ଏହି ନ୍ୟୁଜ ସେଗମେଣ୍ଟ ହେଉଛି ଟ୍ରାଫିକ ପୋଷ୍ଟ। ଫଟୋ ନ୍ୟୁଜ ଟାଇମସର ଏହି ପ୍ରୟାସ ହେଉଛି ଅପରାଧକୁ ନିୟନ୍ତ୍ରଣ କରିବା।
ରାୟଗଡା ଜିଲ୍ଲାର କେ.ସିଂହପୁର ମେଡିକାଲରେ ଘଟିଥିବା ଘଟଣାକୁ କେନ୍ଦ୍ର କରି ଜଣେ ଡେଣ୍ଟାଲ ଡାକ୍ତର ଓ ମେଡିକାଲ ଇନଚାର୍ଜକୁ ପୋଲିସ ଗିରଫ କରିଛି। ତାଙ୍କ ବିରୁଦ୍ଧରେ ନାହିଁ ନଥିବା ଦଫା ଲଗାଇ ତାଙ୍କୁ ଦଶ ଲକ୍ଷ ଟଙ୍କା ମାଗିଥିଲେ l

ଏହି ପ୍ରକାର ସଂଗୀନ ଅଭିଯୋଗ କରିଛନ୍ତି ଓଡିଶା ମେଡିକାଲ ସର୍ବିଶ ଆସୋସିଏସନ l ଏହି ଘଟଣା ଯୋଗୁଁ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଏକ ସାମ୍ବାଦିକ ସମିଳନୀ ଡକାଇ ପ୍ରକାଶ କରିଛନ୍ତି ମେଡିକାଲ ସର୍ଭିସ ଆସୋସିଏସନର ସଭାପତି ଡ଼କ୍ଟର କିଶୋର ଚନ୍ଦ୍ର ମିଶ୍ର l ସେ କହିଛନ୍ତି ଯେ ପୋଲିସ ନିର୍ଭିକ ତଦନ୍ତ ନକଲେ ପରିଣାମ ଭୟଙ୍କର ହେବ। ଥାନା ଏବଂ ମେଡିକାଲର ସମନ୍ୱୟ ରହିବା ଉଚିତ। ପୋଲିସ ଦ୍ୱାରା ଡାକ୍ତରଙ୍କୁ ହଇରାଣ କଲେ ରାୟଗଡା ଜିଲ୍ଲାର ସମସ୍ତ ଡ଼କ୍ଟର ଛୁଟି ରେ ଯିବେ ବୋଲି ସେ ପ୍ରକାଶ କରିଛନ୍ତି। ଯେଉଁ ଯୁବକର ମୃତ୍ୟୁ ଘଟିଥିଲା, ଏହି ଘଟଣା ଘଟିବା ପରେ ମେଡିକାଲ ତରଫରୁ ପୋଲିସକୁ ଏଫଆଇଆର ଦିଆଯାଇଥିଲା l କିନ୍ତୁ ପୋଲିସ ବିନା ସିସି ଟିଭି ଯାଞ୍ଚ ନକରି ଘଟଣାର ତଦାରଖ ନକରି ଦୁଇଜଣକୁ ଗିରଫ କରିଥିଲା।
ଏହା କୁ ଆମେ ତୀବ୍ର ବିରୋଧ କରୁଛୁ।
ରାୟଗଡାରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ।
