟାରମ୍ୟାନ ତାରାପ୍ରସାଦ ବାହିନୀପତି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ।
ବୁଦ୍ଧିଜିବୀ ମାନେ ମତ ଦିଅନ୍ତି ଯେ ରାଜନୈତିକ ଦଳ ମାନେ ସେମାନଙ୍କର ନିଜର ଫାଇଦାକୁ ଆଖି ଆଗରେ ନ ରଖି ଆଦିବାସୀ ଓ ଗ୍ରାମବାସୀମାନଙ୍କ ସ୍ୱାର୍ଥକୁ ଆଖିଆଗରେ ରଖି କାର୍ଯ୍ୟକଲେ, ନିଶ୍ଚିତ ରୂପେ ରାଜ୍ୟ ଓ କେନ୍ଦ୍ରସରକାର ତଥା ଶିଳ୍ପ ହେଉଥିବା ସ୍ଥାନର ଗ୍ରାମବାସୀ ମାନେ ଉପକୃତ ହେବେ।ରାଜଗାଙ୍ଗପୁରରୁ ଫଟୋ ନ୍ୟୁଜ ଟାଇମସ୍ ର ରିପୋର୍ଟ୍ ର ଦେବବ୍ରତ ମିତ୍ରଙ୍କ ରିପୋର୍ଟ।