ପ୍ରକଳ୍ପ ପ୍ରାରମ୍ଭ କର୍ମଶାଳା

 

ପ୍ରକଳ୍ପ ପ୍ରାରମ୍ଭ କର୍ମଶାଳା।
ରାୟଗଡା ଜିଲ୍ଲା ରାମନାଗୁଡା ସ୍ଥିତ ସରକାରୀ କଲ୍ୟାଣ ମଣ୍ଡପ ଠାରେ ୨୧ଜାନୁୟାରୀ ୨୦୨୬ ରେ ୱାଟରଶେଡ଼ ଅର୍ଗାନାଇଜେସନ ଟ୍ରଷ୍ଟ (WOTR) ସ୍ବେଚ୍ଛାସେବୀ ସଂଗଠନ ଦ୍ବାରା ପ୍ରକଳ୍ପ ପ୍ରାରମ୍ଭ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି I

ଏହି କର୍ମଶାଳାକୁ ରାମନାଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ରବି ଶଙ୍କର ଗମାଙ୍ଗ ଉଦ୍ଘାଟନ କରିଥିବା ବେଳେ ସାମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀମତୀ ଜାନକୀ ନିମାଲା, ନାବାର୍ଡ଼ ର ରାୟଗଡା ଜିଲ୍ଲା ପ୍ରବନ୍ଧକ ଶ୍ରୀଯୁକ୍ତ ସନ୍ତୋଷ କୁମାର ସାମଲ, ସୁଣ୍ଢିଧାମୁଣି ସରପଞ୍ଚ ଶ୍ରୀଯୁକ୍ତ ଭାସ୍କର କାଡ୍ରାକା, ବୁତିଙ୍ଗ ସମିତି ସଭ୍ୟ ଶ୍ରୀଯୁକ୍ତ ଆପରାଓ ପାତିକା, ବରିଷ୍ଠ ସମାଜ ସେବୀ ଶ୍ରୀଯୁକ୍ତ ଡି. ଆର୍. ବୋମାଲୀ କାନ୍ତା ରାଓ ପ୍ରମୁଖ ଉପସ୍ଥିତ ଥିଲେ I

ଏହି କର୍ମଶାଳାକୁ WOTR ର ପ୍ରକଳ୍ପ ପ୍ରବନ୍ଧକ ସୁଶ୍ରୀ ପ୍ରମିଳା ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ ଶ୍ରୀଯୁକ୍ତ ସୋମ୍ୟରଞ୍ଜନ ପ୍ରଧାନ ସଭା ପରିଚାଳନା କରିଥିଲେ I WOTR ର ଆଂଚଳିକ ପ୍ରବନ୍ଧକ ଶ୍ରୀଯୁକ୍ତ ଗାବ୍ରିଏଲ୍ ଦାସ୍ ଓ ଉପ ପ୍ରବନ୍ଧକ ଶ୍ରୀଯୁକ୍ତ ଶିବ ପ୍ରଶାଦ ସାହୁ ୱାଟରଶେଡ଼ ଅର୍ଗାନାଇଜେସନ ଟ୍ରଷ୍ଟ ଓ ତାର କାର୍ଯ୍ୟଧାରା ତଥା ରାମନାଗୁଡା ପ୍ରକଳ୍ପରେ ହେବାକୁ ଥିବା କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ I ଉକ୍ତ କାର୍ଯ୍ୟକ୍ରମ ସୁଣ୍ଢିଧାମୁଣି ଓ ପାରିଖିତି ପଞ୍ଚାୟତର ୨୫ଟି ରାଜସ୍ବ ଗ୍ରାମରେ କାର୍ଯ୍ୟକାରୀ କରାଯିବ I

ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଗମାଙ୍ଗ ନିଜ ଅଭିଭାଷଣରେ WOTR ସୂଚାରୁ ରୁପେ କାର୍ଯ୍ୟ କରିବା ପାଇଁ ଆହ୍ବାନ ଦେବା ସହ ନିର୍ବାଚିତ ପ୍ରତିନିଧି ମାନଙ୍କର ସହଯୋଗ ତଥା ସହାୟତାର ପ୍ରତିସୃତି ଦେଇଥିଲେ I WOTR ବୈଷୟିକ ଅଧିକାରୀ ଇଞ୍ଜିନିୟର ଅଜିତ କୁମାର ମାଝି ମୃତ୍ତିକା ଓ ଜଳ ପରିଚାଳନା କାର୍ଯ୍ୟ କ୍ରମ ବିଷୟରେ ଅଂଶ ଗ୍ରହଣକାରୀ ମାନଙ୍କୁ ଅବଗତ କରାଇବା ସହ ବର୍ତ୍ତମାନ ସମୟ ରେ ମୃତ୍ତିକା ଓ ଜଳ ସରଂକ୍ଷଣର ମହତ୍ବ ବିଷୟରେ ସଚେତନ କରିଥିଲେ I କାର୍ଯ୍ୟକ୍ରମରେ WOTR ର ଶ୍ରୀଯୁକ୍ତ ଅରୁଣ କୁମାର ଖାଡଂଗI, ଶ୍ରୀଯୁକ୍ତ ମନୋଜ କୁମାର ମଲ୍ଲିକ୍, ସୁଶ୍ରୀ ନନ୍ଦିନୀ ସାହୁ, ଶ୍ରୀଯୁକ୍ତ ମାନସ ଗୌଡ ପ୍ରମୁଖ ସହଯୋଗ କରିଥିଲେ I

ରାୟଗଡା ଗୁଣୁପୁଣୁରୁ ହଶିକେଶ ପାତ୍ରଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ

Leave a Reply

Your email address will not be published. Required fields are marked *