ପ୍ରତିବାଦ ଦିବସ ପାଳନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀଙ୍କ ଜନଗର୍ଜନ

“ପ୍ରତିବାଦ ଦିବସ” ପାଳନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀଙ୍କ ଜନଗର୍ଜନ।
ଆଦିବାସୀଙ୍କ ମୌଳିକ ଅଧିକାର ଓ ହକ ଯଥା ଜଳ, ଜମି ଜଙ୍ଗଲ ଓ ବେଆଇନ ସମସ୍ତ ଖଣିଲିଜ ବାତିଲ ଏବଂ ଲୁଟେରା ମାନଙ୍କୁ ଭାରତ ଛାଡ଼ ଦାବିରେ ଦେଶବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଦିବସ ପାଳନ କରାଯାଇଛି। ଏହି ଅବସରରେ ଆଦିବାସୀ ସଂଘର୍ଷ ମୋର୍ଚା( ASM) ତରଫରୁ ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଆଦିବାସୀଙ୍କ ବିଶାଳ ଜନ ସମାବେଶରେ ସଦର ଡାକ ବଙ୍ଗଳା ଠାରୁ କପିଳାସ ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥି ସହିତ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।୨୦୨୫ ପରଠାରୁ ଛତିଶଗଡ଼ ଓ ଅନ୍ୟ ରାଜ୍ୟରେ ସୁରକ୍ଷା ବାହିନୀ ଶହ ଶହ ଆଦିବାସୀଙ୍କୁ ହତ୍ଯା କରୁଛନ୍ତି। ଇସ୍ରାଇଲି ଡ୍ରୋନ୍, ମିଥ୍ୟା ଏନକାଉଣ୍ଟର,ବିଚାରାଧୀନ ଆଦିବାସୀ, ଯୁଦ୍ଧ ଉପକରଣର ବ୍ୟବହାର ଏବଂ “ଅପରେସନ୍ କାଗର” ବଦଂ କରିବା ଆଦି ଆଦିବାସୀ ମାନେ ଦାବି ରଖିଛନ୍ତି।ଆଦିବାସୀମାନକଂ ପଞ୍ଚମ ଅନୁସୂଚୀ ଅନୁଯାୟୀ ସେମାନଙ୍କ ଅଞ୍ଚଳରେ ସୁରକ୍ଷା ଶିବିର ପ୍ରତିଷ୍ଠା ନ କରିବା ପାଇଁ ଏବଂ ସାମରୀକରଣ ବିରୁଦ୍ଧରେ ଆଦିବାସୀ ମାନେ ଦାବି ରଖିଛନ୍ତି।


ଗ୍ରାମ ସଭାର ନିୟମ ଲାଗୁ କରିବା ଏମାନଙ୍କର ଏକ ପ୍ରମୁଖ ଦାବି।।ଛତିଶଗଡ଼ର ପୋଲିସ ବସ୍ତର ଅଞ୍ଚଳର ପ୍ରମୁଖ ଆଦିବାସୀ ନେତା ମନୀଷ କୁଞ୍ଜମଙ୍କୁ ଟାର୍ଗେଟ କରୁଛନ୍ତ। ‘ନକ୍ସଲମୁକ୍ତ ଭାରତ’ ନାମରେ ସାମରିକୀକରଣ ଅଭିଯାନ ନ କରିବା ଆଦିବାସୀ ମାନଙ୍କର ଦାବି।
ସମନ୍ବିତ ବିକାଶ ପାଇଁ କେନ୍ଦ୍ରର ରିପୋର୍ଟ ଅନୁଯାୟୀ ହସ୍ପିଟାଲ, ସ୍କୁଲ, ରାସନ ଆଦି ବିଭିନ୍ନ କଲ୍ୟାଣକାରୀ ସେବା ପ୍ରଦାନ କରିବା ପାଇଁ ଏମାନେ ଆଶା ବ୍ୟକ୍ତ କରୁଛନ୍ତି। ବିକ୍ଷୋଭ କାରୀ ଆଦିବାସୀମାନଙ୍କୁ ଜଙ୍ଗଲ, ଜମି ଏବଂ ମର୍ଯ୍ୟାଦାର ସହ ବସବାସ କରିବା ପାଇଁ ସୁଯୋଗ ଦିଅନ୍ତୁ।
ଯୁଦ୍ଧ ନୀତିକୁ ତୁରନ୍ତ ବନ୍ଦ କରିବା, ନିର୍ଯାତିତ ଆଦିବାସୀଙ୍କ ପାଇଁ ଏକ ଗଣତାନ୍ତ୍ରିକ ସ୍ଥାନ ଏବଂ ପରିବେଶ ଗ୍ୟାରେଣ୍ଟି ଦେବା, ଏନକାଉଣ୍ଟରରେ ହତ୍ୟା ବନ୍ଦ କରିବା, ଖଣି ଏବଂ ଶିଳ୍ପାୟନ ନାମରେ କର୍ପୋରେଟ୍ ମାନଙ୍କ ଦ୍ଵାରା ଲୁଟ୍ ବନ୍ଦ କରିବା, ମାନବାଧିକାର କର୍ମୀ, ଜନ ଆନ୍ଦୋଳନର ନେତା ଏବଂ ନିର୍ଦ୍ଦୋଷ ଆଦିବାସୀଙ୍କୁ ମୁକ୍ତ କରିବା ଆଦି ଦାବି ରଖିଛନ୍ତି।
ମିଥ୍ୟା କେସରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ରେ ଥିବା


“ଆଦିବାସୀ ସଂଘର୍ଷ ମୋର୍ଚା” (ASM) ର ଆଦିବାସୀ ମାନଙ୍କୁ ମୁକ୍ତ କରିବା ପାଇଁ ସର୍ବ ଭାରତୀୟ ନେତା ତ୍ରିପତି ଗମାଙ୍ଗ ଦାବି କରିଛନ୍ତି।
ଏହି ପ୍ରତିବାଦ ସଭାରେ ପ୍ରାସ୍କା ରାମଚନ୍ଦ୍ର, ସଂଜୀବ ଶବର, କୈଳାସ ଶବର, ସୁଦୁରୁ ମଣି ମିଣିଆକା, କ୍ରୀଷ୍ଣା ପାଲାକା,ସବିତା କାଡ୍ରାକା, ନୀଳାଇ କିଲାକା, ବିଶ୍ଵନାଥ ମାଝୀ , ଦାସୁରୁ ପାତିକା, ମୂର୍ତ୍ତୀ ମିଣିଆକା, ଅଷ୍ଟମ ଉଲକା, ଆଚାନା ମାଣ୍ଡିଗିଂ, ଆଶ୍ରିଗା ଅଟକା, ନାଗ ରାଜୁ ପ୍ରମୁଖ ଯୋଗ ଦେଇ ପ୍ରତିବାଦ କରିଥିବା ବେଳେ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ମାନେ ଉପସ୍ଥିତ ରହିଥିଲେ।
ରାୟଗଡାରୁ ଫଟୋ ନ୍ୟୁଜ ଟାଇମସ୍ ର ସ୍ୱତନ୍ତ୍ର ପ୍ରତିନିଧି ପ୍ରସାଦ ଲିମାଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *