ରାଜଗାଙ୍ଗପୁର ପୋଲିସ ମାଡି ବସିଲେ ପାଞ୍ଚ ଜଣ ଡକାୟତ ଙ୍କୁ ଡକାୟତି ଯୋଜନା ପଣ୍ଡ। ଗତକାଲି ବିଳମ୍ବିତ ରାତିରେ ବିଶେଷ ସୁତ୍ରରୁ ଖବର ପାଇ ରାଜଗାଙ୍ଗପୁର ଥାନା ଅଧିକାରୀ ବିଜୟ ଦାସ ଙ୍କ ନେତୃତ୍ବରେ ପୋଲିସ ଦଳ ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ରାଣିବନ୍ଧ ବୀର ବିର୍ସା ମୁଣ୍ଡା ଖେଳ ପଡ଼ିଆ ଭିତରେ ପାଞ୍ଚ ଜଣ ଡକାୟତ ନିକଟସ୍ଥ ପେଟ୍ରୋଲ ପମ୍ପ ରୁ ଡକାୟତି ଯୋଜନା କରୁଥିବା ସମୟରେ ପଡ଼ିଆ ଚାରିପାଖ ଘେରାଉ କରି ପାଞ୍ଚ ଜଣ ଡକାୟତ ଙ୍କୁ କାବୁ କରିବାରେ ସଫଳ ହୋଇଥିଲେ।

ଗିରଫ ସମୟରେ ଜଣେ ଡକାୟତ ପୋଲିସ ଉପରକୁ ଅତର୍କିତ ଆକ୍ରମଣ କରିବା ଦେଖି ପୋଲିସ ସତର୍କତା ଯୋଗୁଁ ଆକ୍ରମଣ ବିଫଳ ହୋଇଥିଲା। ଗିରଫ ସମୟରେ ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଖଣ୍ଡା ଲୁହାଛଡ଼ ଛୁରୀ ପାଞ୍ଚଟି ମୋବାଇଲ ନଗଦ ୭,୬୪୦ ଟଙ୍କା ପାଞ୍ଚୋଟି ମୁଖା ଗୋଟିଏ ସ୍କୁଟି ଜବତ କରିବାରେ ସଫଳ ହୋଇପାରିଥିଲେ। ସେମାନଙ୍କ ନାମରେ ବିଭିନ୍ନ ଦଫାରେ ମୋକଦ୍ଦମା ରୁଜୁ କରାଯାଇ ଆଗକୁ ତଦନ୍ତ ଜାରି ରଖିଥିବା ଏସଡିପିଓ ବିଭୁତି ଭୁଷଣ ଭୋଇ ଥାନା ଅଧିକାରୀ ବିଜୟ ଦାସ ସୁଚନା ଦେଇଥିଲେ। ଉକ୍ତ ଘଟଣା ରାଜଗାଙ୍ଗପୁର ଅଞ୍ଚଳ ରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି।
ରାଜାଗଙ୍ଗପୁରରୁ ଦେବବ୍ରତ ମିତ୍ରଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
